Breaking News

କୋଣାର୍କ -–-କାକଟପୁର ରାସ୍ତାରେ ଦୁଇ ବାଇକି ଧକ୍କା---୩ଆହତ

କୋଣାର୍କ---- ପୁରୀ ଜିଲ୍ଲା କୋଣାର୍କ -କାକଟପୁର  ରାସ୍ତା ରାଉଳପାଟଣା ଛକ ଠାରେ ଦୁଇ ବାଇକି ହିରୋହୁଣ୍ଡା ଓଡି,୨୧ଏଫ--୨୨୬୨ ସହିତ ଅନ୍ୟ  ଏକ ହିରୋହୁଣ୍ଡା ଓଡି, ୧୩ ,ଡି ୬୧୧୦ମୁହାଁମୁହିଁ ଧକ୍କା ହୋଇଛି । ଘଟଣା ସ୍ଥଳରେ 3 ଜଣ ଗୁରୁତର ଆହତ ହୋଇଥିଲେ । ଖବର ପାଇ ଘଟଣାସ୍ଥଳରେ କୋଣାର୍କ ଅଗ୍ନିଶ୍ରମ  ବିଭାଗ ପହଞ୍ଚି ପ୍ରଥମେ ଗୋପ ଗୋଷ୍ଠିକେନ୍ଦ୍ରକୁ ଚିକିସ୍ଥା ପାଇଁ ନେଇଥିଲେ । ପରେ ଭୁବେନେଶ୍ୱର ସ୍ଥାନାନ୍ତରିତ କରାଯାଇଛି । ସୂଚନା ଅନୁସାରେ ଜଗତସିଂହପୁର ଆଳିପିଙ୍ଗଳ ରୁ ସାଗର ସେଠୀ ଓ ବସିର ଖାଁ ସାଙ୍ଗମାନଙ୍କ ସହିତ କୋଣାର୍କ ବଣ ଭୋଜି କରି ଫେରୁଥିବା ସମୟରେ କାକଟପୁର ବିଜିପୁର ଗ୍ରାମ ର ସୁଶାନ୍ତ ବେହେରା ଙ୍କ ସହିତ ବାଇକ ମୁହାଁ ମୁହିଁ ଧକ୍କା ହୋଇଥିଲା l ଘଟଣା ସ୍ଥଳରେ କୋଣାର୍କ ପୋଲିସ ପହଞ୍ଚି  ଦୁର୍ଘଟଣା ଗସ୍ତ ଗାଡି ଦୁଇଟୀକୁ ଜବତ କରିବାସହ ତଦନ୍ତ ଚଳାଇଛନ୍ତି l
ନିମାପଡାରୁ ଜୟନ୍ତ ସେଠୀ
KONARK KAKATPUR RASTARE DUI BIKE DHAKA 3 AAHATA
NEWS BY - JAYANTA SETHI ( KONARK )
SAKHIGOPAL NEWS 

Blog Archive

Popular Posts