Breaking News

ଜାନୁୟାରୀ ୨୦ତାରିଖରେ ପିଠା ମିଳିବ


ପିପିଲି---- ଦୃଗାଦାସପୁର ପଞ୍ଚାୟତ ରେ ପିଠା ଯୋଜନାରେ ମୁଖ୍ୟ ଅତିଥି କୃଷି ଓ ପଞ୍ଚାୟତ ରାଜ ମନ୍ତ୍ରୀ ପ୍ରଦିପ ମହାରଥି, ବ୍ଲକ ଅଧକ୍ଷା କଳ୍ପନା ସାମନ୍ତରାୟ ଯୋଗ ଦେଇ ପିଠା କାର୍ଯ୍ଯକ୍ରମକୁ ଉଦ୍ଘାଟନ କରିଥିଲେ । ଅନ୍ଯ ଅତିଥି ଭାବରେ ସରପଞ୍ଚ ବାସନ୍ତି ବେହେରା,ଜିଲ୍ଲା ପରିଷଦ ଗିତାଞ୍ଜଳି ଦାସ,ସମିତିସଭ୍ୟ ସୁମିତ୍ରା ଚଉଁରି,ରାଜ୍ୟ ସମ୍ପାଦକ ଯୁବ ବିଜେଡି ପ୍ରମୋଦ ମହାପାତ୍ର,କଣ୍ଟି ସରପଞ୍ଚପ୍ରକାଶ ଧଳ,ଯୁବନେତା ଆର୍ତ୍ତବନ୍ଧୁ ସାମନ୍ତରାୟ,ଯୁବ ସଭାପତି ପିପିଲି ମନୋଜ ଦାସ,ବିଜୁ ଯୁବ ବାହିନି ସଭାପତି ଦୃର୍ଗାଦାସପୁର ବିଶ୍ୱଜିତ ଦାସ,ଛାତ୍ର ସଭାପତି ପିପିଲି ସୋମ୍ୟରଂଜନ ମହାପାତ୍ର ଓ ଯୁବ ବିଜେଡି ସମ୍ପାଦକ ପିକୁ ପ୍ରଧାନ ଓ ପଞ୍ଚାୟତ ଅଧିକାରି ଅନାଥ ବନ୍ଧୁ ମୁଦୁଲି,ନିର୍ବାହି ଅଧିକାରି ପିପିଲି ବ୍ଲକ ବସନ୍ତ ସାହୁ ପ୍ରମୁଖ ପିଠା ଯୋଜନାରେ ଉପସ୍ଥିତ ରହିଥିଲେ ।   ଅଧିକାରିମାନେ ଉପସ୍ଥିତ ରହି ପିଠା ଯୋଜନା ବିଷୟରେ ଜନସାଧାରଣ ମାନଙ୍କୁ ଅବଗତ କରାଇବା ସହ  କଳାକାର ଭତ୍ତା,ମଧୁସୁଦନ ପେନସନ ଯୋଜନା ସରକାରଙ୍କ ନିର୍ଦ୍ଧାରିତ ସମୟରେ ଗୃହ ନିର୍ମାଣ ଶେଷ କରିଥିବା ବ୍ୟକ୍ତିଙ୍କୁ ପ୍ରସାହନ ପୁରଷ୍କାର ରାଶି ପ୍ରଦାନ କରିଥିଲେ ।ଏହା ସହିତ ଦିବ୍ଯାଙ୍ଗ ମାନଙ୍କୁ  ତିନି ଚକିଆ ସାଇକେଲ କୃଷି ଓ ପଞ୍ଚାୟତରାଜ ମନ୍ତୀ ଶ୍ରୀ ମହାରଥି ପ୍ରଦାନ କରିଥିଲେ । ଏଠାରେ ସରକାରଙ୍କ ପିଠା ଯୋଜନାରେ ଷ୍ଟଲ ମାନଙ୍କରେ ହାତ ତିଆରି ପିଠା,ସ୍ୱାସ୍ଥ୍ୟ ବିଭାଗ ଦ୍ୱାର ସ୍ୱାସ୍ଥ୍ୟ ପରିକ୍ଷା,ଗ୍ରାମିଣ ବିଦ୍ୟୁତ ଉପଭକ୍ତାପାଇଁ ଦରଖାସ୍ତ ଗ୍ରହଣ  କରାଯାଇଥିଲା ।ଘୋଡାନାଚ,ପାଲା,ସଂକିର୍ତ୍ତନ,ଦାସକାଠିଆ  ଏବଂ ଏଲଇଡି ଟିଭି ଲଗାଇ ଜନସାଧାରଣ ମାନଙ୍କୁ ପିଠା ଯୋଜନାର ସଚେତନା କରାଯାଇଥିଲା । ଜାନୁୟାରି ମାସ ୨୦ ତାରିଖରେ ପୁନର୍ବାର ପିଠା କାର୍ଯ୍ୟକ୍ରମ କରାଯିବ ବୋଲି ବିଡିଓଙ୍କ ଠାରୁ ସୁଚନା ମିଳିଛି ।  
ପିପିଲିରୁ ବିଜୟ ମହାପାତ୍ର

JANUARY 20 TARIKHARE PITHA MILIBA
BY - BIJAYA MAHAPATRA
PIPILI
SAKHIGOPAL NEWS

Blog Archive

Popular Posts