ଭିଡିଓ କନଫରେନସ ମାଧ୍ଯମରେ ଉଜ୍ବଳା ସାନିଟିରୀ ନିପିକିନ୍ ପ୍ରକଳ୍ପ ଉଦ୍ଘାଟିତ
ସାକ୍ଷୀଗୋପାଳ--- ସତ୍ୟବାଦୀ ବ୍ଳକର ଆଦର୍ଶ ଗ୍ରାମ ନୂଆଗାଁରେ ଥିବା ଜନସେବା କେନ୍ଦ୍ରରେ ଉଜ୍ୱଳା ସାନିଟାରୀ ନାପିକିନ ପ୍ରକଳ୍ପ ଭିଡିଓ କନଫରେନ୍ସ ମାଧ୍ୟମରେ କେନ୍ଦ୍ର ପ୍ରୋଟୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରବିବାର ଦିନ ଉଦ୍ ଘାଟନ କରିଛନ୍ତି ।ଏହି ପରିପେକ୍ଷୀରେ ଗ୍ରାମ ବିଦ୍ୟାଳୟ ନିକଟରେ ଏକ ସଭାର ଆୟୋଜନ କରାଯାଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବରେ ସ୍ୱାଦ ସଂଗଠନର ସମ୍ପାଦିକା ବିଣାପାଣୀ ମିଶ୍ର ଯୋଗଦେଇଥିଲେ । ଅନ୍ୟତମ ଅତିଥି ଭାବରେ ଜିଲ୍ଲା ବିଜେପି ମହିଳା ମୋର୍ଚ୍ଚାର ସମ୍ପାଦିକା ସବିତା ପୁଷ୍ଠି, ଓ ସଭାନେତ୍ରୀ ଜ୍ୟୋତି ମହାପାତ୍ର, ଜିଲ୍ଲା ଉଜ୍ୱଳା ଯୋଜନାର ସଂଯୋଜିକା ମଧୁସ୍ମିତା ମହାପାତ୍ର ଓ ବ୍ଳକ ସଂଯୋଜିକ ଲାଙ୍ଗା ବାରିକ ପ୍ରମୁଖ ଉପସ୍ଥିତ ରହି ମହିଳା ମାନଙ୍କ ପାଇଁ ନାପ୍କିନନ୍ର ବ୍ୟବହାର ସମ୍ପର୍କରେ ବିସ୍ତୁତ ଆଲେଚନା କରିଥିଲେ । ସହର ଅପେକ୍ଷା ଗ୍ରାମଞ୍ଚଳରେ ମହିଳା ମାନଙ୍କର ନାପ୍କିନ୍ ବ୍ୟବହାର ସଂଖ୍ୟା କମ ଅଛି ବୋଲି ଏକ ଗବେଷଣା ସଂସ୍ଥା ପକ୍ଷରୁ ଜଣାପଡିଛି ଏଣୁ ନାପ୍କିନ୍ ବ୍ୟବହାର କରିବା ଦ୍ୱାରା ଉପଯୁକ୍ତ ସ୍ୱାସ୍ଥ୍ୟ ରକ୍ଷା ହୋଇପାରିବ ବୋଲି ଅତିଥି ମାନେ ମତ ପ୍ରକାଶ କରିଥିଲେ । ଗ୍ରାମରେ ଥିବା ଜନସେବା କେନ୍ଦ୍ର ସହଯୋଗରେ ଉଜ୍ୱଳା ଯୋଜନା ମାଧ୍ୟମରେ ୩ଲକ୍ଷ ଟଙ୍କା ବ୍ୟୟରେ ପ୍ରକଳ୍ପ ଉଦ୍ଘାଟିତ ହୋଇଯାଇଛି । ପ୍ରକଳ୍ପରେ ୧୨ ମହିଳା କାମ କରିବେ । ଗୋଟିଏ ପ୍ୟାକେଟରେ ୮ଟି ନାପ୍କିନ୍ ରହିଥିବା ବେଳେ ୪୨ଟଙ୍କାରେ ତାହା ମିଳିବ ବୋଲି ଜନସେବା କେନ୍ଦ୍ରର ପରିଚାଳକ ଶ୍ରୀକାନ୍ତ ମିଶ୍ରଙ୍କ ଠାରୁ ପ୍ରକାଶ । ଜିଲ୍ଲା ଜନ ସେବାକେନ୍ଦ୍ରର ପରିଚାଳକ ରମାକାନ୍ତ ସ୍ୱାଇଁ ଉପସ୍ଥିତ ରହିଥିଲେ । ଏହି କାର୍ଯ୍ୟକ୍ରମରେ ରିୟା ଭାରତ ଗ୍ୟାସ ସହଯୋଗିତା ଭାବେ ରହିଥିଲା । ଏଠାରେ ମହିଳା ମାନେ ଯୋଗ ଦେଇଥିବାରୁ ଗ୍ୟାସ କମ୍ପାନୀ ପକ୍ଷରୁ ଶାଖା ପରିଚାଳକ ଲକ୍ଷ୍ମୀଧର ନାୟକ, ଗ୍ୟାସ ସେଫିଟ ଅଧିକାରୀ ମୀର ଅବଦୁଲ ଇମ୍ରାନ, ଗ୍ୟାସ ପ୍ରସାର ଓ ପ୍ରଚାରକ ଅଜୟ କୁମାର ବିଶ୍ୱାଳଙ୍କ ସହ ସାଜିତ୍ ଖାନ୍, ସଫିଉଲ୍ଲା ଖାନ ପ୍ରମୁଖ ଉପସ୍ଥିତ ରହି ଗ୍ୟାସର ବ୍ୟବହାର ଓ ଗ୍ୟାସ ସଂଚୟ କରିବା ସମ୍ପର୍କେ ଏକ ପ୍ରଦର୍ଶନୀ କରାଯାଇଥିଲା ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି