ଶେଷ ହେଲା ପିଠା କାର୍ଯ୍ଯକ୍ରମ ; ବାଣ୍ଟିଲେ ପିଠା ଯୋଜନା
ଡେଲାଙ୍ଗ---- ସରକାରଙ୍କ ପିଠା କାର୍ଯ୍ୟକ୍ରମର ଆଜି ହେଉଛି ଶେଷ ଦିବସ । ଏହି ଅବସରରେ ବ୍ଳକର ସାତୋଟିଗ୍ରାମ ପଞ୍ଚାୟତରେ ପିଠା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଶ୍ରୀପୁରୁଷୋତ୍ତମପୁର, ଜେନାପୁର, ସିହବ୍ରହ୍ମପୁର, ଘନିପୁର, ସୁଜନପୁର, ରେଞ୍ଚ ଓ ଖେଲାଉର ଗ୍ରାମ ପଞ୍ଚାୟତରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଡେଲାଙ୍ଗ ବ୍ଳକର ନୂତନ ଭାବରେ ପଞ୍ଚାୟତ ହୋଇଥିବା ରେଞ୍ଚ ଗ୍ରାମ ପଞ୍ଚାୟତର ପିଢ଼ପାଟଣା ମେଳଣ ପଡିଆରେ ଅନୁଷ୍ଠିତ ପିଠା କାର୍ଯ୍ୟକ୍ରମରେ ଅତିଥି ଭାବେ ବ୍ଳକ ଅଧ୍ୟକ୍ଷ ପ୍ରସନ୍ନ ସାହୁ , ବିଡିଓ କ୍ଷୀରୋଦ ପ୍ରଧାନ, ସମବାୟବିତ୍ତ ବୈରାଗୀ ଜେନା ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟମରେ ସରପଞ୍ଚ ପ୍ରତିମା ମଲିକ, ସମିତିସଭ୍ୟ ପ୍ରସାଦିନି ଦୟଣା, ନ୍ୟାୟବ ସରପଞ୍ଚ ଗନ୍ଦବ ପ୍ରଧାନ, ଯୋଗାଣ ନିରୀକ୍ଷକ ଲିପିସା ରାଉତରାୟ,ରଂଜନ ସ୍ୱାଇଁ, ରତ୍ନାକର ଜେନା, ପବିତ୍ର କିଶୋର ପରିଡା, ବେରବୋଇ ସରପଞ୍ଚଙ୍କ ପ୍ରତିନିଧି କୌଳାସ ସ୍ୱାଇଁ, ପ୍ରଭାସ ପ୍ରଧାନ ସମିତିସଭ୍ୟାଙ୍କ ପ୍ରତିନିଧି ଲକ୍ଷ୍ମଣ ଦୟଣା ପ୍ରମୁଖ ଉପସ୍ଥିତ ରହିଥିଲେ । ପଞ୍ଚାୟତ ଅଧିକାରୀ ପ୍ରକାଶ ନାରାୟଣ ସୁନ୍ଦରାୟ ସାଭପତିତ୍ୱ କରିଥିଲେ । ମଧୁବାବୁ ଭର୍ତ୍ତା ୭୧ଜଣ, କଳାକାର ଭର୍ତ୍ତା ୧୨ ଗୃହ ନିର୍ମାଣ ସଠିକ ସମୟ ସୀମା ମଧ୍ୟରେ ଶେଷ କରିଥିବାରୁ ୧୫ ଜଣ ହିତାଧିକାରୀ ମାନଙ୍କୁ ପ୍ରମାଣପତ୍ର ଉପସ୍ଥିତ ଥିବା ଅତିଥିମାନେ ପ୍ରଦାନ କରିଥିଲେ । ବ୍ଳକ ଅଧ୍ୟକ୍ଷ ଶ୍ରୀ ସାହୁ କହିଥିଲେ ଏହି ପିଠା କାର୍ଯ୍ୟକ୍ରମ ଅପଣ ମାନଙ୍କର ଆପଣ ଏଣିକି କରିବେ । ପିଠା କରିବେ ପିଠା ଖାଇବେ ଓ ଖୁଆଇବେ ବୋଲି କହିଥିଲେ । ରାଜ୍ୟ ସରକାରଙ୍କ ବିଭିନ୍ନ ଜନ ହିତକାର ଯୋଜନାରୁ ଯେଉଁ ମାନେ ବାଦ ପଡିଛନ୍ତି ସେମାନଙ୍କୁ ଏହି କାର୍ଯ୍ୟକ୍ରମରେ ଦରଖାସ୍ତ ଗ୍ରହଣ କରାଯାଇ ତୁରନ୍ତ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି ଅତିଥି ମାନେ କହିଥିଲେ । ଡେଲାଙ୍ଗ ମିଶନ ଶକ୍ତି ମହିଳା ମହାସଂଘର ସମ୍ପାଦିକା ବାସନ୍ତୀ ସାହୁ ଅନ୍ୟ ସଦସ୍ୟା ମାନଙ୍କ ସହ ଅଙ୍ଗନୱାଡି ର୍କମୀ, ଆଶା କର୍ମୀ, ଶିକ୍ଷା, ସ୍ୱାସ୍ଥ୍ୟ, ପାନୀୟ ଜଳ ପରିମଳର ଅଧିକାରୀ ମାନେ ଉପସ୍ଥିତ ରହିଥିଲେ ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି
SESA HELA PITHA KARYA KRAMA BANTILE PITHA JOJANA
BY - DHIRENDRA SENAPATI ( DELANGA )
SAKHIGOPAL NEWS