ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ:ଡି.ସି.ସି ଜୁନିୟର ଚମ୍ପିୟାନ
ଡେଲାଙ୍ଗ ----- ଡେଲାଙ୍ଗ ଷ୍ଟେସନସ୍ଥିତ ରେଞ୍ଚ ଗ୍ରାମ ପଡିଆରେ ପୁରାତନ କ୍ରିକେଟ କ୍ଳବ ଡିସିପି ପକ୍ଷରୁ ଏକ ସ୍ମାରକୀ କ୍ରିକେଟ ଟୁର୍ଣ୍ଣମେଣ୍ଟ ଅନୁଷ୍ଠିତ ହୋଇଯାଇଛି । କ୍ଳବର ସଦସ୍ୟ ସ୍ୱର୍ଗତ ଲକ୍ଷ୍ମୀଧରପଣ୍ଡା, ପ୍ରମୋଦ ରାୟ, ଓ ଅସିତ୍ ସୁବୁଦ୍ଧିଙ୍କ ସ୍ମୁତି ଉଦ୍ଦ୍ୟେଶରେ ଏକ କ୍ରିକେଟ ଣୁର୍ଣ୍ଣାମେଣ୍ଟ ଆୟାଜନ କରାଯାଇଥିଲା । ମୁଖ୍ୟ ଅତିଥି ଭାବେ ବ୍ଳକ ଅଧ୍ୟକ୍ଷ ପ୍ରସନ୍ନ କୁମାର ସାହୁ, ଶିକ୍ଷାବିତ୍ ପ୍ରକାଶ ନାୟକ, ଯୁବନେତା ସଞ୍ଜୟ ନାୟକ, ବେରବୋଇ ସମିତିସଭ୍ୟ ଅଭିମନ୍ୟୁ ରାଉତ ଯୋଗଦେଇ କ୍ରିକେଟ ମ୍ୟାଚକୁ ଉଦ୍ଘାଟନ କରିଥିଲେ । ଡିସିସି ଜୁନିୟର ଓ ଡିସିସି ସିନିୟର ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହୋଇଥିଲା । ପ୍ରଥମେ ସିନିୟର କ୍ରିକେଟ ଦଳ ବ୍ୟାଟିଂ କରି ୨୦ ଓଭରରେ ୫ ଉଇକେଟ ହରାଇ ୧୬୮ ରନ କରିଥିଲେ । ଜବାବରେ ଜୁନିୟର ଦଳ ୧୯ ଓଭରରେ ୫ ଉଇକେଟ ହରାଇ ୧୭୦ ରନ କରି ବଜୟୀ ହୋଇଥିଲେ । ଉଦ୍ଯାପନୀ ଉତ୍ସବରେ ରାଜେଶ ବିଶ୍ୱାଳ ଯୋଗଦେଇ ବିଜୟୀ ଓ ରନସ ଦଳକୁ ଟ୍ରଫି ପ୍ରଦାନ କରିଥିଲେ । ଦୀପକ ଛାଟେଇ ଓ ପ୍ରଦୀପ ସେଠୀ ମ୍ୟାଚ ପରିଚାଳନା କରିଥିଲେ । ଛାଟୋଇ ମୋତିଲାଲ ରାୟ, ସୁଶାନ୍ତ ବିଶ୍ୱାଳ, ବାସୁଦେବ ଜେନା, ସୂର୍ଯ୍ୟନାରାୟଣ ସେଠୀ, ରାଜେନ୍ଦ୍ର କୁମାର ତାଡ ପ୍ରମୁଖ ଖେଳ ପରିଚାଳନାରେ ସହଯୋଗ କରିଥିଲେ ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି