Breaking News

ସତ୍ଯବାଦୀ ବ୍ଲକର ପେଣ୍ଠପଡା ଗ୍ରାମ ପଞ୍ଚାୟତରେ ପିଠା କାର୍ଯ୍ଯକ୍ରମ


ସାକ୍ଷୀଗୋପାଳ----  ସରକାରଙ୍କ ପିଠା କାର୍ଯ୍ୟକ୍ରମର ଆଜି ହେଉଛି ଶେଷ ଦିବସ  । ସତ୍ୟବାଦୀ  ବ୍ଳକର ପେଣ୍ଠପଡା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ  ମୁଖ୍ୟମନ୍ତ୍ରୀଙ୍କ ପିଠା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।   ମୁଖ୍ୟ ଅତିଥି ଭାବେ ପଞ୍ଚାୟତ ସମିତି ଅଧ୍ୟକ୍ଷା ସସ୍ମିତା ପ୍ରଧାନ  ମୁଖ୍ୟବକ୍ତା ଭାବେ ବିଡିଓ ଡ. ଗୌରବ ମୟ ପ୍ରଧାନ ଯୋଗଦେଇ କାର୍ଯ୍ୟକ୍ରମକୁ  ଉଦ୍ଘାଟନ କରିଥିଲେ  । ତିନିଜଣଙ୍କୁ କଳାକାର ଭର୍ତ୍ତା, ଗୃହ ନିର୍ମାଣ ସଠିକ ସମୟ ସୀମା ମଧ୍ୟରେ ଶେଷ କରିଥିବାରୁ ୭ ଜଣଙ୍କୁ ପ୍ରୋସାହନ ରାଶିର ହିତାଧିକାରୀ ମାନଙ୍କୁ ପ୍ରମାଣପତ୍ର ପ୍ରଦାନ କରା ଯାଇଥିଲା  ।  ରାଜ୍ୟ ସରକାରଙ୍କ ବିଭିନ୍ନ ଜନ ହିତକାର ଯୋଜନାରୁ   ଯେଉଁ ମାନେ ବାଦ  ପଡିଛନ୍ତି ସେମାନଙ୍କୁ ଏହି କାର୍ଯ୍ୟକ୍ରମରେ ଦରଖାସ୍ତ ଗ୍ରହଣ କରାଯାଇ ତୁରନ୍ତ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ  ବୋଲି   ଅତିଥି ମାନେ ମତ ପ୍ରକାଶ  କରିଥିଲେ । ସରପଞ୍ଚ ବାସନ୍ତୀ ବେହେରା କାର୍ଯ୍ୟକ୍ରମରେ ସଭାପତିତ୍ୱ କରିଥିଲେ  ।  ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ ସଭ୍ୟ ପ୍ରହଲ୍ଲାଦ ଘଟୁଆରୀ, ସମିତିସଭ୍ୟା ଗୀତାଞ୍ଜଳି ଭୋଇ, ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଥିକାରୀ ବନଲତା ଚେନେରା, କାଦୁଆ ସମିତିସଭ୍ୟା ବିନୋଦିନୀ ପରିଡା  ପ୍ରମୁଖ ଯୋଗଦେଇଥିଲେ  । ଅଙ୍ଗନୱାଡି କର୍ମୀ ରୋହିଣ ମହାପାତ୍ର, ବିଶ୍ୱଜିତା ଦେବୀ, ସବିତା ପଣ୍ଡା, ସନ୍ଦ୍ୟାରାଣୀ ସାହୁ, ଲକ୍ଷ୍ମୀମଣି ବେହେରା, ସୁଲେଚନା ବେହେରା, ସୂର୍ଣ୍ଣଲତା ବେହେରା ଓ ମହିଳା ଶିଶୁ ବିକାଶ ପ୍ରକଳ୍ପର ସୁପରଭାଇଜର ମିତା ନାଗ ,  ଆଶା ମାନେ ଉପସ୍ଥିତ ରହିଥିଲେ  । ଏହି ପିଠା କାର୍ଯ୍ୟକ୍ରମରେ ଶିକ୍ଷା, ସ୍ୱାସ୍ଥ୍ୟ, ପାନୀୟ ଜଳ, ବିଜୁପକ୍କାଘରଯୋଜନା,  ବିଦ୍ୟୁତ ବିଭାଗ ପକ୍ଷରୁ ଏକ ଷ୍ଟଲ ଖୋଲା ଯାଇ ଯେଉଁ ପରିବାର ଗୁଡିକ ବିଦ୍ୟୁତ ସେବାର ବଞ୍ଚିତ ରହିଛନ୍ତି ସେମାନଙ୍କ ଠାରୁ ଦରଖାସ୍ତ ଗ୍ରହଣ କରାଯାଇଥିବାର ଦେଖାଯାଇଥିଲା । ଏହି ପିଠା କାର୍ଯ୍ୟକ୍ରମରେ ମହିଳା ସ୍ୱୟ ସହାୟକ ଗୋଷ୍ଠୀ ପକ୍ଷରୁ ବିଭିନ୍ନ କିସମର ପିଠା ତିଆରି କରାଯାଇ ପ୍ରଦର୍ଶିତ କରାଯାଇଥିଲା  । ଶତାଧିକ ପୁରୁଷ ମହିଳା ଏହି ପିଠା କାର୍ଯ୍ୟକ୍ରମରେ ସାମିଲ ହୋଇଥିବାର ଦେଖାଯାଇଥିଲା  । 
 ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି 
SATYABADI BLOCK PENTHAPADA GRAMA PANCHAYAT RE PITHA KARYA KRAMA
BY - DHIRENDRA SENAPATI ( SAKHIGOPAL )
SAKHIGOPAL NEWS

Blog Archive

Popular Posts