Breaking News

ପିଠା ଯୋଜନାରେ ମିନି ସଚ୍ଚିବାଳୟ ହେବ ଗ୍ରାମ ପଞ୍ଚାୟତ; ଆତ୍ମାର ସଭାପତି


ପିପିଲି-ପିପିଲି ବ୍ଲକର ତେଇଶିପୁର,ଦୃର୍ଗାଦାସପୁର,ପୁବା ଓ ପୋପରଙ୍ଗା ପଂଚାୟତରେ ରାଜ୍ୟ ସରକାରଙ୍କ ପିଠା ଯୋଜନା  ଶେଷ  ହୋଇଛି ।  ତେଇଶିପୁର ପଞ୍ଚାୟତରେ ପିଠା କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ପଞ୍ଚାୟତରାଜ ଓ କୃଷି ବିଭାଗ ମନ୍ତ୍ରୀ ପ୍ରଦୀପ ମହାରଥି  ଓ ମୁଖ୍ୟ ବକ୍ତା ଭାବରେ  ଜିଲ୍ଲାପାଳ ପୁରୀ ଜ୍ୟୋତି ପ୍ରକାଶ ଦାସ ସାମିଲି ହୋଇ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ  ।  ଉପସ୍ଥିତ ଥିବା ପଞ୍ଚାୟତ ବାସିଙ୍କୁ ସରକାରଙ୍କ ପିଠା ଯୋଜନାର ଉପକାରିତା ଉପରେ ଅବଗତ କରାଇଥିଲେ । ଜିଲ୍ଲାପାଳ ତାଙ୍କ ଅଭିଭାଷଣରେ ପିପିଲି ଠାରେ ମୁଖ୍ୟମନ୍ତ୍ରୀଙ୍କ ଆହାର ଯୋଜନା ଜାନୁୟାରୀ ୨୬ ତାରିଖ ଦିନ ଉଦ୍ଘାଟନ କରାଯିବ ବୋଲି ଶ୍ରୀ ଦାଶ ଘୋଷଣା କରିଥିଲେ  । ପିପିଲି ଆତ୍ମା ଅଧକ୍ଷ ତଥା ତେଇଶିପୁର ସମିତି ସଭ୍ୟ ଧରଣିଧର ସାହୁ ସଭାପତିତ୍ୱ କରିବା ସହ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ରେ ସେ ମୁଖ୍ୟମନ୍ତ୍ରୀଙ୍କ ପିଠାରେ ରହିଛି ପ୍ରବିତ୍ରତା, ଅନ୍ତରିକତା, ସ୍ନେହ ମମତା ଭରପୁର ରହିଛି । ପିଠାର ପୁର ହୋଉଛି ପ୍ରଶାସନ, ପିଠାର ଉପର ହେଉଛି ଜନପ୍ରତିନିଧି ବୋଲି ଶ୍ରୀ ସାହୁ କହିଥିଲେ  । ତା ସହିତ ପଞ୍ଚାୟତ ଅଗାମୀ ଦିନରେ ପଞ୍ଚାୟତ ହେବ ମିନି ସଚିବାଳୟ ବୋଲି କହିଥିଲେ  ।  ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲାଯୋଗାଣ ବିଭାଗ ଅଧିକାରି ତୁଷାର କାନ୍ତ ଦେଓ,ସମବାୟ ଉପନିବନ୍ଦକ ପୁରୀ ରୋଜାଲିନ ସେନାପତି,ସମବାୟ ସମ୍ପାଦକ ପୁରୀ ବିଧୁ ଭୁଷଣ ଦାସ, ସାସଂଦ ପ୍ରତିନିଧି ପ୍ରଫୁଲ୍ଲ ସ୍ୱାଇଁ ,ସମବାୟ ନିଦ୍ଦେର୍ଶକ ବୈରାଗି ଜେନା,ଉପାଧକ୍ଷ ପିପିଲି ଯୁଧିଷ୍ଠିର ସ୍ୱାଇଁ,ଜିଲ୍ଲାପରିଷଦ ରାଧାମଣି ପ୍ରଧାନ,ପୁର୍ବତନ ଜିଲ୍ଲାପରିଷଦ କିଶୋର ଛୋଟରାୟ,ଆଇନିଜିବୀ ଶ୍ରୀଧର ପ୍ରଧାନ, ବ୍ଲକ ବିଡିଓ ଶ୍ୟାମ ସୁନ୍ଦର ଟୁଡୁ ,ସରପଞ୍ଚ ତେଇଶିପୁର ନରେନ୍ଦ୍ର ଦାସ ,ବ୍ଲକ ଯୋଗାଣ ବିଭାଗ ଅଧିକାରି ଦିପ୍ତିମୟୀ ଇନ୍ଦ୍ରାସିଂହ ଓ ପଞ୍ଚାୟତ ଅଧିକାରି ଆଲୋକ ଦାସ ପ୍ରମୁଖ ପିଠା କାର୍ଯ୍ୟକ୍ରମର ଯୋଗ ଦେଇଥିଲେ । ଏହି ଅବସରରେ ୧୫୫ଜଣଙ୍କୁ ମଧୁବାବୁ ଭର୍ତ୍ତା, ୧୫ ଜଣଙ୍କୁ କଳାକାର ଭର୍ତ୍ତା ଓ ୧୬ ଜଣଙ୍କୁ ଗୃହ ନିର୍ମାଣ ପ୍ରେସାହନ ରାଶି ଅତିଥି ମାନଙ୍କ ଦ୍ୱାରା ପ୍ରଦାନ କରାଯାଇଥିଲା  । ପିଠା କାର୍ଯ୍ୟକ୍ରମରେ ଚ୍ୟୈତି ଘୋଡା ନାଚ ଯୋଗଦେଇଥିବା ମନ୍ତ୍ରୀ ଓ ପ୍ରଶାସନ ଅଧିକାରୀଙ୍କ ମନ ମୋହିଥିଲା  ।ଏହି ଅବସରରେ ବିଭିନ୍ନ ମହିଳା ସଂଗଠନ ପକ୍ଷରୁ ପିଠା ପ୍ରଦର୍ଶନୀ ଅନୁଷ୍ଠିତ ହୋଇଥିଲା  । ଶତାଧିକ ମହିଳା ପୁରୁଷ ଯୋଗଦେଇଥିଲେ  । ଅଙ୍ଗନୱାଡି କର୍ମୀ, ଆଶାକର୍ମୀ, ମହିଳା ନେତ୍ରୀ, ବିଜୁଯୁବ ବାହିନୀର ସଦସ୍ୟ ମାନେ ଉପସ୍ଥିତ ରହିଥିଲେ  । 
ପିପିଲିରୁ ବିଜୟ ମହାପାତ୍ର 
PITHA YOJANARE MINI SACHIBALAYA HEBA PRAMA PANCHAYAT AATMARA SABHAPATI
BY - BIJAYA MAHAPATRA
PIPILI
SAKHIGOPAL NEWS

Blog Archive

Popular Posts