ମଟର ସାଇକେଲ ଧକ୍କାରେ ଯୁବକ ଆହତ
ସାକ୍ଷୀଗୋପାଳ--- ପୁରୀ --ଭୁବନେଶ୍ୱରଜାତୀୟ ରାଜପଥନଂ- ୩୧୬ର ପଟ୍ଟନାୟକିଆ ଛକ ଠାରେ ରାସ୍ତା ପାର ହେବା ସମୟରେ ମଟର ସାଇକେଲ ଧକ୍କା ରେ ଜଣେ ଯୁବକ ଗୁରୁତର ହୋଇଛନ୍ତି । ସୁଚନାଯୋଗ୍ୟ ଯେ ବଳପୁର ଗ୍ରାମର ଚନ୍ଦା ମଲିକ ( ୪୫) ଆଜି ସକାଳେ ସେ କୌଣସି କାମରେ ପଟ୍ଟନାୟକିଆ ଛକ ଠାରେ ରାସ୍ତା ପାର ହେବା ସମୟରେ ଏକ ମଟରସାଇକେଲ ତାଙ୍କୁ ଧକ୍କା ଦେଇଥିଲା । ସେଥିରେ ସେ ଗୁରୁତର ଭାବରେ ଆହତ ହୋଇଥିଲା । ତାଙ୍କୁ ପ୍ରଥମେ ସାକ୍ଷୀଗୋପାଳ ମେଡିକାଲରେ ଚିକିତ୍ସା କରାଯିବା ପରେ ଅବସ୍ଥା ଗୁରୁତର ହେବାରୁ ପୁରୀ ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଥିବା ଜଣାପଡିଛି । ଖବର ପାଇ ପୋଲିସ ଦୁର୍ଘଟଣା ଗସ୍ତ ଗାଡିକୁ ଜବତ କରିଥିବା ଜଣାପଡିଛି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି
MOTOR CYCLE DHAKARE JUBAKA AAHATA
BY - DHIRENDRA SENAPATI ( SAKHIGOPAL )
SAKHIGOPAL NEWS