Breaking News

ବ୍ଳକରେ ଧାରଣା ଦେଲେ ଅଙ୍ଗନଵାଡି କର୍ମୀ ; ଯୋଗାଣ ନିରୀକ୍ଷକ ଅଟକ


ଡେଲାଙ୍ଗ--- ଡେଲାଙ୍ଗ ଅଲଓଡିଶା ଅଙ୍ଗନୱାଡି ଲେଡିଜ୍ ୱାର୍କରସ ଆସୋସିଏସନ ପକ୍ଷରୁ ଆଜି ଡେଲାଙ୍ଗ ବ୍ଳକ କାର୍ଯ୍ୟାଳୟ ପରିସରରେ ଧାରଣା ଦେବା ସହ ଯୋଗାଣ ନୀରିକ୍ଷକଙ୍କୁ ତାଙ୍କ କାର୍ଯ୍ୟାଳୟରେ ଘେରାଉ କରିଥିଲେ  । ଘଟଣାରୁ ପ୍ରକାଶ ଯେ କେନ୍ଦ୍ର  ସରକାରଙ୍କ ଖାଦ୍ୟ ସୁରକ୍ଷା ଆଇନ ଲାଗୁ ହେବା ପରେ ଯୋଗାଣ ବିଭାଗ ପକ୍ଷରୁ ସମସ୍ତ ଅଙ୍ଗନୱାଡି କର୍ମୀ ମାନଙ୍କୁ କାର୍ଯ୍ୟରେ ଲାଗାଇଥିଲେ  । ସେ ସମୟରେ କେତେକ ଅଙ୍ଗନୱାଡି କର୍ମୀଙ୍କ ଉପରେ ଆକ୍ରମଣ କରାଯାଇଥିଲା । ତଥାପି ଅଙ୍ଗନୱାଡି କର୍ମୀ ମାନେ ସରକାରଙ୍କ ଗାଇଡି ଲାଇନ ଅନୁଯାୟୀ ତଦନ୍ତ କରି ରିର୍ପୋଟ ଦେଇଥିଲେ  । ସେ ସମୟରେ କୁହାଯାଇଥିଲା ଯେ ଯେଉଁମାନେ ଯେତଟି ପରିବାର ତଦନ୍ତ କରି ରିର୍ପୋଟ ଦେବେ ସେମାନଙ୍କୁ ରାଶନ କାର୍ଡ ପ୍ରୋସାହନ ରାଣି ମିଳିବ । ମାତ୍ର ଦୀର୍ଘଦିନ ହେବ ଆମ କଥା କେହି ନ ଶୁଣିବାରୁ ଶେଷରେ  ବିଡିଓଙ୍କୁ ଜଣାଇଥିଲେ  । କୌଣସି ସୁଫଳ ନ ମିଳିବାରୂ ଜିଲ୍ଲାପାଳଙ୍କ  ଜନଶୁଣାଣିରେ ଏ ସମ୍ପର୍କରେ ସଂଘ ପକ୍ଷରୁ ଅଭିଯୋଗ କରାଯାଇଥିଲା । ଅଭିଯୋଗକୁ ଗ୍ରହଣ କରି ଏଡିଏମ ସାତ ଦିନ ମଧ୍ୟରେ ପ୍ରାପ୍ୟ ଅର୍ଥ ପ୍ରଦାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ  । ଏହା ମଧ୍ୟରେ ଏକ ମାସ ହୋଇଯାଇଥିଲେ ମଧ୍ୟ ଆମ୍ଭ ମାନଙ୍କୁ ପ୍ରୋସାହନ ରାଣି ଯୋଗାଇ ଦିଆଗଲାନାହିଁ  । ଅନ୍ୟ ବ୍ଳକରେ ଏହି ଅର୍ଥ ପ୍ରଦାନ କରାଯାଇଥିଲେ ମଧ୍ୟ ଡେଲାଙ୍ଗ ବ୍ଳକ ବାଦ ପଡିଛି । ଏହାକୁ ନେଇ ଅଙ୍ଗନୱାଡି ୱାର୍କର ମାନେ ଧାରଣା ଦେଇଥିଲେ  । ଖବର ପାଇ ଡେଲାଙ୍ଗ ପୋଲିସ ଆନ୍ଦୋଳନ କାରୀଙ୍କୁ ବୁଝାସୁଝା କରି  ଯୋଗାଣ ନୀରିକ୍ଷକଙ୍କୁ ଉଦ୍ଦାର କରିଥିଲେ  । ଅନ୍ୟ ପକ୍ଷେ ବ୍ଳକ ଅଧ୍ୟକ୍ଷ ଓ ଏବିଡିଓ ପ୍ରଦୀପ୍ତ ନାୟକ ଘଟଣା ସ୍ଥଳରେ ପହଞ୍ଚି ସଂଘର ସଭାନେତ୍ରୀ ଜ୍ୟୋତିମର‌୍ୟି ସାମନ୍ତରାୟ ସମ୍ପାଦିକା  ମମତା ବରାଳ ଓ ଅନ୍ୟ ମାନଙ୍କ ସହ ଆଲେଚନା କରି ଜାନୁଆୟୀ ୩୦ ତାରିଖ ମଧ୍ୟରେ ବାକିଥିବା ଅର୍ଥ ପ୍ରଦାନ କରାଯିବ ବୋଲି ଅଧ୍ୟକ୍ଷ ପ୍ରତିଶ୍ରୁତି ଦେବାରୁ ଆନ୍ଦୋଳନ ଚାଲାଇଥିବା ଅଙ୍ଗତୱାଡି କର୍ମୀ ମାନେ ଆନ୍ଦୋଳନ ପ୍ରତ୍ୟାହାର କରିଥିବାର ଜଣାପଡିଛି । 
ଡେଲାଙ୍ଗରୁ - ଧୀରେନ୍ଦ୍ର ସେନାପତି 
BLOCK RE DHARANA DELE ANGANABADI KARMI JOGAN NIRIKHYAKA ATAKA
NEWS BY - DHIRENDRA SENAPATI ( DELANGA )
SAKHIGOPAL NEWS

Blog Archive

Popular Posts