ମହୁମାଛି ଆକ୍ରମଣରେ ମହିଳାଙ୍କ ମୃତ୍ୟୁ
ଭଞ୍ଜନଗର - ଗଞ୍ଜାମ ବେଲଗୁଣ୍ଠା ଥାନା ଅନ୍ତର୍ଗତ ବେଲଗୁଣ୍ଠାର ଗୋପୀନାଥସାହି ରେ ମହୁମାଛି ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି । ନିଜ ଘର ପାଖରେ ଥିବା ପିଜୁଳି ଗଛରୁ ପିଜୁଳି ତୋଳୁଥିବା ବେଳେ ହଠାତ୍ ବହୁ ସଂଖ୍ୟକ ମହୁମାଛି ବାହାରି ଆକ୍ରମଣ କରିଥିଲେ । ମହିଳା ଜଣକ ସେଠାରେ ହିଁ ଗୁରୁତର ହୋଇ ତଳେ ପଡିଯାଇଥିଲେ । ପରିବାର ଲୋକେ ତାଙ୍କୁ ପ୍ରଥମେ ବେଲଗୁଣ୍ଠା ମେଡ଼ିକାଲରେ ଭର୍ତି କରିଥିଲେ । ଅବସ୍ଥା ଗୁରୁତର ହେବାରୁ ଭଞ୍ଜନଗର ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ମୃତ ମହିଳା ଜଣକ ଗୋପିନାଥସାହି ର ଝୁନୁ ପାଳ ବୋଲି ଜଣା ପଡିଛି । ଭଞ୍ଜନଗର ରୁ ରବୀନ୍ଦ୍ର ପ୍ରଧାନ ଙ୍କ ରିପୋର୍ଟ,୮/୮/୨୦୨୫---୬,୪୫ Sakhigopal News,8/8/2025