ମଣ୍ଡପରେ ପୁଜା ପାଇଲେ ମା ମହାଲକ୍ଷ୍ମୀ
ବାଲିଗୁଡା ---- ବିଭିନ୍ନ ପୂଜାମଣ୍ଡପରେ ଧୁମଧାମରେ ମା ମହାଲକ୍ଷ୍ମୀ ପୂଜା ପାଇଛନ୍ତି । ଏଥର ପେଥାଇ ଓ କନ୍ଧମାଳରେ ଶୀତ ଲହରି ଲାଗିରହିଥିଲେ ମଧ୍ୟ ମାଙ୍କ ପୂର୍ଜା ଜାକଜକମରେ କରାଯାଇଥିବା ଜଣାପଡିଛି ।ବାଲିଗୁଡାର ଇଲେକ୍ଟ୍ରିସାହି,ଚମ୍ପାସାହି,ସମେତ ମହାସିଂଙ୍ଗ ପୂଜାମଣ୍ଡପରେ ବହୁଆଡମ୍ବରରେ ମାଙ୍କ ପୂଜା ଚାଲିଥିବା ଜଣାପଡିଛି । ଚାରିଆଡେ ରଙ୍ଗିନ ଆଲୋକରେ ପୂଜାମଣ୍ଡପରେ ବିଭିନ୍ନ ତୋରଣମାନ ନିର୍ମାଣ କରାଯାଇଥିବା ଜଣାପଡିଛି ।ସଂନ୍ଧ୍ୟା ସମୟରେ କୋହଲିଆ ଶୀତକୁ ଖାତିରିନକରି ମାଙ୍କ ଆଶ୍ରୀବାଦ ଗ୍ରହଣ କରିବାକୁ ପ୍ରବଳ ମାତ୍ରାରେ ଭକ୍ତଙ୍କ ଭିଡ ଜମୁଥିବା ଜଣାପଡିଛି । ପୁଜା ମଣ୍ଡପରେ ଭଜନ କୀର୍ତ୍ତନ କରାଯାଇଥିଲା । ଶନିବାର ଦିନ ମହାଲକ୍ଷ୍ମୀ କମିଟି ପକ୍ଷରୁ ଅନ୍ନପ୍ରସାଦ ସେବନର ବ୍ୟବସ୍ଥା ହୋଇଥିବା କମିଟି ସଭାପତିଙ୍କ ଠାରୁ ପ୍ରକାଶ କରିଛନ୍ତି । ଏହି ଅନ୍ନ ପ୍ରସାଦ ସେବନରେ ପ୍ରାୟ ପାଞ୍ଚହଜାରରୁ ଉଦ୍ଧ ଭକ୍ତଙ୍କ ସମାଗମ ଦୃଷ୍ଟିରେ ରଖି କମିଟି ପକ୍ଷରୁ ସମସ୍ତ ଆୟୋଜନ କରାଯାଇଥିବା କମିଟିର ସମ୍ପାଦକଙ୍କ ଠାରୁ ପ୍ରକାଶ ।
ବାଲିଗୁଡାରୁ ବନବାସି ପ୍ରଧାନ ଓ କନ୍ଦମାଳରୁ ମନୋଜ କୁମାର ପଣ୍ଡା
MANDAP RE PUJA PAILE MAA MAHALAXMI
MANDAP RE PUJA PAILE MAA MAHALAXMI
BY - BANABASI PRADHAN ( BALIGUDA ) MANOJ PANDA ( KANDHAMALA )
SAKHIGOPAL NEWS