Breaking News

ଅଷ୍ଟଦଶ ନିମାପଡା ମହୋତ୍ସବ ଉଦ୍ଯାପିତ

ନିମାପଡା--ପୁରୀ ଜିଲ୍ଲା ନିମାପଡ଼ା ଠାରେ ଅଷ୍ଟଦଶ ମହୋତ୍ସବ ଉଦଯାପିତ ଦିବସରେ  ମୁକ୍ତାକାଶ ରଙ୍ଗମଞ୍ଚ ରେ ସମ୍ମାନ ଅତିଥି କଣ୍ଠଶିଳ୍ପୀ ଶ୍ରିକାନ୍ତ ଗୌତମ, ଚଳଚ୍ଚିତ୍ର କୁନା ତ୍ରିପାଠୀ, ରମେଶ ଚନ୍ଦ୍ର ପରିଡ଼ାଙ୍କୁ ମାନ୍ୟବର ବିଧାୟକ ସମିର ରଞ୍ଜନ ଦାସ ପୁଷ୍ପ ଫୁଲତୋଡ଼ା ଦେଇ ସ୍ୱାଗତ କରିଥିଲେ । ଅତିଥି ମାନଙ୍କ ଦ୍ବାରା ଉଦଯାପନ କରାଯାଇଥିଲା । ଏହି ମୁକ୍ତାକାଶ ରଙ୍ଗମଞ୍ଚରେ ଓଡିଶୀ, ଭାରତନାଟମ୍ୟ , ନୃତ୍ୟ ପରିବେଷଣ କରାଯାଇଥିଲା । ଦର୍ଶକ ମାନେ ଏହାକୁ ମନୋଭରି ଉପଭୋଗ କରିଥିଲେ ।  ସେହିପରି ଅ।ୟୋଜିତ ନିମାପଡା ମହୋତ୍ସବ କୁ ମନ୍ତୀ ଅଶୋକ ପଣ୍ଡା ଆନୁଷ୍ଠାନିକ ଭାବରେ ଉଦଘାଟନ କରିଥିଲେ ।  ଏହି ଅବସରରେ ପ୍ରଖ୍ୟାତ ହାସ୍ୟ ଅଭିନେତା ଜଗନ୍ନାଥ ରାଉତ, ପଟ୍ଟଚିତ୍ର ଶିଳ୍ପୀ ଶରତ ପ୍ରଧାନଙ୍କୁ ସମ୍ଵର୍ଦ୍ଧିତ କରାଯାଇଥିଲା। ଉଦଘାଟିତ ଏହି ମହୋତ୍ସବ ରେ ସ୍ଥାନୀୟ ବିଧାୟକ ସମୀର ରଜଂନ ଦାଶ, ଶିକ୍ଷାବିତ ରମେଶ ଚନ୍ଦ୍ର ପରିଡା, ସମାଜସେବୀ ପ୍ରତାପ କୁମାର ପାତ୍ର ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଏହି ମହୋତ୍ସବରେ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ଆସିଥିବା ସ୍ବୟଂ ସହାୟକ ଗୋଷ୍ଠୀ ଙ୍କ ବିଭିନ୍ନ ହସ୍ତତନ୍ତ, ହସ୍ତଶିଳ୍ପ,ଖାଦ୍ୟ ସାମଗ୍ରୀ, ଘରକରଣା ସାମଗ୍ରୀ, ବିଭିନ୍ନ ଜନସଚେତନତା କାର୍ଯ୍ୟକ୍ରମ ଷ୍ଟଲ ଗୁଡିକରେ ଭିଡ ପରିଲକ୍ଷିତ ହୋଇଥିଲା । 
ନିମାପଡାରୁ ଜୟନ୍ତ ସେଠୀ
ASTADASHA NIMAPADA MAHOTSAV UDJAPITA
NEWS BY - JAYANTA SETHI ( NIMAPADA )
SAKHIGOPAL NEWS

Blog Archive

Popular Posts