>>
  • ଖୋର୍ଦ୍ଧା ରୋଡ଼ ମଣ୍ଡଳ ପକ୍ଷରୁ ଆନ୍ତର୍ଜାତୀୟ ଲେଭେଲ୍ କ୍ରସିଙ୍ଗ ସଚେତନତା ଦିବସ
  • >>
  • ଖୋର୍ଦ୍ଧା ରୋଡ୍ ଡିଭିଜନ ପକ୍ଷରୁ ବିଶ୍ୱ ପରିବେଶ ଦିବସ ପାଳିତ
  • >>
  • ବିଶ୍ଵ ପରିବେଶ ଦିବସ ଅବସରରେ ଆଇଆଇଟି ଭୁବନେଶ୍ଵର ପକ୍ଷରୁ ବୃକ୍ଷରୋପଣ
  • >>
  • କର୍ମଯୋଗୀ ବ୍ରଜମୋହନଙ୍କ ଜନ୍ମଦିବସ ପାଳିତ
  • >>
  • ସତ୍ୟବାଦୀରେ ବିଶ୍ବ ପରିବେଶ ସୁରକ୍ଷା ସପ୍ତାହ ଉଦ୍‌ଯାପିତ ହୋଇଯାଇଛି
  • ରାସ୍ତାର ନବୀକରଣ ପାଇଁ ଶିଳାନ୍ଯାସ କଲେ କୃଷି ଓ ପଞ୍ଚାୟତରାଜ ମନ୍ତୀ ଶ୍ରୀ ମହାରଥୀ


    ଡେଲାଙ୍ଗ---ଭୁବନେଶ୍ୱର -ପୁରୀ ନଂ୩୧୬ ଜାତୀୟ ରାଜପଥର ଠାରୁ ବୀରପୁରୁଷୋତ୍ତମପୁର ଗ୍ରାମ୍ୟ  ୫ କି. ମି ରାସ୍ତାର ନବୀକରଣ କରିବା ପାଇଁ ରବିବାର କୃଷି ଓ ପଞ୍ଚାୟତରାଜ ମନ୍ତ୍ରୀ ଭୂମିପୂଜା କରିବା ସହ  ଉପସ୍ଥିତ ଥିବା ଜନସାଧାରଣଙ୍କୁ କହିଥିଲେ ବିଜେଡି ସରକାରଙ୍କ ସମୟରେ ଉନ୍ନୟନ ମୂଳକ କାର୍ଯ୍ୟ କରିବା ପାଇଁ ଅର୍ଥର ଅଭାବ ନାହିଁ । ଜାତୀୟ ରାଜପଥ ସହିତ ପ୍ରାୟ ଗ୍ରାମ୍ୟ ରାସ୍ତା ସଂଯୋଗ କରଣ କରାଯାଇଛି ବୋଲି ମନ୍ତ୍ରୀ ଶ୍ରୀ ମହାରଥୀ  କହିଥିଲେ  । ଏହି ଅବସରରେ ଅନୁଷ୍ଠିତ ସଭାରେ ଡେଲାଙ୍ଗ ବ୍ଳକର ପୂର୍ବତନ ବ୍ଳକ ଅଧ୍ୟକ୍ଷ ବୈରାଗୀ ଜେନା ସଭାପତିତ୍ୱ କରି ଡେଲାଙ୍ଗ-ପିପିଲି ନିର୍ବାଚନ ମଣ୍ଡଳୀରେ କେଉଁଠି ଆଉ ନାଲି ମୋରମ ରାସ୍ତା ନାହିଁ ବୋଲି କହିଥିଲେ  ।  ଏହି ରାସ୍ତାଟି ଏବେ ଗ୍ରାମ୍ୟ ଉନ୍ନୟନ ସଂସ୍ଥା ଅଧୀନରେ ରହିଛି । ବିଭାଗୀୟ ସହକାରୀ ଯନ୍ତ୍ରୀ ପ୍ରସନ୍ନ କୁମାର ପଟ୍ଟନାୟକ ସଭାରେ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ  । ୧ କୋଟି ୬୨ ଲକ୍ଷ୭ ହଜାରଟଙ୍କା ଏହି ରାସ୍ତାରେ ଅର୍ଥ  ଖର୍ଚ୍ଚ କରାଯିବ । ୩.୧୫୦ କି,ମି ପିଚୁ ରହିଥିବା ବେଳେ ୧.୮୫୦ ଗୋଡି ସିମଣ୍ଟେ ଢ଼ଲେଇ, ୫ଟି କଲଭଟ ସହ ୧୭୭ ମିଟର ସୁରକ୍ଷା ପାଚେରୀ ରହିଛି ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ  । ଅନ୍ୟ ମାନଙ୍କ ମଧ୍ୟରେ ପୂର୍ବତନ ସରପଞ୍ଚ ଧୁବଚରଣ ପ୍ରଧାନ, ପଞ୍ଚାୟତର ସରପଞ୍ଚ ରଞ୍ଜୁ ବେହେରା, ସମିତିସଭ୍ୟା ମଧୁସ୍ମିତା ମଲିକ ଓ ବାସଦେବ ( ଲିଟୁ ) ଦାଶ ପ୍ରମୁଖ ଉପସ୍ଥିତ ରହିଥିଲେ  । 
     ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି 
    RASTARA NABIKARANA PAIN SILANYASA KALE KRUSHI  O PANCHAYAT RAJ MANTRI SRI MAHARATHI
    NEWS BY - DHIRENDRA SENAPATI ( DELANGA )
    SAKHIGOPAL NEWS

    Blog Archive

    Popular Posts