Breaking News

ଡେଲାଙ୍ଗ ଥାନା ଅଞ୍ଚଳରେ ସିରିଜି ଚୋରି ; ତଦନ୍ତ ଜାରି

ଡେଲାଙ୍ଗ --- ଡେଲାଙ୍ଗ ଥାନା ଅନ୍ତର୍ଗତ ଅରିଶଲ ଛକରୁ ଗୁରୁବାର ବିଳମ୍ବିତ ରାତିରେ ୮ଟି ଦେକାନରୁ ଲକ୍ଷାଧିକ ଟଙ୍କାର ସମାଗ୍ରୀ ଓ ନଗଦ ଟଙ୍କା ଚୋରୀ ହୋଇଥିବା ଡେଲାଙ୍ଗ ଥାନାରେ ଅଭିଯୋଗ ହୋଇଛି । ଡେଲାଙ୍ଗ ଥାନା ସୁତ୍ରରୁ ପ୍ରକାଶ ଯେ ଲୋଚା ମୋହନ ମାଝୀଙ୍କର ଗ୍ରୋସରୀ ଦେକାନରୁ ଦୁଇ ରୁ ତିନି ଲକ୍ଷ ଟଙ୍କାର ସାମଗ୍ରୀ ଜିନିଷ ଲୁଟ ହୋଇଥିବା ବେଳେ ସଦାନନ୍ଦ ପ୍ରଧାନଙ୍କ ରାଇସିମିଲରୁ ୨୫ଶହ ଟଙ୍କା ଓ ଅରୁଆ ଚାଉଳଏକ ବସ୍ତା, ଅକ୍ଷୟ ପ୍ରଧାନଙ୍କର ପରିବା ଦୋକାନରୁ ୮ ହଜାର, ଶରତ ପାତଳାସିଂହଙ୍କ ପରିବା ଦେକାନରୁ ୧୫ ହଜାର ଟଙ୍କା , ତ୍ରିନାଥ ହରିଚନ୍ଦନଙ୍କ ଲୁଗା ଦେକାନରୁ କପଡା , ସୁବ୍ରତ ମୋହନ ମାଝିଙ୍କର ସାର ଦେକାନରୁ ୫ହଜାର ଟଙ୍କାର କୀଟ ନାଶକ , ଅମିନ ମାଝୀଙ୍କ ପାନ ଦେକାନ ଲୁଟ ସହିତ ବିଶି ପଟ୍ଟନାୟକଙ୍କ ଲୁଗା ଦେକାନରୁ ଲୁଟ କରିଥିଲେ  । କାହ୍ନୁ ( ଭୀମ) ପ୍ରଧାନଙ୍କ ଦେକାନ ଭାଙ୍ଗିବା ସମୟରେ ଦେକାନ ଘରେ ଶୋଇଥିଲେ ଭୟରେ ସେ ବଡ ପାଟିରେ ଚୋର ଚୋର ବୋଲି ଡାକ ପକାଇବାରୁ ଦୁବୁର୍ତ୍ତ ମାନେ ଏକ କାର ଯୋଗେ ପଳାଇଥିଲେ ବୋଲି ଜଣାପଡିଛି । ଖବର ପାଇ ଡେଲାଙ୍ଗ ଥାନା ଆଇଆଇସି ଅଶିତ କୁମାର ମହାନ୍ତି ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଚନ୍ତି । ଡେଲାଙ୍ଗ ଥାନାରେ କର୍ମଚାରୀ ଅଭାବ, ଡେଲାଙ୍ଗ ହାଟ ଫାଣ୍ଡି ଅଧିକାରୀ ନାହାନ୍ତି,  ୩୪ ଜଣ ହୋମଗାର୍ଡରୁ ୩୦ ଜଣ ହୋମଗାର୍ଡ ଏବେ ପୁରୀ ଡ୍ୟୁଟି କରିବା ପାଇଁ ପଳାଉଛନ୍ତି । ଯାହା ଫଳରେକି ଡେଲାଙ୍ଗରେ ପ୍ରୋଟୋଲିଂ ପୁରା ପୁରି ଠପ ହୋଇଯାଇଛି ବୋଲି ଜଣସାଧାରରେ ବେଶ ଆଲେଚନା ହେଉଛି ।  
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି 
DELANGA THANA ANCHALARE SIRIJ CHORI TADANTA JARI
NEWS BY - DHIRENDRA SENAPATI ( DELANGA )
SAKHIGOPAL NEWS

Blog Archive

Popular Posts