ସତ୍ୟବାଦୀରେ ଚାଷୀଙ୍କର ସନ୍ଦେହ ଜନକ ମୃତ୍ୟୁ ; ଅଂଶୁଘାତ ନା ହୃଦଘାତ ତାହା ଜଣାପଡିନାହିଁ
ସାକ୍ଷୀଗୋପାଳ--- ସତ୍ୟବାଦୀ ଥାନା ଅନ୍ତର୍ଗତ ବଳପୁର ଗ୍ରାମ ପଞ୍ଚାୟତର ଆନନ୍ଦପୁର ଗ୍ରାମର କାଶିନାଥ ସାହୁ ( ୫୫) ନିଜ ବିଲକୁ କାମ କରିବା ପାଇଁ ଯାଇଥିବା ବେଳେ ବିଲ ମୁଣ୍ଡରେ ଥିବା ନାଳରେ ପଡି ମୃତ୍ୟୁ ବରଣ କରିଥିବା ଜଣାପଡିଛି । ଆଜି ଅସ୍ୟହ ଗରମ ସାଙ୍ଗକୁ ଖରାର ପ୍ରକୋପ ଏତେ ଥିଲା ଯେ ବିଲରେ ଲୋକମାନେ କାମ କରିବା ସମ୍ବବପର ହୋଇନଥିଲା । କାଶିନାଥ ଚମ୍ପାତଳ ଗହିରରେ ଥିବା ନିଜ ଜମିରେ ଧାନ ରୁଆ ହେବା ପାଇଁ ବିଲ କତି କରିବା ପାଇଁ ଯାଇଥିଲେ । ମାତ୍ର ଖରାର ପ୍ରକୋପ ସହିନପାରି କାମ ଅଧାରୁ ଘରକୁ ଆସୁଥିବା ସମୟରେ ବିଲ ମୁଣ୍ଡରେ ଯାଇଥିବା ଚମ୍ପାତଳ ନାଳରେ ପାନେ ପାଣିରେ ମୁହଁ ମାଡି ପଡି ଯାଇଥିଲେ । ଯାହାକି ଘଟଶା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି ବୋଲି ଗ୍ରାମର ପୂର୍ଣ୍ଣଚନ୍ଦ୍ର ବେହେରା, ରାମଚନ୍ଦ୍ର ବେହେରା, ଅଲେଖ ଭୋଇ ସହ ତାଙ୍କ ଘର ଲୋକ ଅଂଶୁଘାତରେ ମୃତ୍ୟୁ ହୋଇଥିବା ଅଭିଯୋଗ ଆଣିଛନ୍ତି । ଅନ୍ୟ ପକ୍ଷେ ଖବର ପାଇ ସାକ୍ଷୀଗୋପାଳ ଥାନା ଶବ ଜବତ କରି ପୋଷ୍ଟମଷ୍ଟମ କରିବା ପାଇଁ ପୁରୀ ପଠାଇଥିବା ଜଣାପଡିଛି । କାଣିନାଥଙ୍କର ପକୃତରେ ଅଂଶୁଘାତରେ ନା ହୃଦଘାତରେ ମୃତ୍ୟୁ ହୋଇଛି ତାହା ପୋଷ୍ଟମଷ୍ଟମ ରିର୍ପୋଟ ଆସିଲେ ଜଣାପଡିବ ବୋଲି ସତ୍ୟବାଦୀ ଥାନା ଅଧିକାରୀ ବିଜୟ କେତନ ବେହେରା କହନ୍ତି । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୧/୮/୨୦୨୫---୮,୧୦ Sakhigopal News, 11/8/2025