ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ପୁରୀ ଜଗନ୍ନାଥ ଦର୍ଶନ କଲେ
ପୁରୀ ----- ତେଲେଙ୍ଗାନା ର ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ର ଶେଖର ରାଓ ଓ ପତ୍ନୀ ଶୋଭା ଙ୍କ ସହ ଆଜି ପୁରୀ ଆସି ଶ୍ରୀଜୀଉଙ୍କୁ ଦର୍ଶନ କରିଛନ୍ତି। ଏହି ଦର୍ଶନ ଲାଭ କରି ସେ ବହୁତ ଆନନ୍ଦିତ ଥିବା ତାଙ୍କ କୌଳିକ ପଣ୍ଡା ପ୍ରକାଶ କରଛନ୍ତି। ପୁରୀ ଜିଲାପାଳ , ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ତାଙ୍କୁ ସ୍ୱାଗତ କରାଯାଇଥିଲା । ଶ୍ରୀମନ୍ଦିର ର ଭିତରେ ପ୍ରଥମେ ବିଭିନ୍ନ ଦେବା ଦେବୀ ଙ୍କ ଦର୍ଶନ କରିଥିଲେ। ପରେ ମହାପ୍ରଭୁଙ୍କ ଦର୍ଶନ କରିଥିଲେ । ସକାଳ ଧୂପ ପରେ ଆଳତି ଦର୍ଶନ କରିଥିଲେ । ତେବେ ସେ ଶ୍ରୀମନ୍ଦିର ପ୍ରଥମ ଥର ପାଇଁ ଆସିଥିବା ତାଙ୍କ କୌଳିକ ପଣ୍ଡା କହିଛନ୍ତି । ତେବେ ଶ୍ରୀମନ୍ଦିର ରେ ମହାପ୍ରଭୁଙ୍କ ଦର୍ଶନ ପରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ତାଙ୍କୁ ମହାପ୍ରସଦ ସମେତ ଜଗନ୍ନାଥ ଙ୍କ ସମ୍ପର୍କିତ ବହି , ମହାପ୍ରଭୁଙ୍କ ବାନା ପ୍ରଦାନ କରାଯାଇଛି।
କୋଣାର୍କରୁ ଜୟନ୍ତ ସେଠୀ
କୋଣାର୍କରୁ ଜୟନ୍ତ ସେଠୀ
TELENGANA MUKHYAMANTRI PURI JAGANNATH DARSHAN KALE
NEWS BY - JAYANTA SETHI ( KONARK )
SAKHIGOPAL NEWS