କଲ୍ଯାଣପୁର ପଞ୍ଚାୟତ ସ୍ତରୀୟ ପ୍ରିମିୟର ଲିଗ କ୍ରିକେଟ ମ୍ଯାଚ ଆରମ୍ଭ
ଡେଲାଙ୍ଗ--- ଡେଲାଙ୍ଗ ବ୍ଳକର କଲ୍ୟାଣପୁର ୟଙ୍ଗ ଷ୍ଟାର ପକ୍ଷରୁ ଚତୁର୍ଥ ବାର୍ଷିକ ପଞ୍ଚାୟତ ସ୍ତରୀୟ ପ୍ରିମିୟର ଲିଗ୍ ମ୍ୟାଚ କଲ୍ୟାଣପୁର ହାଇସ୍କୁଲ ଖେଳ ପଡିଆରେ ଅନୁଷ୍ଠିତ ହୋଇଯାଇଛି । କ୍ରିକେଟ ମ୍ୟାଚକୁ ୟଙ୍ଗ ଷ୍ଟାର କ୍ଳବର ଉପଦେଷ୍ଠା ଜମେଶ୍ୱର ମୁଦୁଲି ଆନୁଷ୍ଠାନିକ ଭାବରେ କିକ୍ରେଟ ମ୍ୟାଚଟିକୁ ଉଦ୍ ଘାଟନ କରିଥିଲେ । ଉଦ୍ଘାଟନୀ ମ୍ୟାଚରେ ବ୍ଳୁ ରାଇଡର ଓ ରୟାଲ ଟାଇଗର କ୍ରିକେଟ ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଟଚ ଜିତି ବ୍ଳୁ ରାଇଡର ଦଳ ବ୍ୟାଟିଂ କରିବାର ନିସ୍ପତି ନେଇଥିଲେ । ୧୨ ଓଭରରେ ୫ ଉଇକେଟ ହରାଇ ୧୪୩ ରନ କରିଥିଲେ । ଜବାବରେ ରୟାଲ ଟାଇଗର କ୍ରିକେଟ ଦଳ ୧୨ ଓଭର ୯ ଉଇକେଟ ହରାଇ ୯୦ ରନ କରିଥିଲେ । ମ୍ୟାନ ଅଫ ଦି ମ୍ୟାଚ ଭାବରେ ନିବାସ ମେଣ୍ଟା ହୋଇଥିବା ବେଳେ ବେଷ୍ଟ କ୍ୟାଚ ଜିତେନ୍ଦ୍ର ଛୋଟରାୟ । ଗଣେଶ ସ୍ୱାଇଁ ଓ ଅମର ପ୍ରଧାନ ମ୍ୟାଚ ପରିଚାଳନା କରିଥିଲେ ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି
KALYANPUR PANCHAYAT STARIYA PRIMIER LIGUE CRICKET MATCH AARAMBHA
NEWS BY - DHIRENDRA SENAPATI ( DELANGA )
SAKHIGOPAL NEWS