Breaking News

ଡେଲାଙ୍ଗରେ କୃଷକ ସମ୍ପର୍କ ମେଳା ; ମାଟିର ସ୍ବାସ୍ଥ୍ଯ କାର୍ଡ କରିବା ପାଇଁ ଚାଷି ମାନଙ୍କୁ ପରାମର୍ଶ କୃଷି ମନ୍ତୀ


ଡେଲାଙ୍ଗ ----ଡେଲାଙ୍ଗ ଷ୍ଟେସନ ସ୍ଥିତ କୃଷକ ଭବନ ପରିସରରେ କୃଷି ଓ କଷକ ସଶକ୍ତି କରଣ ବିଭାଗ ଓଡିଶାଙ୍କ ଦ୍ୱାରା ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବରେ ପଞ୍ଚାୟତରାଜ , ପାନୀୟଜଳ, କୃଷି ମତ୍ସ୍ୟ ଓ ପଶୁସମ୍ପଦ ମନ୍ତ୍ରୀ ପ୍ରଦୀପ ମହାରଥୀ ପ୍ରଦୀପ ପ୍ରଜ୍ୱଳନ କରି ଉତ୍ସବକୁ ଉଦ୍ଘାଟନ କରିଥିଲେ  । ଏହି ଅବସରରେ ଉପସ୍ଥିତ ଥିବା ପୁରୁଷ ଓ ମହିଳା ଚାଷୀ ମାନଙ୍କୁ ମାଟି ପରୀକ୍ଷାର ସ୍ୱାସ୍ଥ୍ୟ କାର୍ଡ କରିବା ନିହାତି ଆବଶ୍ୟକତା ଉପରେ ମନ୍ତ୍ରୀ ଶ୍ରୀ ମହାରଥୀ ଗୁରୁତ୍ୱ ଦେଇଥିଲେ  । ଓଡିଶା ପୁଣି ୫ମଥର ପାଇଁ କୃଷି କର୍ମଣ ପୁରଷ୍କାର ପାଇଛି ବୋଲି ମନ୍ତ୍ରୀ ସଭାରେ କହିଥିଲେ  । ମୁଖ୍ୟମନ୍ତ୍ରୀ ସବୁ ବର୍ଗର ଲୋକ ମାନଙ୍କ ପାଇଁ ଯୋଜନା କରିଛନ୍ତି । ବିରୋଧୀ ଦଳ ଯେତେ ପାଟି କଲେ ମଧ୍ୟ ଜନସାଧାରଣଙ୍କ ପିୟ ନେତା ହୋଇ ରହିଛନ୍ତି ନବୀନ ପଟ୍ଟନାୟକ ବୋଲି କହିଥିଲେ  । ଶେଷରେ ମହିଳା ଗୋଷ୍ଠୀ ଚାଷୀ ମାନଙ୍କୁସ୍ୱତନ୍ତ୍ର ଭାବରେ କୃଷି ଓ ସମବାୟ ବିଭାଗ ପକ୍ଷରୁ ଏକ ତାଲିମ ଦେବାକୁ ସେ ପ୍ରସ୍ତାବ ଦେଇଥିଲେ । ଯାହାକି ନାରୀ ଜାତିର ଉନ୍ନତି ହେଲେ ସମସ୍ତଙ୍କର ଉନ୍ନତି ହେବ ବୋଲି ମନ୍ତ୍ରୀ ଶ୍ରୀ ମହାରଥୀ କହିଛନ୍ତି । ଏହି ଉତ୍ସବରେ ଡେଲାଙ୍ଗ ବ୍ଳକର ଆତ୍ମାର ପୂର୍ବତନ ସଭାପତି ବସନ୍ତ କୁମାର ବେହେରା ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ଦେଇଥିବା ବେଳେ ସମବାୟବିତ୍ତ ବୈରାଗୀ ଜେନା ସଭାପତିତ୍ୱ କରିଥିଲେ  । ଅନ୍ୟ ମାନଙ୍କ ମଧ୍ୟରେ ସମ୍ମାନୀତ ଅତିଥି ବ୍ଳକ ଅଧ୍ୟକ୍ଷ ପ୍ରସନ୍ନ ସାହୁ , ମୁଖ୍ୟବକ୍ତା ଉପକୃଷି ନିର୍ଦ୍ଧେଶକ ପୁରୀ ଏସ. ଚନ୍ଦ୍ର ଶେଖର ରାଓ ଯୋଗଦେଇ କୃଷିର ଉନ୍ନତି ସମ୍ପର୍କେ କହିଥିଲେ । ଅନ୍ୟତମ ଅତିଥି ଭାବେ ପିପିଲି ବ୍ଳକର ଆତ୍ମାର ସଭାପତି ଧରଣୀ ଧର ସାହୁ ଯୋଗଦେଇ ଉପସ୍ଥିତ ଥିବା ମହିଳା ମାନଙ୍କୁ ଧନ୍ୟବାଦ ଦେଇଥିଲେ  । ଯେଉଁମାନେ ଏ ସମୟରେ ଘରେ ରହିବା କଥା ସେମାନେ ତାଙ୍କର ପିୟ ନେତା ତଥା ପଞ୍ଚାୟତରାଜ ଓ କୃଷି ମନ୍ତ୍ରୀ ଆସୁଥିବାରୁ ବହୁ ସଂଖ୍ୟାରେ ମହିଳା ତାଙ୍କୁ ସମର୍ଥନ କରି ଏଠାରେ ଉପସ୍ଥିତ ରହିଛନ୍ତି ବୋଲି କହିଥିଲେ । ରାଜ୍ୟ ସକରାରଙ୍କ କୃଷି ମାନଙ୍କ ପାଇଁ କରିଥିବା ଯୋଜନା ଓ  ଜଣେ ଚାଷୀର ପୁଅ ତଥା ବଡ  କୃଷକ ଆଜି କୃଷି ମନ୍ତ୍ରୀ ହୋଇଛନ୍ତି । ସେ ଜାଣିଛି ସେ ବୁଝିଛି କୃଷିର ଲୁହ  । ଏଥିଯୋଗୁ କୃଷିର ଉନ୍ନତି ପାଇଁ ମନ୍ତ୍ରୀ ଶ୍ରୀ ମହାରଥୀ ଅହରହ ଚେଷ୍ଟା, ଯୋଜନା ମୁଖ୍ୟମନ୍ତ୍ରୀଙ୍କ ସହ ଆଲେଚନା କରୁଛନ୍ତି ବୋଲି ଶ୍ରୀ ସାହୁ କହିଥିଲେ । ସେହିପରି ବିଜ୍ଞାନ ଯୁଗରେ କୃଷିର ଯନ୍ତ୍ରପାତି ଯେଉଁ ପରି ବାହାରିବା ଯୋଗୁ ଆମ ରାଜ୍ୟରେ କୃଷିର ଉନ୍ନତି ହୋଇ ପାରିଛି ବୋଲି କହିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା କୃଷି ଅଧିକାରୀ ସାକ୍ଷୀଗୋପାଳ ଅଜୟ କୁମାର ବେହେରା, ପିପିଲି ବ୍ଳକର ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ କିଶୋର ଛୋଟରାୟ, ଡେଲାଙ୍ଗ ବ୍ଳକର ଜିଲ୍ଲା ପରିଷଦ ସଭ୍ୟ ମଳୟ ମହାନ୍ତି, ଦେବାଶିଷ ନନ୍ଦ, ବେରବୋଇ ସରପଞ୍ଚଙ୍କ ପ୍ରତିନିଧି କୌଳାସ ଚନ୍ଦ୍ରସ୍ୱାଇଁ, ସମିତିସଭ୍ୟ ଅଭିମନ୍ୟୁ ରାଉତ, ଗୁଆଳିପଡା ସରପଞ୍ଚ କାଳନ୍ଦୀ ଜେନା, ଧାନକେରା ସରପଞ୍ଚ ପ୍ରସନ୍ନ କୁମାର ଜେନା, ଅଭୟମୁଖୀ ସରପଞ୍ଚ ପ୍ରସନ୍ନ କୁମାର ଜେନା ଡେଲାଙ୍ଗ ମିଶନ ଶକ୍ତି ମହିଳା ମହାସଂଘର ସମ୍ପାଦିକା ବାସନ୍ତୀ ସାହୁ, ସଦସ୍ୟା ଭାରତୀ ଚମ୍ପତ୍ତି, ସବିତା ବରାଳ, ସୋର୍ଣ୍ଣମୟୀ ଜେନା, ପ୍ରତୀମା ଦାସ, ବନୀତା ଦାଶ, ଶିତାରାଣୀ ପାଲଟାସିଂହ ପ୍ରମୁକ ଉପସ୍ଥିତ ରହିଥିଲେ । ଏହି ଅବସରରେ କୃଷି, ମତ୍ସ୍ୟ, ପଶୁ ଓ ଉଦ୍ୟାନ ବିଭାଗ ପକ୍ଷରୁ ୮ ଜଣ ଚାଷୀଙ୍କୁ ମାନପତ୍ର ଓ ଉପଢ଼ୌକନ ଦେଇ କୃଷିମନ୍ତ୍ରୀଙ୍କ ସହ ଅତିଥି ମାନେ ସମ୍ମାନୀତ କରିଥିଲେ । ସେହିପରି ବିଭିନ୍ନ ମହିଳା ସ୍ୱୟା ସହାୟକ ଗୋଷ୍ଠୀ ମାନଙ୍କୁ ୫୦ ହଜାର ଟଙ୍କା ସମବାୟ ବ୍ୟାଙ୍କ ମାଧ୍ୟମରେ ପ୍ରଦାନ କରାଯାଇଥିଲା । ବ୍ଳକ କୃଷି ଅଧିକାରୀ ରାକେଶ ରାଉତ, ସୋନାଲୀ ମିଶ୍ର, ବିଟିଏମ ଜ୍ଞାନ ରଂଜନ ହରିଚନ୍ଦନ, କୃଷି ଅଧିଦର୍ଶକ ସନାତନ ସାହୁ ଅନ୍ୟ କର୍ମଚାରୀ ମାନେ କୃଷକ ସମ୍ପର୍କ ମେଳା ପରିଚାଳନାରେ ସହଯୋଗ କରିଥିଲେ । 
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି
DELANGARE KRUSHAK SAMPARKA MELA MATIRA SWASTHYA KARD PAIN CHASI MANNKU PARAMARSAHA KRUSHI MANTRI
NEWS BY - DHIRENDRA SENAPATI ( DELANGA )
SAKHIGOPAL NEWS

Blog Archive

Popular Posts