Breaking News

ଗୁଆଳିପଡାରେ ପିଠା କାର୍ଯ୍ଯକ୍ରମରେ ଯୋଗ ଦେଲେ ମନ୍ତୀ


ଡେଲାଙ୍ଗ---- ଡେଲାଙ୍ଗ ବ୍ଳକର ଗୁଆଳିପଡା ଗ୍ରାମ ପଞ୍ଚାୟତରେ ମୁଖ୍ୟମନ୍ତ୍ରୀଙ୍କ ପିଠା କାର୍ଯ୍ୟକ୍ରମକୁ  ମୁଖ୍ୟ ଅତିଥି ଭାବେ କୃଷି ଓ ପଞ୍ଚାୟତରାଜ ମନ୍ତ୍ୀ ଶ୍ରୀ ପ୍ରଦୀପ ମହାରଥୀ ଉଦ୍ଘାଟନ କରି ମଧୁବାବୁ  ଭର୍ତ୍ତା , ରାଶନ କାର୍ଡ, କଳାକାର ଭର୍ତ୍ତା, ଗୃହ ନିର୍ମାଣ ସଠିକ ସମୟ ସୀମା ମଧ୍ୟରେ ଶେଷ କରିଥିବାରୁ ସରକାରଙ୍କ ପକ୍ଷରୁ ପ୍ରୋସାହନ ରାଶି ପ୍ରଦାନ କରିଥିଲେ  । ଏହି ଅବସରରେ ଶ୍ରୀ ମହାରଥୀ କହିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରତିଦିନ ନୂତନ କରି ଯୋଯନା ପ୍ରଣୟନ କରୁଛନ୍ତି । ସେଥି ମଧ୍ୟରୁ ପିଠା ଯୋଜନା ଅନ୍ୟତମ  । ଏହି ଯୋଜନା ମାଧ୍ୟମରେ ଜନସାଧାରଣଙ୍କ ପାଖରେ ବ୍ଳକ ପ୍ରଶାସନ ପହଞ୍ଚିବ ବୋଲି କହିଥିଲେ  । ରାଜ୍ୟ ସରକାରଙ୍କ ବିଭିନ୍ନ ଜନ ହିତକାର ଯୋଜନା ଏଣିକି ଘରେ ପହଞ୍ଚିବ ବୋଲି କହିଥିଲେ  ।  ମୁଖ୍ୟ ବକ୍ତା ଭାବରେ ବ୍ଳକ ଅଧ୍ୟକ୍ଷ ପ୍ରସନ୍ନ ସାହୁ, ଅତିରିକ୍ତ ବିଡିଓ ପ୍ରଦୀପ୍ତ କୁମାର ନାୟକ,  ସରପଞ୍ଚ୍ କାଳନ୍ଦୀ ଜେନା , ସମିତି ସଭ୍ୟ୍ ବାସୁଦେବ ଜେନା,  ସମାଜ ମଙ୍ଗଳ ଅଧିକାରୀ ତପନ କୁମାର ଦାଶ, ଶିଶୁ ମହିଳା ପ୍ରକଳ୍ପର ପରିଦର୍ଶିକା ସଂଘମିତ୍ରା ବେହେରା ଯୋଗାଣ ବିଭାଗର ଅଧିକାରିଣୀ ଲିପିସା ରାଉତ, ପିପିଲିର ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ କିଶୋର ଛୋଟରାୟ  ,ଯୁବ ସଂଗଠକ ଦୀପକ ଜେନା ପ୍ରମୁଖ ଉପସ୍ଥିତ ରହିଥିଲେ   । ଅନୁଷ୍ଠିତ ସଭାରେ ସମବାୟବିତ୍ତି ବୈରାଗୀ ଜେନା  ସଭାପତିତ୍ୱ କରିଥିଲେ  ।   ଆମ ଗାଁ ଆମ ବିକାଶ ଯୋଜନାର ଏକ ଅପରିଛେଦ ଅଙ୍ଗ ହେଉଛି ପିଠା ବୋଲି ବ୍ଳକ ଅଧ୍ୟକ୍ଷ ଶ୍ରୀ ସାହୁ କହିଥିଲେ  ।   ଡେଲାଙ୍ଗ ମିଶନ ଶକ୍ତି ମହିଳା ମହାସଂଘର ସଭାନେତ୍ରୀ ବିଦ୍ୟୁଲତା ସ୍ୱାଇଁଙ୍କ ସହ ବିଭିନ୍ନ ସଦସ୍ୟା , ଆଶା, ଅଙ୍ଗନୱାଡି କର୍ମୀ ମାନେ ଉପସ୍ଥିତ ରହିଥିଲେ  । ଏହି ଅବସରରେ ମଧୁବାବୁ ଭର୍ତ୍ତା ୧୬୦ ଜଣ, କଳାକାର ଭର୍ତ୍ତା ୬ ଜଣ,  ରାସନ କାର୍ଡ୪୦ ଜଣଙ୍କୁ  ଓ ଗୃହ ନିର୍ମାଣ ଆର୍ଥିକ ପ୍ରୋସାହନ ରାଶି ୧୫ ଜଣଙ୍କୁ ବଣ୍ଟନ କରାଯାଇଥିଲା ବୋଲି ସରପଞ୍ଚ କାଳନ୍ଦୀ ଜେନାଙ୍କ ଠାରୁ ପ୍ରକାଶ  । ସେହପରି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ରକ୍ତଚାପ ଓ ମଧୁମେହ ପରୀକ୍ଷା କରାଯାଇଥିଲା  । ବିଦ୍ୟୁତ ବିଭାଗ ପକ୍ଷରୁ ଏକ ଷ୍ଟଲ ଖୋଲା ଯାଇ ଯେଉଁ ପରିବାର ଗୁଡିକ ବିଦ୍ୟୁତ ସେବାର ବଞ୍ଚିତ ରହିଛନ୍ତି ସେମାନଙ୍କ ଠାରୁ ଦରଖାସ୍ତ ଗ୍ରହଣ କରାଯାଇଥିବାର ଦେଖାଯାଇଥିଲା । ଏହି ପିଠା କାର୍ଯ୍ୟକ୍ରମରେ ମହିଳା ସ୍ୱୟ ସହାୟକ ଗୋଷ୍ଠୀ ପକ୍ଷରୁ ବିଭିନ୍ନ କିସମର ପିଠା ତିଆରି କରାଯାଇ ପ୍ରଦର୍ଶିତ କରାଯାଇଥିଲା ।  ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି

Blog Archive

Popular Posts