Breaking News

ପଞ୍ଚାୟତ ସ୍ତରୀୟ ଲିଗ କ୍ରିକେଟ ମ୍ଯାଚ : ୩୪ ରନରେ ବ୍ଲୁ ରାଇଡର ବିଜୟୀ

ଡେଲାଙ୍ଗ--- ଡେଲାଙ୍ଗ  ବ୍ଳକର କଲ୍ୟାଣପୁର ୟଙ୍ଗ ଷ୍ଟାର ପକ୍ଷରୁ ଚତୁର୍ଥ ବାର୍ଷିକ ପଞ୍ଚାୟତ ସ୍ତରୀୟ ପ୍ରିମିୟର ଲିଗ୍ ମ୍ୟାଚ କଲ୍ୟାଣପୁର ହାଇସ୍କୁଲ  ଖେଳ ପଡିଆରେ  ଅନୁଷ୍ଠିତ ହୋଇଯାଇଛି । ତୁତୀୟ ଦିନର  ଦୁତୀୟ ମ୍ୟାଚରେ ପ୍ଳାଇଙ୍ଗି ଡଲଫିନ ଓ ବ୍ଲୁ ରାଇଡର  କ୍ରିକେଟ ଦଳ ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହୋଇଥିଲା । ପ୍ରଥମେ  ବ୍ଲ୍ୟୁ ରାଇଡର କିକ୍ରେଟ ଦଳ ପ୍ରଥମେ ବ୍ୟାଟିଂ କରି ୧୨ ଓଭରରେ ୮ ଉଇକେଟ ହରାଇ ୧୩୦ ରନ କରିଥିଲେ  । ଜବାବରେ  ପ୍ଳାଇଙ୍ଗି ଡଲଫିନ କ୍ରିକେଟ ଦଳ ୧୨ ଓଭର ୯ଉଇକେଟ ହରାଇ ୮୬ ରନ କରିଥିଲେ । ଦର୍ଶନ କାନ୍ତ ପରିଡା ବେଷ୍ଟ କ୍ୟାଚ ହୋଇଥିବା ବେଳେ ତୁଷାର କାନ୍ତ ସ୍ୱାଇଁ ଙ୍କୁ ମ୍ୟାନଅଫ ଦି ମ୍ୟାଚ ଭାବେ ଘୋଷଣା କରାଯାଇଥିଲା  ।  ଗଣେଶ ସ୍ୱାଇଁ ଓ କବିନ୍ଦ୍ର ପ୍ରଧାନ  ଦୁଇଟି ଯାକ ମ୍ୟାଚ ପରିଚାଳନା କରିଥିଲେ  । ଅତିଥି ଭାବରେ  କଲ୍ୟାଣପୁର ଗ୍ରାମ ବ୍ୟାଙ୍କ ଶାଖାର ପରିଚାଳକ ଓ ସଂଗଠନର ସଦସ୍ୟ ମାନେ ଉପସ୍ଥିତ ରହି ଘୋଷିତ ମ୍ୟାନ ଅଫ ଦି ମ୍ୟାଚ ଖେଳାଳୀଙ୍କୁ  ମାନପତ୍ର ପ୍ରଦାନ କରିଥିଲେ  ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି 

PANCHAYATA STARIYA LIGUE MATCH 34 RUN RE BLUE RAIDER BIJAYI
NEWS BY - DHIRENDRA SENAPATI ( DELANGA )
SAKHIGOPAL NEWS

Blog Archive

Popular Posts