Breaking News

ରାସ୍ତାର ନବୀକରଣ ପାଇଁଶିଳାନ୍ଯାସ


ଡେଲାଙ୍ଗ---ଭୁବନେଶ୍ୱର -ପୁରୀ ନଂ୩୧୬ ଜାତୀୟ ରାଜପଥର ଠାରୁ ସରଗାଇଲୋ ଗ୍ରାମ୍ୟ ୩ କି. ମି ରାସ୍ତାର ନବୀକରଣ କରିବା ପାଇଁ ରବିବାର କୃଷି ଓ ପଞ୍ଚାୟତରାଜ ମନ୍ତ୍ରୀ ଶିଳାନ୍ୟାସ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ବ୍ଳକ ଅଧ୍ୟକ୍ଷା କଳ୍ପନା ସାମନ୍ତରାୟ, ଜିଲ୍ଲା ପରିଷଦସଭ୍ୟ ରଧାମଶୀ ପ୍ରଧାନ, ତେଇଶିପୁର ସମିତିସଭ୍ୟ ତଥା ପିପିଲି ଆତ୍ମାର ସଭାପତି ଧରଣିଧର ସାହୁ , ସରପଞ୍ଚ ନରେନ୍ଦ୍ର କୁମାର ଦାଶ ପ୍ରମୁଖ ଉପସ୍ଥିତ ରହିଥିଲେ  ।  ଏହି ରାସ୍ତାଟି ଏବେ ଗ୍ରାମ୍ୟ ଉନ୍ନୟନ ସଂସ୍ଥା ଅଧୀନରେ ରହିଛି । ବିଭାଗୀୟ ସହକାରୀ ଯନ୍ତ୍ରୀ ପ୍ରସନ୍ନ କୁମାର ପଟ୍ଟନାୟକ ସଭାରେ ପ୍ରାରମ୍ଭିକ ସୂଚନା ଦେଇଥିଲେ  । ୧ କୋଟି ୨୩ ଲକ୍ଷ୧୫ ହଜାରଟଙ୍କା ଏହି ରାସ୍ତା ପାଇଁ ଅର୍ଥ ମଞ୍ଜୁର କରାଯାଇଛି  । ୧.୧୫୭ କି,ମି ପିଚୁ ରହିଥିବା ବେଳେ ୧.୮୪୩ ଗୋଡି ସିମଣ୍ଟେ ଢ଼ଲେଇ, ୫ଟି କଲଭଟ ସହ ୮୦ ମିଟର ସୁରକ୍ଷା ପାଚେରୀ ରହିଛି  ବୋଲି ସୂଚନା ପ୍ରଦାନ କରିଥିଲେ । 
 ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି
RASTARA NABIKARAN PAIN SILANYASA
NESW BY - DHIRENDRA SENAPATI ( DELANGA )
SAKHIGOPAL NEWS

Blog Archive

Popular Posts