କଂଗ୍ରେସ ଦଳରେ ସାମିଲ ହେଲେ ବିଜେଡି କର୍ମୀ
ସାକ୍ଷୀଗୋପାଳ---ପୁରୀ ଜିଲ୍ଲାର ସତ୍ୟବାଦୀ ବ୍ଳକ ଅନ୍ତର୍ଗତ ପରଜାପଡା ପଞ୍ଚାୟତ ପାଲା ମଣ୍ଡପରେ କଂଗ୍ରେସର ଏକ କର୍ମୀ ସମ୍ମଳନୀ ଅନୁଷ୍ଠିତ ହୋଇଯାଇଛି । ଏହି ସମ୍ମଳନୀରେ ବଂଶୀଧର ପରିଡା ତାଙ୍କର ସମର୍ଥକଙ୍କ ସହ କଂଗ୍ରେସରେ ସାମିଲ ହୋଇଥିବାର କଂଗ୍ରେସ ପକ୍ଷରୁ କୁହାଯାଇଛି । ଏହି ମିଶ୍ରଣ ପର୍ବରେ ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନ ସଭାପତିତ୍ୱ କରିଥିଲେ । ଶ୍ରୀ ପରିଡାଙ୍କୁ ଫୁଲମାଳ ପକାଇ କଂଗ୍ରେସର ସଦସ୍ୟ ଭାବେ ଗ୍ରହଣ କରାଯାଇଥିଲା । ବିଜେଡି ସରକାରଙ୍କ ସମୟରେ ସତ୍ୟବାଦୀରେ ପିସି କାରବାର, ଗୁଣ୍ଡାରାଜ, ଦୁର୍ନୀତିର ଶେଷ ସୀମା ବିରୋଧରେ ବୈଠକରେ ଆଲେଚନା କରାଯାଇଥିଲା । ବିଜେପି ଓ ବିଜେଡି କୃଷକ ମାରଣ ନୀତି ଉପରେ ଶ୍ରୀ ହରିଚନ୍ଦନ ଆଲୋକପାତ କରିଥିଲେ । ରାଜସ୍ଥାନ, ମଧ୍ୟପ୍ରଦେଶ ଓ ଛତିଶଗଡ ରେ କଂଗ୍ରେସ ସରକାର ଗଠନ କରି କୃଷି ଋଣ ଛାଡ କରିବା ଓ ଧାନ କୁଇଣ୍ଟାଲ ୨୫ଶହ ଟଙ୍କା କରିଛନ୍ତି ବୋଲି କହିଥିଲେ । ସଭାରେ ପରଜାପଡା ଗ୍ରାମ ପଞ୍ଚାୟତର ସରପଞ୍ଚ ବନିତା ପରିଡା, ସରପଞ୍ଚ ସୁବାଷ ମହାପାତ୍ର, ସମିତି ସଭ୍ୟ କୃଷ୍ଣଚନ୍ଦ୍ର ବରାଳ, ପୂର୍ବତନ ପଞ୍ଚାୟତ ସମିତି ଅଧ୍ୟକ୍ଷ ଜୟନ୍ତ ହୋତା , ଶରତ ମାଝି, ଶଙ୍କର ପ୍ରଧାନ, ସୁଶାନ୍ତ ଶତପଥି, ମଙ୍ଗୁଳି ସ୍ୱାଇଁ, ନାରାୟଣ ସ୍ୱାଇଁ, ରାମଚନ୍ଦ୍ର ଚୌଧୁରୀ, ପୂର୍ଣ୍ଣପରିଡା, ହରି ପରିଡା, କାଳେନ୍ଦୀ ସାହୁ, ନୃସିଂହ ନନ୍ଦ ଓ ଗୋପାଳ ଚନ୍ଦ୍ର ମିଶ୍ରଙ୍କ ସହ ପ୍ରାୟ ଶତାଧିକ କର୍ମୀ ଯୋଗଦେଇ ଆଗାମୀ ନିର୍ବାଚନକୁ ଆଖି ଅଗାରେ ରଖି କଂଗ୍ରେସ କର୍ମୀ ମାନେ ସଂଗଠିତ ହେବା ପାଇଁ ଆଲେଚନା କରାଯାଇଥିଲା । ଏହିପରି ବିଭିନ୍ନ ପଞ୍ଚାୟତରେ ର୍କମୀ ସମ୍ମଳନୀ ସହିତ ମିଶ୍ରଣ ପର୍ବ କରାଯିବ ବୋଲି ଶ୍ରୀ ଜୟନ୍ତ କୁମାର ହୋତାଙ୍କ ଠାରୁ ପ୍ରକାଶ ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି
CONGRESS DALA RE SAMIL HELE BJD KARMI
BY - DHIRENDRA SENAPATI ( SAKHIGOPAL )
SAKHIGOPAL NEWS