Breaking News

ପାଇପି ଵାଟର ସପ୍ଳାଇ ପ୍ରକଳ୍ପ ର ଶିଳାନ୍ଯାସ କଲେ ପଞ୍ଚାୟତରାଜ ମନ୍ତୀ

ଡେଲାଙ୍ଗ ----- ଡେଲାଙ୍ଗ ବ୍ଳକ ଅନ୍ତର୍ଗତ ମୁନିଦା ଗ୍ରାମ ପଞ୍ଚାୟତର ଚାନ୍ଦୋଳ ଠାରେ ଏକ ପାଇପି ଵାଟର ପ୍ରକଳ୍ପର କୃଷି ଓ ପଞ୍ଚାୟତରାଜ ମନ୍ତୀ ପ୍ରଦୀପ ମହାରଥୀଙ୍କ କରକମଳରେ ଶିଳାନ୍ଯୀସ କରିଥିଲେ । ଏହି ପ୍ରକଳ୍ପ  କାର୍ଯ୍ଯକାରି ହେଲେ ସାନ ମୁନିଦା, ଚାନ୍ଦୋଳ ,ସେବତୀପୁର ଓ ଯୁଇଲୁଣ୍ଡା ଏହି ଚାରେଟି ଗ୍ରାମକୁ ପାନୀୟ ଜଳଯୋଗାଣ ହୋଇ ପାରିବ ବୋଲି ପୂର୍ବତନ ସରପଞ୍ଚ ତଥା ସରପଞ୍ଚଙ୍କ ପ୍ରତିନିଧି  ନରେନ୍ଦ୍ର ପରିଡା ସୁଚନା ଦେଇଛନ୍ତି । ଏହି ପ୍ରକଳ୍ପ ପାଇଁ ପ୍ରାୟ ୧ କୋଟି ୫ ହଜାର ଟଙ୍କା ରାଜ୍ଯ ସରକାର ଅର୍ଥ ମଞ୍ଜୁର ହୋଇଥିବା ସରକାରୀ ନିବାର୍ହୀ ଯନ୍ତୀ ଆଲୋକ ରଂଜନ ପଣ୍ଡା କହିଛନ୍ତି । ଅନ୍ଯ ମାନଙ୍କ ମଧ୍ଯରେ ବ୍ଳକ ଅଧ୍ଯକ୍ଷ  ପ୍ରସନ୍ନ ସାହୁ , ସମବାୟ ବିତ୍ତି ବୈରାଗୀ ଜେନା, ସରପଞ୍ଚ ସନ୍ଧ୍ଯାରାଣୀ ପରିଡା , ଜିଲ୍ଳାପରିଷଦ ସଭ୍ଯ ପୁଷ୍ପାଞ୍ଜଳି ସାମଲ , ଗ୍ରାମ୍ଯ ପାନୀୟ ଜଳ ଯୋଗାଣ ବିଭାଗର କନିଷ୍ଠ ଯନ୍ତୀ ବିଜୟ ଲକ୍ଷ୍ମୀ ଓଝା , ବ୍ଳକ ଉପାଧ୍ଯକ୍ଷାଙ୍କ ପ୍ରତିନିଧି କବିନ୍ଦ୍ର ବଳବନ୍ତରାୟ , ପୂର୍ବତନ ସରପଞ୍ଚ ନରେନ୍ଦ୍ର ପରିଡା ଓ ମିଶନ ଶକ୍ତି ମହିଳା ମହାସଂଘ ରସମ୍ପାଦିକା ବାସନ୍ତି ସାହୁ ଙ୍କ ସହ ବିଭିନ୍ନ ପଞ୍ଚାୟତର ସରପଞ୍ଚ ଓ ସମିତିସଭ୍ଯ ସଭ୍ଯା ମାନେ ଉପସ୍ଥିତ ରହିଥିଲେ । ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି

Blog Archive

Popular Posts