Breaking News

ଚୁଲି ନିଆଁରୁ ଅଗ୍ନିକାଣ୍ଡ ଘଟି ଦୁଇବଖରା ଘର ପୋଡିଗଲା

ଡେଲାଙ୍ଗ-----ଡେଲାଙ୍ଗ ବ୍ଳକ ଅନ୍ତର୍ଗତ ଅରିଶଲ ଗ୍ରାମ ପଞ୍ଚାୟତର ଜୟପୂର ଗ୍ରାମର ପ୍ରଫୁଲ ବେହେରାଙ୍କର ଦୂଇ ବଖରା ଘର ଅଗ୍ନିକାଣ୍ଡରେ ଜଳିଯାଇଛି । ସୁଚନା ଯୋଗ୍ଯଯୋ ସୋମବାର ଭୋର ସମୟରେ  ଶ୍ରୀ ବେହେରାଙ୍କ ଚୁଳି ନିଆଁରୁ ଏହି ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି । ଏହି ଅଗ୍ନିକାଣ୍ଡରେ ଆରତ ର୍ତ୍ତ୍ରାଣ ସ୍ବାଇଁଙ୍କର ଏକ ପଲସର ମଟର ସାଇକେଲ ପୋଡିଯାଇଛି ।  ଅରିଶଲ ବିଜୁ ଯୁବ ବାହିନୀର ସଭାପତି ସୌମ୍ଯ ରଞ୍ଜନ ରାଉତ ଅଗ୍ନିଶମ ବିଭାଗ କୁ ଯୋଗସୁତ୍ର କରିବାରୁ ବିଫଳ ହୋଇଥିଲେ । ଗ୍ରାମର ସଂଗ୍ରାମ ପରିଡା ଅଗ୍ନିଶମ ବିଭାଗରେ ଚାକିରି କରିଥିବାରୁ ତାଙ୍କୁ ଜଣାଇବା ପରେ ସେ ଯୋଗସୁତ୍ର କରିବା ପରେ ଡେଲାଙ୍ଗ ଅଗ୍ନିଶମ ବିଭାଗର ଅଧିକାରୀ ଜୟରାମ ସାହୁ ସଦଳବଳେ ଘଟଣା ସ୍ଥଳରେ ପହଞ୍ଚି ଥିଲେ । ସେତେବେଳକୁ ବିଜୁ ଯୁବ ବାହିନୀର ଯୁବକ ଓ ଗ୍ରାମବାସି ମାନେ ନିଆଁକୁ ଆୟତ୍ତ କରିସାରିଥିଲେ । ନିଆଁ ଲିଭାଇବା ସମୟରେ କୃର୍ଷ୍ଣଚନ୍ଦ୍ର ସ୍ବାଇଁ (୪୦)ଙ୍କର ମୁଣ୍ଡ ଫାଟି ଆହତ ହୋଇଥିବା  ବେଳେ ନିଜ ମଟର ସାଇକେଲକୁ ଅଗ୍ନିକାଣ୍ଡରୁ ରକ୍ଷା କରିବାକୁ ଯାଇ ଆରତ ର୍ତ୍ତାଣ ସ୍ବାଇଁଙ୍କର  ପାଦ ଜଳି ଯାଇଥିବାର ଜଣାପଡିଛି ।  ଏହି ଅଗ୍ନି କାଣ୍ଡରେ  ଘରର ଆସବ ପତ୍ର ପୋଡି ଯାଇଛି । ତୁରନ୍ତ ଅଗ୍ନି ବିପନ୍ନ ପରିବାରଙ୍କୁ ତୁରନ୍ତ ସରକାରି ସାହାର୍ଯ୍ଯ ଯୋଗାଇ ଦେବାକୁ ଦାବି ହୋଉଛି । ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି
CHULI NIAN RU AGNI KANDA GHATI DUIBAKHARA GHARA PODIAGALA
NEWS BY - DHIRENDRA SENAPATI ( DELANGA )
SAKHIGOPAL NEWS

Blog Archive

Popular Posts