Breaking News

ସତ୍ଯବାଦୀରେ ବିଜପି ଯୁବମୋର୍ଚ୍ଚାର ଆହ୍ବାନ ପିସି କାରବାର ବନ୍ଦକର


ସାକ୍ଷୀଗୋପାଳ---ବିଜେପି ଯୁବ ମୋର୍ଚ୍ଚାର ଡାକରା ଦେଇଛି ପିସି କାରବାର ବନ୍ଦକର । ନଚେତ ଅଗ।।ମୀ ଦିନରେ ଭୟଙ୍କର ପରିସ୍ଥିତି ସୃଷ୍ଟି ହେବ ବୋଲି ବିଜେପିର ଯୁବ ମୋର୍ଚ୍ଚାର ଜିଲ୍ଲା ଉପସଭାପତି ପ୍ରଶାସନ ଓ ବିଜେଡି ନେତାଙ୍କୁ ସୂଚନା ପ୍ରଦାନ କରିଛନ୍ତି । ଏହି ଅବସରରେ ସାକ୍ଷୀଗୋପାଳ ଜଳ ସମ୍ପଦ ବିଭାଗ କାର୍ଯ୍ୟାଳୟ ଆଗରେ ଜିଲ୍ଲା ଯୁବମୋର୍ଚ୍ଚାର ଉପସଭାପତି ନିଶିକାନ୍ତ ( ରିଙ୍କୁ ) ପ୍ରଧାନଙ୍କ ନେତୃତ୍ୱରେ ଶତାଧିକ ଯୁବକ ମାନେ ବିକ୍ଷୋଭ ପ୍ରଦର୍ଶନୀ କରିଥିଲେ । ବିଭିନ୍ନ ସରକାରୀ କାର୍ଯ୍ୟାଳୟରେ ପିସି କାରବାର ହୋଉଛି ବୋଲି ରାଜ୍ୟ ସାରା ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଆଗାମୀ ଦିନରେ ସତ୍ୟବାଦୀରେ ଥିବା ସମସ୍ତ ସରକାରୀ କାର୍ଯ୍ୟାଳୟ ଗୁଡିକରେ ଏହିପରି ବିକ୍ଷୋଭ କରାଯାଇ ପିସି ବନ୍ଦ କରିବା ସମ୍ପର୍କରେ ଜନସଚେତନା କରାଯିବ ବୋଲି ସତ୍ୟବାଦୀର ଯୁବ ସଭାପତି ଚଣ୍ଡି ପ୍ରସାଦ ମହାନ୍ତି କହିଛନ୍ତି । ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ଯୁବ ମୋର୍ଚ୍ଚାର ସଭାପତିଜୟନ୍ତ ଦାଶ,  ସତ୍ୟବାଦୀ ବ୍ଳକର ମଣ୍ଡଳ ସଭାପତି ଉମେଶ ପ୍ରଧାନ, ସୁରେନ୍ଦ୍ର ପ୍ରଧାନ, ଜିତୁ ରାଉତରାୟ, ମଣ୍ଡଳ ଉପସଭାପତି ଅମର ଶତପଥୀ , ଅଶ୍ୱନୀ ଓ ହରିହରଙ୍କ ସହ ପ୍ରମୁଖଙ୍କ ସମେତ ଶତାଧିକ ବିଜେପି ଯୁବ ମୋର୍ଚ୍ଚାର ସଦସ୍ୟ ମାନେ ଏହି ବିକ୍ଷୋଭରେ ସାମିଲ ହୋଇଥିଲେ  । 
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି 
SATYABADI RE BJP JUBAMORCHA RA AAHWAN PISI KARBAR BANDKARA
NEWS BY - DHIRENDRA SENAPATI ( SAKHIGOPAL )
SAKHIGOPAL NEWS

Blog Archive

Popular Posts