Breaking News

ମାଷ୍ଟର ମାଣିଆ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦ୍ଯାପିତ


ଡେଲାଙ୍ଗ ----- ଡେଲାଙ୍ଗ ବ୍ଳକ ଅନ୍ତର୍ଗତ ରେଙ୍ଗଳ ଗ୍ରାମ ପଞ୍ଚାୟତର ମା ବରାହୀ ମିନି ଷ୍ଟାଡିୟମ ପରିସରରେ ୩୦ତମ ମାଷ୍ଟର ମାଣିଆ ଫୁଟବଲ ଟୁର୍ଣ୍ଣମେଣ୍ଟ ରବିବାର ଦିନ ଉଦ୍ଯାପିତ ହୋଇଯାଇଛି । ଏହି ଉଦ୍ଯାପିତ ଉତ୍ସବରେ ବ୍ଳକ ଅଧ୍ୟକ୍ଷ ପ୍ରସନ୍ନ ସାହୁ ଓ ଜିଲ୍ଲା ପରିଷଦସଭ୍ୟ ମଳୟ କୁମାର ମହାନ୍ତି ଓ ସରପଞ୍ଚ ଗନ୍ଦବ ବେହେରା ଓ ସମିତି ସଭ୍ୟ ସନ୍ତୋଷ ସେଠୀ ଓ ପୁର୍ବତନ ସରପଞ୍ଚ ପଦ୍ମଚରଣ ସାମନ୍ତରାୟ, ଅନୁଷ୍ଠାନର ସଭାପତି ତଥା ଆଇନଜିବୀ ବିରଞ୍ଚି ନାରାୟଣ ସାମନ୍ତସିଂହାର ଓ ସମ୍ପାଦକ ଜଳନ୍ଦର ବେହେର । ଅତିଥି ଭାବେ ଯୋଗଦେଇ ଚମ୍ପିୟାନ ଓ ରନସ୍ ଦଳକୁ କପ ଓ ସିଲ ପ୍ରଦାନ କରିଥିଲେ । ଫାଇନାଲ ମ୍ୟାଚ  ସରଧାପୁର ଫୁଟବଲ ଆସୋସିଏସନ୍ , ଖୋର୍ଦ୍ଧା ସହିତ ୟୁନାଇଟେଡ କ୍ଳବ ଗଣ୍ଡରପୁର ଟିମ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଗଣ୍ଡରପୁର ଫୁଟବଲ କ୍ଳବ  ୧-୦ରେ ବିଜୟୀ ହୋଇଛି । ମ୍ୟାଚ ରେ ରେଫରୀଥିଲେ ପ୍ରଫୁଲ ବେହେରା, ଲାଇନିମ୍ୟାନ ରେଫରୀ ଭାବରେ ଦିଲୀପ କର ଓ ଅରୁଣ ଦାଶ ରହିଥିଲେ । ହେମନ୍ତ ସ୍ୱାଇଁ ରମେଶ ସ୍ୱାଇଁ, ହରବଯଧୁ ସ୍ୱାଇଁଙ୍କ ସହିତ ଅନ୍ୟ ସଦସ୍ୟ ମାନେ ଖେଳ ପରିଚାଳନାରେ ସହଯୋଗ କରିଥିଲେ ।

 ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି 

Blog Archive

Popular Posts