Breaking News

ସ୍ବଚ୍ଛ ଭାରତ ସଚେତନତା ଆଲୋଚନା ଚକ୍ର


ସାକ୍ଷୀଗୋପାଳ----  ସତ୍ୟବାଦୀ ବ୍ଳକର ଅଳଗୁମ ଗ୍ରାମର ମା ଜାଗେଶ୍ୱରୀଙ୍କ ପୀଠରେ ସ୍ୱଚ୍ଛ ଭାରତ ମିଶନ ଯୋଜନା ଉପରେ ଏକ ଆଲେଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ଏହି ଆଲେଚନା ଚକ୍ରରେ ଡ. ଯୋଗେନ୍ଦ୍ର ନାୟକ ସଭାପତିତ୍ୱ କରିଥିଲେ । ସହକାରୀ ରାଜସ୍ୱ ଅଧିକାରୀ ନିକୁଞ୍ଜ ବିହାରୀ ଦାସ ଅତିଥିଭାବେ ଯୋଗଦେଇଥିଲେ । ବ୍ଳକର ମୋଟିଭେଟର ପ୍ରଶାନ୍ତ କୁମାର ବିଶ୍ୱାଳ, ଉପେନ୍ଦ୍ର ପଣ୍ଡା, ଯଯାତୀ ରାୟ, ପୂର୍ଣ୍ଣଚନ୍ଦ୍ର ପ୍ରଧାନ, କେଦାର ସ୍ୱାଇଁ ଙ୍କ ସହିତ ରବିନ୍ଦ୍ର କୁମାର ସାହୁ, ପଞ୍ଚାନନ ବିଶ୍ୱାଳ, କମାଦେବ ଜେନା, ପ୍ରଫୁଲ କୁମାର ବିଶ୍ୱାଳ ପ୍ରମୁଖ ଯୋଗଦେଇଥିଲେ  । ବୃକ୍ଷ ରୋପଣ, ସଫେଇ ସହିତ ବାହାରେ ମଳତ୍ୟଗ ନିଜେ ନ କରିବା ସହିତ ଅନ୍ୟ ମାନଙ୍କୁ ଏ ସମ୍ପର୍କରେ ସଚେତନତା କରାଇବା ପାଇଁ ଉପସ୍ଥିତ ଥିବା ଅତିଥି ଓ ସଦସ୍ୟ ମାନେ ଶପଥ ନେଇଥିଲେ  ।  ବ୍ଳକ କୋଡିନେଟର ପ୍ରତାପ ଦଳେଇ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ।  

ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି 

Blog Archive

Popular Posts