Breaking News

ସତ୍ୟବାଦୀ ରେ ବିଜେପି ଦଳ ଛାଡି ବିଜେଡି ଦଳରେ ସାମିଲ ହେଲେ୩୦ ଯୁବକ

 ସାକ୍ଷୀଗୋପାଳ--- ଆଜିର ଦିନରେ ବଳଙ୍ଗା ପୀଡିତାଙ୍କୁ ନ୍ୟାୟ ଓ ଅଭିଯୁକ୍ତଙ୍କୁ ଗିରଫ ଦାବିରେ ପୁରୀ ଜିଲ୍ଲାରେ ୬ ଘଣ୍ଟିଆ ବନ୍ଦ ଡାକରା ଦେଇଥିଲା ବିଜେଡି । ଏହି ଅବସରରେ ସତ୍ୟବାଦୀରେ ବିଜେଡିଦଳର କର୍ମୀ ଓ ନେତା ମାନେ ହରତାଳ କରିଛନ୍ତି । ଏହି ସମୟରେ ଜୟପୁର ଗ୍ରାମ ପଞ୍ଚାୟତର ସେନାପତି ସାହିର ନାଗା ଅର୍ଜୁନ ସେନାପତିଙ୍କ ତତ୍ୱବଧାନରେ ସତ୍ୟବାଦୀର ବିଭିନ୍ନ ପଞ୍ଚାୟତର ଶତାଧିକ ଯୁବକ ମାନେ ପୁରୀ ଜିଲ୍ଲା ବିଜେଡି ସଭାପତି ତଥା ସତ୍ୟବାଦୀର ପୂର୍ବତନ ବିଧାୟକ ଉମାକାନ୍ତ ସମାନ୍ତରାୟ, ସତ୍ୟବାଦୀ ବ୍ଳକ ଅଧ୍ୟକ୍ଷ ସୁନୀଲ କୁମାର ପଣ୍ଡା,  ବିଜେଡି ଦଳର ନାରୀନ୍ରେତୀ କସ୍ତୁରୀ ବାଳା ସ୍ୱାଇଁ .ସତ୍ୟବାଦୀ ବ୍ଳକ ବିଜେଡି ସଭାପତି ପ୍ରମୋଦ ରାଉତରାୟ ଓ ଜୟପୁର ଗ୍ରାମ ପଞ୍ଚାୟତର ବିଜେଡି ସଭାପତି ଦେବଦତ୍ତ ସାମନ୍ତରାୟଙ୍କ ସହିତ ଅନେକ ସତ୍ୟବାଦୀର ବିଜେଡି କର୍ମୀ ମାନଙ୍କ ଉପସ୍ଥିତିରେ ବିଜେପି ଦଳ ଛାଡି ବିଜେଡି ଦଳରେ ସାମିଲ ହୋଇଛନ୍ତି । ଦଳରେ ସାମିଲ ହୋଇଥିବା ଯୁବକ ମାନଙ୍କୁ ବିଜେଡି ଦଳର ପୁରୀ ଜିଲ୍ଲା ସଭାପତି ଶ୍ରୀ ସାମନ୍ତରାୟ ଦଳୀୟ ଉତ୍ତରୀୟ ପକାଇ ଦଳରେ ସାମିଲ କରିବା ସହ ଯୁବକ ମାନଙ୍କ ସହିତ ସାକ୍ଷୀଗୋପାଳ ବଜାର ଦେଇ ସାକ୍ଷୀଗୋପାଳ ମନ୍ଦିର ପର୍ଯ୍ୟନ୍ତ ପଦଯାତ୍ରାରେ  ଯାଇଥିଲେ । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତିଙ୍କ ରିର୍ପୋଟ, ୭ା୮ା୨୦୨୫---୧୨, ୨୫ 

Sakhigopal News, 7/8/2025

Blog Archive

Popular Posts