ପଞ୍ଚାୟତ ସ୍ତରୀୟ ଲିଗ ମ୍ଯାଚ :ପ୍ଳାଇଙ୍ଗି ଡଲଫିନ ୭ ଉଇକେଟରେ ବିଜୟି
ଡେଲାଙ୍ଗ--- ଡେଲାଙ୍ଗ ବ୍ଳକର କଲ୍ୟାଣପୁର ୟଙ୍ଗ ଷ୍ଟାର ପକ୍ଷରୁ ଚତୁର୍ଥ ବାର୍ଷିକ ପଞ୍ଚାୟତ ସ୍ତରୀୟ ପ୍ରିମିୟର ଲିଗ୍ ମ୍ୟାଚ କଲ୍ୟାଣପୁର ହାଇସ୍କୁଲ ଖେଳ ପଡିଆରେ ଅନୁଷ୍ଠିତ ମ୍ୟାଚ ଡବଲ ଲାୟନ୍ସ ଓ ପ୍ଳାଇଙ୍ଗି ଡଲଫିନ କ୍ରିକେଟ ଦଳ ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହୋଇଥିଲା । ଡବଲ ଲାୟନ୍ସ କ୍ରିକେଟ ଟିମ ୧୨ ଓଭର ୯ ଉଇକେଟ ହରାଇ ୧୧୪ରନ କରିଥିଲା । ଜବାବରେ ପ୍ଳାଇଙ୍ଗି ଡଲଫିନ ଦଳ୧୧.୩ ବଲରେ ୩ ଉଇକେଟ ହରାଇ ୧୧୮ ରନ କରି ବିଜୟୀ ହୋଇଥିଲେ । ବେଷ୍ଟ କ୍ୟାଚ ଶରତ କୁମାର ସ୍ୱାଇଁ ଓ ମ୍ୟାନ ଅଫ ଦି ମ୍ୟାଚ ସୂର୍ଯ୍ୟକାନ୍ତ ବିଶ୍ୱାଳ ବିବେଚିତ ହୋଇଥିଲେ । ଗଣେଶ ସ୍ୱାଇଁ ଓ କବିନ୍ଦ୍ର ପ୍ରଧାନ ମ୍ୟାଚ ପରିଚାଳନା କରିଥିଲେ ।