ପିପିଲି ଥାନାରେ ସ୍ବାସ୍ଥ୍ଯ ସେବା ସହିତ ରକ୍ତଦାନ ଶିବିର
ପିପିଲି-ପିପିଲି ଥାନା ପରିସରରେ ମେଗା ସ୍ୱାସ୍ଥ୍ୟ ପରିକ୍ଷା ସହିତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରକୁ ଏମସ୍ ମେଡିକାଲ ନିର୍ଦ୍ଦେଶିକା ପ୍ରଫେସର ଗିତାଞ୍ଜଳି ବତ୍ମାନବେନ ଓ କେନ୍ଦ୍ରାଞ୍ଚଳ ଆଇଜି ସୌମ୍ଯେନ୍ଦ୍ର ପ୍ରିୟଦର୍ଶି ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଉଦଘାଟନ କାର୍ଯ୍ୟକ୍ରମରେ ପୁରୀ ଏସ୍ପି ସାର୍ଥକ ଷଡଙ୍ଗି ଓ ଏମ୍ସ୍ ର ଭୁବନେଶ୍ୱର ର ସୁପରିଟେଣ୍ଟ ସଚିଦାନନ୍ଦ ମହାନ୍ତି ପିପିଲି ଏସଡିପିଓ ଦିଲ୍ଲିପ ତ୍ରିପାଠି ବରିଷ୍ଠ ସାମ୍ବାଦିକ ଶ୍ରୀକୁମାର ଶୁକ୍ଳା ଉପସ୍ଥିତ ଥିଲେ । ଭୁବନେଶ୍ୱର ଏମ୍ସ୍ ମେଡିକାଲ ର ବିଭିନ୍ନ ବିଭାଗର ବିଶଷଜ୍ଞ ଡାକ୍ତରଙ୍କ ଦ୍ୱାରା ସ୍ୱାସ୍ଥ୍ୟ ପରିକ୍ଷା କରାଯିବା ସହ ରୋଗି ମାନଙ୍କୁ ଔଷଧ ବଣ୍ଟନ କରାଯାଇଛି । ୧୩୮ ୟୁନିଟ ରକ୍ତ ସୁବକ ମାନେ ସ୍ୱେଛାକୃତ ଭାବେ ରକ୍ତଦାନ କରିଥିଲେ । ଏହି କାର୍ଯ୍ୟକ୍ରମକୁ ପରିଚାଳନା କରୁଥିବା ପିପିଲି ଥାନା ଅଧିକାରି ଶରତ କୁମାର ସାହୁ ତାଙ୍କ ଧର୍ମ ପତ୍ନୀ ସୁଶିଳା ସାହୁ । ଥାନା ଅଧିକାରୀ ଶ୍ରୀ ସାହୁଙ୍କ ଦୁଇ ପୁଅ ଜିତେଶ ଓ ସିତେସ ସାହୁ ଏହି ଶିବିରରେ ରକ୍ତଦାନ କରି ଏକ ଜିବନ ଦାନ ବୋଲି ଏକ ମେସେଜ ଦେଇଛନ୍ତି । ଏହି ମହତ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ପିପିଲି ପୁଲିସର ସମସ୍ତ କର୍ମଚାରି ଏବଂ ଆମ ପୁଲିସ ସମିତି ର ସଦସ୍ୟ ଓ ପିପିଲି ଅଞ୍ଚଳର ବିଭିନ୍ନ ସାମାଜିକ ଅନୁଷ୍ଠାନ,ବୁଦ୍ଧିଜିବି ଓ ସମସ୍ତ ରାଜନୈତିକ ଦଳଠାରୁ ଆରମ୍ଭ କରି ଗଣମାଧ୍ୟମ ପ୍ରତିନିଧିମାନେ ସହେଯାଗ ପ୍ରଦାନ କରିଥିଲେ । ପିପିଲି ପୁଲିସ ତରଫରୁ ଏହି ଶିବିରରେ ଯୋଗ ଦେଇ ସହେଯାଗ କରିଥିବା ସମସ୍ତ ବିଭାଗିୟ ଅଧିକାରି ମାନଙ୍କୁ ପଟ୍ଟଚିତ୍ର ଓ ଫୁଲତୋଡା ଦେଇ ସମ୍ବର୍ଦ୍ଧିତ କରାଯାଇଛି । ପୁରୀ ଜିଲ୍ଲା ରେ ପିପିଲି ଥାନାରେ ଏହି ମହତ କାର୍ଯ୍ୟକ୍ରମ ପ୍ରଥମକରି ଥାନା ଅଧିକାରି ଶରତ କୁମାର ସାହୁଙ୍କର ଏହି ଯୁଗାନ୍ତ କାରି ପଦକ୍ଷେପ ଯୋଗୁ ତାଙ୍କୁ ସାଧାରଣରେ ବେଶ ପ୍ରଶଂସା କରାଯାଇଛି ।
ପିପିଲିରୁ ବିଜୟ ମହାପାତ୍ର