ସିନ୍ଦି ଚୋରମାନେ ଡେଲାଙ୍ଗ ପୋଲିସକୁ ଦେଇଛି ଚାଲେଞ୍ଜ
ଡେଲାଙ୍ଗ--- ଡେଲାଙ୍ଗ ପୋଲିସର ମୁଣ୍ଡବ୍ୟାଥ କରିଛନ୍ତି କିଛି ଦୁବୁର୍ତ୍ତ । ସେମାନେ ଗାଡି ଲଗାଇ ବିଭିନ୍ନ ଦେକାନରୁ ଲୁଟ କରି ଚାଲିଛନ୍ତି । ଦିନ ଥିଲା ଗୋଟିଏ ଗୋଟିଏ ଦେକାନରୁ ଚୋରୀ ହୋଉଥିବା ବେଳେ ଏବେ ସିରିଜ ଚୋରୀ କରୁଛନ୍ତି ଏହି ଦୁବୁର୍ତ୍ତ ମାନେ । ଡେଲାଙ୍ଗ ପୋଲିସ ଚୋର ମାନଙ୍କର ସନ୍ଦାନ ପାଇବା ପାଇଁ ଜାଲ ବିଛାଇଥିବା ବେଳେ ଚୋର ମାନେ ଏବେ ଥାନା ସମ୍ମୁଖରୁ ଚୋରୀ କରି ପୋଲିସକୁ ଚାଲେଞ୍ଜ ଦେଇଛନ୍ତି । ଗୁରୁବାର ରାତିରେ ଡେଲାଙ୍ଗ- ପିପିଲି ରାସ୍ତାର ଅରିଶଲ ଛକରେ ସିରିଜି ଚୋରୀ ହୋଇଥିଲା । ଗୋଟିଏ ରାତିରେ ୮ଟି ଦେକାନରୁ ଚୋରି ହୋଇଥିଲା । ପୋଲିସ ଚୋର ମାନଙ୍କର କୌଣସି ସନ୍ଦାନ ପାଇନଥିବା ବେଳେ ଆଜି ଥାନା ସମ୍ମୁଖରୁ ଏକ ପାନ ଦେକାନ ଓ ଗାଡି ସଭିସିଙ୍ଗ ଦେକାନରୁ ପ୍ରାୟ ୨୦ ହଜାରଟଙ୍କର ସାମଗ୍ରୀ ଚୋରି ହୋଇଥିବା ସିଲୁ ପରିଡା ଲିଖିତ ଅଭିଯୋଗ କରିଥିବା ଜଣାପଡିଛି । ଡେଲାଙ୍ଗରେ ଚୋର ମାନେ ପୋଲିସକୁ ଚାଲେଞ୍ଜ ଦେଇଥିବା ଜଣସାଧାରଣରେ ଏବେ ବେଶ ଆଲେଚନା ହୋଉଛି । ଅନ୍ୟପକ୍ଷେ ବେରବୋଇ ସମିତିସଭ୍ୟ ଅଭିମନ୍ୟୁ ରାଉତ ଓ ଗୁଅଳିପଡା ସମିତସଭ୍ୟ ବାସୁଦେବ ଜେନା କହିଛନ୍ତି ତୁରନ୍ତ ପୋଲିସ ରାତ୍ର କାଳୀନ ପ୍ରୋଟୋଲିଂ କରିବାର ବନ୍ଦୋବସ୍ଥ କରିବା ସହ ଥାନାରେ ବହୁଦିନ ଧରି ଖାଲି ପଡିଥିବା କର୍ମଚାରୀ ନିଯୁକ୍ତି କରାଯିବା ପାଇଁ ପୁରୀ ଏସପିଙ୍କୁ ନିବେଦନ କରିଛନ୍ତି । ନଚେତ ଆଗାମୀ ଦିନରେ ରାଜରାସ୍ତାକୁ ବ୍ୟବସାୟୀ ସଂଘ ସହ ପଞ୍ଚାୟତ ସ୍ତରୀୟ ନେତା ମାନେ ଓହ୍ଳାଇବେ ବୋଲି ଚେତାବନୀ ଦେଇଛନ୍ତି ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି