Breaking News

ବରଖମା ଠାରେ କୁଇ ସମାଜର ସହୀଦ ଦିବସ ପାଳନ

ବାଲିଗୁଡା -----ବାଲିଗୁଡା ଅନ୍ତର୍ଗତ ବାରଖମା ଠାରେ ଖଗେଶ୍ବର ମଳିକଙ୍କ ୧୧ତମ ଶ୍ରାଦ୍ଧଦିବସ ପାଳନ କରିଛି କୁଇସମାଜ ।ଏହି ଶ୍ରାଦ୍ଧ ଦିବସରେ କୁଇକୁଳ ସମ୍ପାଦକ ଲମ୍ବୋଦର କହଁର ଯୋଗଦେଇଥିଲେ । କୁଇସମାଜର ଏକ ହଜାରରୁ ଅଧିକରୁ ମହିଳା ପୁରୁଷ   ବାରଖମା ଥାନା ପଡିଆ ନିକଟରୁ ଏକ ଶୋଭାଯାତ୍ରାରେ ବାହାରି ବାରଖମା ବଜାର ଦେଇ ୨୦୦୮ର ଦଙ୍ଗାରେ ବନ୍ଧୁକ ଗୁଳିରେ ସହିଦ ହୋଇଥିବା ଖଗେଶ୍ବର ମଳିକଙ୍କ ସମାଧିପିଠ ଓ ଶୀବ ମନ୍ଦିର ପ୍ରାଙ୍ଗଣରେ ପୂଜାଅର୍ଚନା କରି ସଭା ସ୍ଥଳକୁ ଫେରିଥିଲେ । ବଜାର ଛକରୁ ଆଗକୁ ଶୋଭାଯାତ୍ରା ବଢିବାକୁ ପୋଲିସ ପ୍ରସାଶନ ଅନୁମତି ଦେଇନଥିଲା ।ଚାରି ପ୍ଳାଟନ ପୋଲିସ, ସିଆରପିଏଫ୍, ଏସଓଜି,ଉପଜିଲ୍ଲାପାଳ,ଏସପି,ଡିଏସପି ଶାନ୍ତି ଶୃଙ୍ଖଳା ଦାଇତ୍ବରେ ରହିଥିଲେ   ।୨୦୦୮ କନ୍ଧମାଳ ଦଙ୍ଗାରେ ଗୁଳିମାଡରେ ମୃତବରଣ କରିଥିଲେ ଖଗେଶ୍ବର ମଳିକ । ସେହି ଦିନଠାରୁ କୁଇସମାଜ ଡିସେମ୍ବର ୨୫ରେ ଏହି ଶ୍ରାଦ୍ଧ ଦିବସ ଭାବରେ ବାରଖମା ଠାରେ ପାଳନ କରୁଛି ।ସାରା କନ୍ଧମାଳରେ ଡିସେମ୍ବର ୨୫କୁ ବଡଦିନ ଭାବରେ ଖ୍ରୀଷ୍ଟଧର୍ମି ମାନେ ଗୀର୍ଜା,ଚର୍ଚରେ ପାଳନ କରୁଥିବା ବେଳେ  ଏକା ଦିନରେ କୁଇସମାଜ ପ୍ରତିବାଦ ସଭା,ଶୋଭାକରୁଥିବାରୁ ଏହି ଦିନଟି ପୋଲିସ ଓ ପ୍ରସାଶନ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଥିବା ଜଣାପଡିଛି ।ଏହି ସହିଦ ଦିବସକୁ କୁଇକୁଳ ସମିତି ବାରଖମା ପକ୍ଷରୁ ସବୁବର୍ଷ ଆୟୋଜନ କରାଯାଇଥିବା ଜଣାପଡିଛି ।
ବାଲିଗୁଡାରୁ ବନବାସି ପ୍ରଧାନ ଓ କନ୍ଧମାଳରୁ ମନୋଜ ପଣ୍ଡା
BARAKHAMA THARU KUI SAMAJRA SAHID DIBASA PALANA
NEWS BY - BANABASI PRADHAN ( BALIGUDA ) MANOJ PANDA ( KANDHAMALA )
SAKHIGOPAL NEWS

Blog Archive

Popular Posts