ଘୋରଡିଆରେ ସ୍ବଚ୍ଛ ଭାରତ ଅଭିଯାନ
ଡେଲାଙ୍ଗ ----- ଡେଲାଙ୍ଗ ବ୍ଳକର ଘୋରଡିଆ ଗ୍ରାମ ପଞ୍ଚାୟତର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଇଣ୍ଟେଲେକଚଆଲ କ୍ଳବର ସମ୍ପାଦକ ଦିଲୀପ କୁମାର ଧାଉଡିଆଙ୍କ ନେତୃତ୍ୱରେ ଘୋରଡିଆ ବଜାର, ମନ୍ଦିର, ମଠ, ରାସ୍ତା ବିଦ୍ୟାଳୟ ପରିସରର ସଫାସୁତରା କରାଯାଇଥିଲା । ୨୦୧୮ ବର୍ଷର ଶେଷ ଦିନକୁ ମନେ ରଖିବା ପାଇଁ କ୍ଳବ ପକ୍ଷରୁ ଏକ ଅଭିନବ ଉପାୟ ଅବଲମ୍ବନ କରାଯାଇଥିଲା । ଏହି ସଫେଇକୁ ବଜାର ବ୍ୟବସାୟୀ ଓ ବୁଦ୍ଧିଜିବୀ ମାନେ ବେଶ ପ୍ରଶାଂସ କରିଥିଲେ । ଏହି କାର୍ଯ୍ୟକ୍ରମରେ ରାଧାମୋହନ ଦେବ କୋଚିଙ୍ଗ ସେଣ୍ଟରର ବିଦ୍ୟାର୍ଥୀ, ଶିକ୍ଷାବିତ୍ତ ପ୍ରତାପ ଚନ୍ଦ୍ର ପଲେଇ, ସୁବାଷ ବଳିୟାରସିଂ, ତ୍ରିନାଥ ବଳିୟାରସିଂଙ୍କ ସହିତ ସ୍ୱେଚ୍ଛାସେବୀ ବାବୁରାମ ଦାଶ, ପ୍ରଶାନ୍ତ ପୌଧାର, ବାପି ବାରିକ ଓ ଚନ୍ଦନ ବାରିକ ସଫେଇ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି