ଡେଲାଙ୍ଗରେ ବାଜପେୟୀଙ୍କର ୯୪ତମ ଜୟନ୍ତୀ ପାଳନ
ଡେଲାଙ୍ଗ----ଘୋରଡିଆ ମଣ୍ଡଳ ପକ୍ଷରୁ ଭାରତ ରତ୍ନ ଅଟଳବିହାରୀ ବାଜେପୟୀଙ୍କ ୯୪ ତମ ଜନ୍ମ ଦିବସକୁ ସୁଶାସନ ଦିବସ ରୁପେ ପାଳିତ ହୋଇଯାଇଛି । ବୈଠକରେ ବିଜେପି ମଣ୍ଡଳ ସଭାପତି ଦିଲ୍ଲିପ ଧାଉଡିଆ ଅଧ୍ୟକ୍ଷତା କରିଥିଲେ । ବୈଠକ ଆରମ୍ଭରୁ ବାଜେପୟୀଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ଓ ପ୍ରଦୀପ ପ୍ରଜ୍ୱଳନ କରାଯାଇଥିଲା । ମଣ୍ଡଳ ସଭାପତି ଶ୍ରୀ ଧାଉଡିଆ ଶ୍ରୀ ବାଜେପୟୀଙ୍କ ଜିବନୀ ତଥା ନିତୀ ଆଦର୍ଶ ଏବଂ ମୋଦି ସରକାରଙ୍କ ସୁସାଶନ ସର୍ମ୍ପକରେ ଆଲୋକପାତ କରଥିଲେ । ଅଟଳଜୀଙ୍କ ନୀତି ଆଦର୍ଶକୁ ଗ୍ରହଣ କରିବା ସହ ନୁଆ ଭାରତ ସ୍ୱପ୍ନକୁ ସାକାର କରିବାକୁ କର୍ମୀମାନଙ୍କୁ ଉତ୍ସାହିତ କରିଥିଲେ । ଏହି ଉତ୍ସବରେ ନାରୀନେତ୍ରୀ ଗିତାରାଣୀ ରଣଜିତ୍, ବେଣୁଧର ମଙ୍ଗରାଜ, ବାବୁରାମ ଦାସ, ଲକ୍ଷ୍ମୀଧର ରାଉତରାୟ,ପ୍ରଶାନ୍ତ ରାଉତରାୟ,ରୋହିତାଶ୍ୱ ଧାଉଡିଆ,ପୁର୍ଣ୍ଣ ଚନ୍ଦ୍ର ସତୃଶଲ,ଅଶୋକ ପ୍ରଧାନ.କବିରାଜ ମହାପାତ୍ର,ସୁମିତ୍ରା ଦାସ,ସୁକାନ୍ତି ବେହେରା,ଅପର୍ତି ବାରିକ ପ୍ରମୁଖ ଉପସ୍ଥିତି ରହିଥିଲେ ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି
DELANGA RE BAJPEI NKARA 94 TAMA JAYANTI PALANA
NEWS BY - DHIRENDRA SENAPATI ( DELANGA )
SAKHIGOPAL NEWS