ବିଜେଡି ଜିଲ୍ଳା ପରିଷଦ ଜୋନ ସ୍ତରୀୟ କାର୍ଯ୍ଯକାରିଣି ବୈଠକ ; ପିପିଲି
ପିପିଲି ----ପିପିଲି ବିଜେଡି କାର୍ଯ୍ଯାଳୟ ଠାରେ ବିଜୁ ଜନତା ଦଳର ଜିଲ୍ଲା ପରିଷଦ ଜୋନ ସ୍ତରୀୟ କାର୍ଯ୍ଯକାରିଣି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ପଞ୍ଚାୟତରାଜ ଓ କୃଷିମନ୍ତ୍ରୀ ପ୍ରଦୀପ ମହାରଥୀ ମୁଖ୍ୟ ଅତିଥିଭାବେ ଯୋଗଦେଇ ଦଳର ସଂଗଠନ କୁ ଆହୁରି ମଜଭୁତ କରିବା ପାଇଁ ପରାମର୍ଶ ଦେଇଛନ୍ତି । ମୁଖ୍ଯମନ୍ତୀଙ୍କ ଦ୍ବାରା ଆରମ୍ଭ ହୋଉଥିବା ଜନକଲ୍ଯାଣ ଯୋଜନା ପ୍ରତି ପରିବାର ପାଖରେ ପହଞ୍ଚାଇବା ପାଇଁ କର୍ମି ମାନଙ୍କୁ ନିବେଦନ କରିଥିଲେ ।ବିଜେଡି ପିପିଲି ବ୍ଲକ ସଭାପତି ପ୍ରଫୁଲ୍ଲ କୁମାର ସ୍ବାଇଁ ସଭା ପରିଚାଳନା କରିଥିଲେ । ଏହି ବୈଠକରେ ଆଗାମୀ ନିର୍ବାଚନରେ ଦଳିୟ ରଣନିତି ଓ ସାଗଂଠନିକ କାର୍ଯ୍ଯ ଉପରେ ଆଲୋଚନା କରାଯାଇଛି ।ଏହି ବୈଠକରେ 22ନମ୍ବର ଜିଲ୍ଲା ପରିଷଦ ଜୋନ ର ପୁରୁଷ ଓ ମହିଳା ବିଜେଡି କର୍ମି ହଜାର ହଜାର ସଂଖ୍ଯାରେ ଯୋଗ ଦେଇଛନ୍ତି । ଅନ୍ଯମାନଙ୍କ ମଧ୍ୟରେ ଡେଲାଙ୍ଗ ବ୍ଲକ ବିଜେଡି ସଭାପତି ବୈରାଗି ଜେନା,ପିପିଲି ବ୍ଲକ ଅଧକ୍ଷା କଳ୍ପନା ସାମନ୍ତରାୟ,ବ୍ଲକ ଉପାଧ୍ୟକ୍ଷ ଯୁଧିଷ୍ଠିର ସ୍ବାଇଁ,ଆତ୍ମା ଅଧ୍ଯକ୍ଷ ପିପିଲି ଧରଣୀଧର ସାହୁ,ବିଜେଡି ଜିଲ୍ଲା ସାଧାରଣ ସଂପାଦକ କିଶୋର ଛୋଟରାୟ,ପୂବର୍ତନ ସରପଞ୍ଚ ସଦାସିବ ଦାସ,ଯୁବ ନେତା ଆର୍ତ୍ତବନ୍ଧୁ ସାମନ୍ତରାୟ,ଯୁବ ବିଜେଡି ପିପିଲି ସଭାପତି ମନୋଜ ଦାଶ,ରାଜ୍ୟ ଯୁବ ବିଜେଡି ସାଧାରଣ ସଂପାଦକ ପ୍ରମୋଦ କୁମାର ମହାପାତ୍ର,ମହିଳା ବିଜେଡି ବ୍ଲକ ସଭାପତି ଜୋସ୍ନା ପୁଷ୍ଟି,ନିରୁପମା ମହାପାତ୍ର ଓ ପଲ୍ଲବି ମହାନ୍ତି ପ୍ରମୂଖଙ୍କ ସହିତ ହଜାର ହଜାର ଦଳିୟ କର୍ମି ଉପସ୍ଥିତ ରହି ବିଜେଡି ସରକାରଙ୍କର ଜୟଗାନ କରିଥିଲେ।
sakhigopal news
pipili news
sakhigopal news
pipili news
BJD JILA PARISADA JONE STARIYA KARYAKARINI KAITHAKA PIPILI