Breaking News

ବିଜେଡି ଡକରାରେ କଣାସରେ ଛଅଘଣ୍ଟା ବନ୍ଦ



କଣାସ--- ବଳଙ୍ଗା ପିଡିତାର ମୃତ୍ୟୁ ହେବାପରେ ନ୍ୟାର୍ଯ୍ୟ ନ୍ୟାୟ ଦାବି କରି ବିଜୁ ଜନତା ଦଳ ପୁରୀ ଜିଲ୍ଲା ସଭାପତି ତଥା ସତ୍ୟବାଦୀର ପୂର୍ବତନ ବିଧାୟକ ଉମାକାନ୍ତ ସାମନ୍ତରାୟଙ୍କ ଆହ୍ୱାନରେ ଜିଲ୍ଲାର ସମସ୍ତ ବ୍ଲକରେ ସକାଳ ୬ଟାରୁ ଦିନ ୧୨ଟା ପର୍ଯ୍ୟନ୍ତ ଦୋକାନ ବଜାର ବନ୍ଦ ରହିଥିଲା । କଣାସ ବ୍ଲକରେ ମଧ୍ୟ ଶାନ୍ତିପୂର୍ଣ୍ଣ ଭାବେ ବନ୍ଦ ଡାକରା ସଫଳ ହୋଇଥିଲା । କଣାସ ବ୍ଲକ ବିଜୁ ଜନତା ଦଳ ବରିଷ୍ଠ କର୍ମୀ ରାଜେଶ ହରିଚନ୍ଦନ, ଦୋକନ୍ଦା ସରପଞ୍ଚଈଶ୍ୱର୍ର ହରିଚନ୍ଦନ, ବଡାସ ପୂର୍ବତନ ସରପଞ୍ଚ ବଳରାମ ପଲାଇ, କାହ୍ନୁ ଜୟସିଂହ ପ୍ରଭୃତି ଶାତାଧିକ ବିଜେଡି କର୍ମୀ ହାତରେ ବିଜେଡି ପତାକା ଧରି ସକାଳୁ କଣାସ ଗୋଲାବଜାରରୁ ଏକ ଶୋଭାଯାତ୍ରାରେ ବାହାରି ବଳଙ୍ଗା ପିଡିତାକୁ ନ୍ୟାୟ ଦାବୀକରି ସ୍ଲୋଗାନ୍ ଦେଇ କଣାସ ବସ୍‌ଷ୍ଟାଣ୍ଡ, କୁଞ୍ଜେଶ୍ୱରୀ ବଜାର, ବାଲିଘାଇଛକ, ବ୍ଲକ ବଜାର, ଜଙ୍କିଆ ବଜାର, ବିଜିପୁର ବଜାର ପରିକ୍ରମା କରି ଦୋକନା ବଜାର ବନ୍ଦ ରଖିବା ପାଇଁ ଦୋକାନିମାନଙ୍କୁ ନିବେଦନ କରିଥିଲେ । କଣାସରୁ କୌଣସି ଯାତ୍ରୀବାହୀ ବସ୍‌ପୁରୀ, ଭୁବନେଶ୍ୱର, କଟକ ଯାଇନଥିଲା । ଜଣସାଧାରଣ ନିଜଇଛାରେ ଦେକାନ ବଜାର ବନ୍ଦ କରିବା ସହ ହରତାଳକୁ ଜନସମର୍ଥନ ମିଳିଥିବାର ଦେଖାଯାଇଥିଲା । କଣାସରୁ ସୁଜିତ କୁମାର ତ୍ରିପାଠୀଙ୍କ ରିର୍ପୋଟ, ୮/୮/୨୦୨୫—୧,୨୫      Sakhigopal News, 8/8/2025


Blog Archive

Popular Posts