Breaking News

ବରକୋରାରେ କେନ୍ଦ୍ରୀୟ ଉଦ୍ଯାନ କୃଷି ବିଭାଗ ପକ୍ଷରୁ ସ୍ବଚ୍ଛାତା ପକ୍ଷ ପାଳିତ


ଡେଲାଙ୍ଗ ----ଭୁବନେଶ୍ୱର ଆଇଗିଣିଆ ସ୍ଥିତ କେନ୍ଦୀୟ ଉଦ୍ୟାନ କୃଷିପରୀକ୍ଷଣ କେନ୍ଦ୍ର ପକ୍ଷରୁ ସ୍ୱଚ୍ଛତା ପକ୍ଷ ପାଳନ ଅବସରରେ ଡେଲାଙ୍ଗ ବ୍ଳକ ସ୍ଥିତ ବରକେରା ସରକାରୀ ଉଚ୍ଚ ପ୍ରଥାମିକବିଦ୍ୟାଳୟ ପରିସରରେ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ସଚେତନତା ଶିବିରରେ ୧୭ ଟି ଅନୁଷ୍ଠାନ ଅଂଶ ଗ୍ରହଣ କରିଥିଲେ । ସ୍ୱଚ୍ଛତା ସମ୍ପକୀୟ ବାର୍ତ୍ତ ନେଇ ବରକେରା ଗ୍ରାମରେ ଏକ ଶୋଭାଯାତ୍ରା କରାଯାଇଥିଲା । ଅନୁଷ୍ଠିତ ସଚେତନତା ସଭାରେ କେନ୍ଦ୍ରୀୟ ଉଦ୍ୟାନ କୃଷି ପରୀକ୍ଷଣ କେନ୍ଦ୍ରର ବୈଜ୍ଞାନିକ ଡା. ପି, ଶ୍ରୀନିବାସ ସଭାପତିତ୍ୱ କରିଥିଲେ  । ଅନ୍ୟ ମାନଙ୍କ ମଧ୍ୟରେ ଟେକି୍ନକାଲ ଅଧିକାରୀ ଏସ. ମାଝି, ସିନିୟର ଟେକ୍ନିକାଲ ଆସିଷ୍ଟାଣ୍ଡ ମନୋଜ ପଟ୍ଟନାୟକ ଓ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରଦୀପ କୁମାର ସେଠୀ , ଶିକ୍ଷକ ମିଟୁ କିଶୋର ପ୍ରଧାନ, ପର୍ଶୁରାମ ସାହୁ, ମଞ୍ଜୁଲତା ପ୍ରଧାନ , ସୁଧୀର ଗୁମାର ଜେନା ଓ ଶିକ୍ଷାବିତ୍ ଜଟାଧାରୀ ପରିଡା ଉପସ୍ଥିତ ରହିଥିଲେ । ଉପସ୍ଥିତ ଥିବା ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ବକ୍ତୁତା ପ୍ରତିଯୋଗିତା କରାଯାଇଥିଲା । ଛେଶଟ ଷଛାଟ ପିଲାମାନଙ୍କୁ ନେଇ ସ୍ୱଚ୍ଛାତାକୁ ନେଇ ରଙ୍ଗା ରଙ୍ଗ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଛାତ୍ର ଛାତ୍ରୀ ମାନଙ୍କୁ ପୁରଷ୍କାର ଅତିଥି ଭାନଙ୍କ ଦ୍ୱାରା ପ୍ରଦାନ କରାଯାଇଥିଲା । ଶେଷରେ ଶିକ୍ଷକ ମିଟୁ କିଶୋର ପ୍ରଧାନ ଧନ୍ୟବାଦ ଦେଇଥିଲେ । 

ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି 

Blog Archive

Popular Posts