Breaking News

କ୍ଯାବିନ ପଛପଟୁ ଅଧା ପୋଡା ଯୁବକର ମୃତ ଦେହ ଉଦ୍ଦାର

କୋଣାର୍କ --– ପୁରୀ ରେ ପୁଣି ଚାଞ୍ଚଲ୍ୟ ।  ପୋଲିସ ହାଇସ୍କୂଲ  ନିକଟରେ ଏକ କ୍ୟାବିନ ପଛପଟେ ଯୁବକଙ୍କ  ଅର୍ଦ୍ଧଦଗ୍ଧ  ମୃତ ଦେହ  ଆଜି ପଡିଥିବାର ଦେଖିବାକୁ ମିଳିଥିଲା । ଖବର ପାଇ ପୋଲିସ ଅର୍ଦ୍ଧଦଗ୍ଧ  ମୃତ ଦେହକୁ ଉଦ୍ଧାର କରି ବ୍ଯବଛେଦ ନିମନ୍ତେ ପଠାଇଛି । ତେବେ ଯେଉଁ ଭଳି ଭାବେ ମୃତ ଦେହଟି ଉଦ୍ଧାର ହୋଇଛି ତାହା ଏକ ହତ୍ୟା କାଣ୍ଡ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି। ଘଟଣା ସଂପର୍କରେ   ପୋଲିସ  ତଦନ୍ତ ଚଳାଇଛି | ତେବେ ଏ ନେଇ ପୋଲିସ ବିଭିନ୍ନ ଲୋକଙ୍କୁ ଶବ ଚିହ୍ନଟ କରିବା ପାଇଁ ପଚରା ପଚରି କରିଥିଲେ ମଧ୍ଯ ପୋଲିସ ହାତରେ ସେପରି କିଛି ସୁରାଖ ମିଳିନଥିବା ଜଣାପଡିଛି ।  ପ୍ରକୃତ ଘଟଣା କଣ ତଦନ୍ତ ପରେ ସ୍ପଷ୍ଟ ହେବ ବୋଲି ପୋଲିସ କହିଛି।
ନିମାପଡାରୁ ଜୟନ୍ତ ସେଠୀ
CABIN PACHHAPATU ADHA PODA JUBAKARA MRUTA DEHA UDHAR
NEWS BY - JAYANTA SETHI ( NIMAPADA )
SAKHIGOPAL NEWS

Blog Archive

Popular Posts