Breaking News

ପିପିଲି ବ୍ଲକର ତେଇଶିପୂର ସେବା ସମବାୟ ସମିତିରେ ଧାନ ମଣ୍ଡି ଖୋଲିଳା


ପିପିଲି----ପିପିଲି ବ୍ଲକ ତେଇଶିପୁର ପଞ୍ଚାୟତର ତେଇଶିପୁର ସେବା ସମବାୟ ସମିତିଠାରେ ଧାନ ମଣ୍ଡୀ ଉଦ୍ଘାଟନ ହୋଇଯାଇଛି । ଅତିଥି ଭାବେ କୃଷି ଓ ପଞ୍ଚାୟତରାଜ ମନ୍ତ୍ରୀ ପ୍ରଦୀପ ମହାରଥୀ  ଓ ଜିଲ୍ଲାପାଳ  ଜ୍ୟୋତି ପ୍ରକାଶ ଦାସ ଯୋଗ ଦେଇ ଉଦଘାଟନ କରିଛନ୍ତି । ତେଇଶିପୁର ସେବା ସମବାୟ ସମିତିରେ ଧାନ ବିକ୍ରୟ କରିବା ପାଇଁ ୧୯୫ ଜଣ ଚାଷୀ ଅନଲାଇନିରେ ନାମ ପଞ୍ଜିକରଣ କରିଥିବା ସମବାୟ ସମିତିର ସମ୍ପାଦକ ପ୍ରଫୁଲ ଚନ୍ଦ୍ର ପଣ୍ଡାଙ୍କ ଠାରୁ ସୂଚନା ମିଳିଛି । ଯେଉଁ ଚାଷୀ ମାନେ ସରକାରଙ୍କ ଧାନ ମଣ୍ଡିରେ ଧାନ ବିକ୍ରୟ କରିବା ପାଇଁ  ଚାହୁଛନ୍ତି ସେମାନେ ଶ୍ରୀଘ୍ର ନିଜ ନିଜର ନାମ ରେଜେଷ୍ଟି କରିବା ନିହାତି ଦରକାର ହୋଇପଡିଛି । ନଚେତ ସରକାରଙ୍କ ଦ୍ୱାରା ପଞ୍ଚିକୁତ ଧାନ ମଣ୍ଡିରେ ଧାନ ବିକ୍ରୟ କରି ପାରିବେ ନାହିଁ  ବୋଲି ଯୋଗ ଦେଇଥିବା ବିଭାଗିୟ ଅଧିକାରି ସୂଚନା ଦେଇଛନ୍ତି ।  କ୍ୟୁଣ୍ଟାଲ ପିଛା ସରକାରୀ ମୁଲ୍ୟ ୧୭ଶହ ୫୦ଟଙ୍କା ଧାର୍ଯ୍ୟ କରାଯାଇଛି । ଆଜି ପ୍ରଥମ ଦିନରେ ଜମ୍ବେଶ୍ୱର ସେନାପତି ୩୦ କ୍ୟୁଣ୍ଟାଲ ଧାନ ମଣ୍ଡିରେ ଦେବା ସହ ଚେକ୍ ଗ୍ରହଣ କରିଥିଲେ  ।  ଏହି ଧାନମଣ୍ଡି ଉଦ୍ଘାଟନ ଉତ୍ସବରେ  ଜିଲ୍ଲା ଯୋଗାଣ ବିଭାଗ ଅଧିକାରି ତୁଷାର କାନ୍ତ ଦେଓ,ପୁରୀ ଜିଲ୍ଲାର ସମବାୟ ବ୍ୟାଙ୍କ ଉପନିବନ୍ଦକ  ରୋଜାଲିନ ସେନାପତି,ସମବାୟ ବ୍ୟାଙ୍କ ସମ୍ପାଦକ ବିଧୁ ଭୁଷଣ ଦାସ,ପୁରୀ ନିମାପଡା ସମବାୟ ନିଦ୍ଦେର୍ଶକ ବୈରାଗି ଜେନା,ସାସଂଦ ପ୍ରତିନିଧି ପ୍ରଫୁଲ୍ଲ କୁମାର ସ୍ୱାଇଁ,ବ୍ଲକ ଉପାଧକ୍ଷ ଯୁଧିଷ୍ଠିର ସ୍ୱାଇଁ,ଆତ୍ମା ଅଧକ୍ଷ ପିପିଲି ଧରଣି ଧର ସାହୁ,ଜିଲ୍ଲା ପରିଷଦ ରାଧାମଣି ପ୍ରଧାନ ଓ ପୂର୍ବତନ ଜିଲ୍ଲାପରିଷଦ କିଶୋର ଛୋଟରାୟ, ଆଇନିଜିବି ଶ୍ରୀଧର ପ୍ରଧାନ,ସରପଞ୍ଚ ନରେନ୍ଦ୍ର ଦାସ,ସାକ୍ଷୀଗୋପାଳ ନିୟନ୍ତ୍ରିତ ବଜାର କମିଟିର ସମ୍ପାଦକ କମଳ କୁମାର ଆଚାର୍ଯ୍ୟ,ହିସାବ ନୀରିକ୍ଷକ ଜଗତ ଜ୍ୟୋତି ସାହୁ, ସୁରେନ୍ଦ୍ର ଦତ୍ତ. ସମବାୟ ସମ୍ପ୍ରସାରଣ ଅଧିକାରି ପିପିଲି ସୁରେନ୍ଦ୍ର ଦାସ ଓ ପିପିଲି ଯୋଗାଣ ଅଧିକାରୀ ଦୀପ୍ତି ରଂଜନ ଇନ୍ଦ୍ରସିଂ ପ୍ରମୁଖ  ଉପସ୍ଥିତ ଥିଲେ ।
 ପିପିଲିରୁ ବିଜୟ ମହାପାତ୍ର 
PIPILI BLOCK TEISPUR SEBA SAMABAYA SAMITIRE DHANA MANDI KHOLILA
BY - BIJYA MAHAPATRA ( PIPILI )
SAKHIGOPAL NEWS

Blog Archive

Popular Posts