ଦୁର୍ଘଟଣା ସ୍ଥଳରେ ଯୁବକଙ୍କର ମୁଣ୍ଡ ଗଣ୍ଡି ଅଲଗା ,ହତ୍ଯା ସନ୍ଦେହ ପୁତୁରା ଅଟକ
ଡେଲାଙ୍ଗ ----- ସତ୍ଯବାଦୀ ଥାନା ଅନ୍ତର୍ଗତ ଅଭୟମୁଖୀ ଗ୍ରାମ ପଞ୍ଚାୟତର ଉତ୍ତରାଖଣ୍ଡ ଗ୍ରାମର ଦିଜ ସେନାପତି (୪୫)ଙ୍କର ମୃତ୍ଯୁ ହୋଇଛି । ଏକ ଅଟୋରେ ପିପିଲି ରାସ୍ତାରେ ଡେଲାଙ୍ଗ ଆଡକୁ ଆସୁଥିଲେ । ତରବୋଇ ଛକରେ ଅଟୋଟି ଏକ ଗଛରେ ପିଟି ହୋଇଥିଲା । ଏହି ଦୁର୍ଘଟଣା ଘଟିବା ଦେଖି ଛକରେ ଥିବା ଲୋକମାନେ ଗଲା ବେଳକୁ ଜଣଙ୍କର ରକ୍ତଜୁଡୁ ବୁଡ ଅବସ୍ଥାରେ ମୁଣ୍ଡ ଗଣ୍ଡି ଅଲଗା ହୋଇ ପଡିଛି । ଅଟୋ ଚାଳକ ଖସି ପଳାଇବାକୁ ବସିଥିବା ବେଳେ ଲୋକମାନେ ତାକୁ ଧରିକି ଅଟକ ରଖି ଡେଲାଙ୍ଗ ପୋଲିସକୁ ଖବର ଦେଇଥିଲେ । ଏହି ଅଟୋରେ ବସିକି ଆସିଥିବା ଅନ୍ଯ ଲୋକମାନେ ପଳେଇ ଯାଇଥିବା ଜଣାପଡିଛି । ପୋଲିସ ମୃତ୍ୟୁ ବରଣ କରିଥିବା ଦିଜଙ୍କ ପରିବାର ଲୋକଙ୍କୁ ଡାକି ତଦନ୍ତ ଆରମ୍ଭ କରିଛି । ଅଟୋ ଚାଳକ ଜଣଙ୍କ ହୋଉଛି ଦିଜ ଙ୍କର ସମ୍ପକୀୟ ବୋଲି ଝଣାପଡୀଛି । ତାଙ୍କ ନାମ ଅଗାଧୂ ସେନାପତି ବୋଲି ପୋଲିସ ଠାରୁ ସୁଚନା ମିଳିଛି ।। ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି