Breaking News

ପଞ୍ଚାୟତ ସ୍ତରୀୟ ପ୍ରିମିୟର ଲିଗ କ୍ରିକେଟ ମ୍ଯାଚର ଦୁତୀୟ ଦିବସ

ଡେଲାଙ୍ଗ-----ଡେଲାଙ୍ଗ ବ୍ଳକର କଲ୍ୟାଣପୁର ୟଙ୍ଗ ଷ୍ଟାର ପକ୍ଷରୁ ଚତୁର୍ଥ ବାର୍ଷିକ ପଞ୍ଚାୟତ ସ୍ତରୀୟ ପ୍ରିମିୟର ଲିଗ୍ ମ୍ୟାଚ କଲ୍ୟାଣପୁର ହାଇସ୍କୁଲ  ଖେଳ ପଡିଆରେ  ଅନୁଷ୍ଠିତ ହୋଇଯାଇଛି । ଆଜି ହେଉଛି ଦୁତୀୟ ଦିବସ । ଆଜି ୪ଟି ଦଳ ଖେଳିଥିଲେ ।  ପ୍ରଥମ  ମ୍ୟାଚରେ ଡବଲ ଲାଇନ୍ସ ଓ କିଙ୍ଗ କ୍ରେର୍ବା କ୍ରିକେଟ ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । କିଙ୍ଗ କ୍ରୋର୍ବା ୧୨ ଓଭରରେ ୬ ଉଇକେଟ ହରାଇ ୧୦୩ ରନ କରିଥିଲେ । ଜବାବରେ ଡବଲ ଲାଇନ୍ସ କ୍ରିକେଟ ଦଳ ୧୦ ଓଭର ୫ଉଇକେଟ ହରାଇ ୧୦୫ ରନ କରିଥିଲେ । ବେଷ୍ଟ କ୍ୟାଚ ହେମନ୍ତ ହୋଇଥିବା ବେଳେ ଗୋପାଳ ୨୧ ରନ ବିନିମୟରେ ୩ଟି ମୂଲ୍ୟବାନ ଉଇକେଟ ନେଇ ମ୍ୟନ ଅଫ ଦି ମ୍ୟାଚ ଭାବରେ ବିବେଚିତ ହୋଇଛନ୍ତି ।   ଗଣେଶ ସ୍ୱାଇଁ ଓ ଅମର ପ୍ରଧାନ  ମ୍ୟାଚ ପରିଚାଳନା କରିଥିଲେ । ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି

PANCHAYAT STARIYA PRIMIYAR LIGUE CRICKET MATCHRA DWIITIYA DIBASA
NEWS BY - DHIRENDRA SENAPATI ( DELANGA )
SAKHIGOPAL NEWS

Blog Archive

Popular Posts