Breaking News

ଅଳଗୁମ ମଧ୍ଯ ଇଂରାଜୀର ୧୯୯୩ମସିହା ବ୍ଯାଚର ବଧଂ ମିଳନ ଓ ଗୁରୁ ପୂଜନ


 ସାକ୍ଷୀଗୋପାଳ---- ସତ୍ୟବାଦୀ ବ୍ଳକ ଅନ୍ତର୍ଗତ ଅଳଗୁମ ସରକାରୀ ମଧ୍ୟ ଇଂରାଜୀ ବିଦ୍ୟାଳୟର ୧୯୯୩ ମସିହା ବ୍ୟାଚର ଏକ ବନ୍ଧୁ ମିଳନ ସହିତ ଗୁରୁପୂଜନ ଓ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟ ପରିସରରେ ଥିବା ଗୋପବନ୍ଧୁ ଙ୍କ ପ୍ରତିମୂର୍ତ୍ତିରେ ଉପସ୍ଥିତ ଥିବା ଅତିଥି ମାନେ ଦୀପ, ଧୂପ ଦେବାସହ ମାଲ୍ୟାର୍ପଣ କରିଥିଲେ  । ଅନୁଷ୍ଠିତ ସଭାରେ ଗୁରୁଜି ପ୍ରଭାତ ଚନ୍ଦ ୍ରରଥ ସଭାପତିତ୍ୱ କରିଥିଲେ । ସଭା ଆରମ୍ଭରୁ ଦିବଂଗତ ଶିକ୍ଷକ ଶିକ୍ଷୟତ୍ରୀ ଓ ଛାତ୍ର ଛାତ୍ରୀ ମାନଙ୍କ ପାଇଁ ଦୁଇ ମିନିଟ ନିରବପ୍ରାର୍ଥନା କରାଯାଇଥିଲା । ପରେପରେ ଗୁରୁ ଓ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ଭାବର ଆଦନ ପ୍ରଦାନ ସହ ବିଦ୍ୟାଳୟ ସମୟର ଅନୂଭୁତି ସମ୍ପର୍କେ ଆଲେକପାତ କରିଥିଲେ । ଶିକ୍ଷା ସମସ୍ତ ପ୍ରକାର ସମ୍ପସାରଣର ଆଧାର’’ ଶୀର୍ଷକ ଆଲେଚନା କରାଯାଇଥିଲା । ଏହି ଆଲେଚନା ଚକ୍ରରେ ଶିକ୍ଷକ ପୂର୍ଣ୍ଣଚନ୍ଦ୍ର ରଥ, ଶେଖର ସାହୁ, ସନ୍ତୋଷ ମିଶ୍ର , ବିଜୟ କୁମାର ପରିଡା ପ୍ରମୁଖ ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କୁ ଆର୍ଶିବାଦ ପ୍ରଦାନ କରିଥିଲେ  । ଅବସରପ୍ରାପ୍ତ ଶିକ୍ଷକ ମାନଙ୍କୁ ଛାତ୍ର ସଂସଦ ପକ୍ଷରୁ ସମ୍ବଦ୍ଧିତ କରାଯାଇଥିଲା । ଏøତିହ୍ୟପୂର୍ଣ୍ଣ ବିଦ୍ୟାଳୟର ଜାରାଜୀର୍ଣ୍ଣ  ଗୃହର ଅବସ୍ଥା ଦେଖି ସମସ୍ତେ ଦୁଃଖ ମତ ପ୍ରକାଶ କରିଥିଲେ । ସରକାର ତୁରନ୍ତ ପୁରାତନ ବିଦ୍ୟାଳୟକୁ ଉଦ୍ଦାର କରିବା ପାଇଁ ସ୍ଥାନୀୟ ବିଧାୟକଙ୍କୁ ନିବେଦନ କରାଯିବା ପାଇଁ ଆଲେଚନା କରାଯାଇଛି । ଏହି ଅବସରରେ ବିଦ୍ୟାଳୟ ପରିସରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ କରାଯାଇଥିଲା ।  ବିଦ୍ୟାଳୟର ପୁରାତନ ଛାତ୍ର ଯଯାତି କେଶରୀ ରାୟ, ଦେବାଶିଷ ବରାଳ, ଗଗନ କାଣ୍ଡି, ଲୋକନାଥ ବିଶ୍ୱାଳ, ପବିତ୍ର ଜେନା ପ୍ରମୁଖ ସଭାକାର୍ଯ୍ୟ ପରିଚାଳନା କରିଥିଲେ ।  ଫଟୋନଂ ୬୨୭୨

 

ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି 

Blog Archive

Popular Posts