Breaking News

ବିଦ୍ଯୁତ ସର୍ଟସକିର୍ଟିରୁ ଡେଲାଙ୍ଗର ପଥରଡିହ ଗ୍ରାମରେ ଅଗ୍ନୀକାଣ୍ଡ


ଡେଲାଙ୍ଗ---- ଡେଲାଙ୍ଗ ଥାନା ଅନ୍ତର୍ଗତ ଚାଇଁପୁର ଗ୍ରାମ ପଞ୍ଚାୟତର ପଥରଡିହ ଗ୍ରାମରେ ଆଜି ଅପରାହ୍ନ ୫ଟା ସମୟରେ ବିଦ୍ୟୁତ ସର୍ଟସର୍କିଟରୁ ଅଗ୍ନିକାଣ୍ଡ ଘଟି ପୂର୍ଣ୍ଣ  ଚନ୍ଦ୍ର ବାରିକଙ୍କର ଗୋଟିଏ ବଖରା ଘର ଜଳିଯାଇଛି । ଏହି ଘରେ ସେ ରହନ୍ତି । ଏହି ଅଗ୍ନିକାଣ୍ଡରେ ପ୍ରାୟ ୫୦ ହଜାର ଟଙ୍କାର ସମ୍ପତି ନଷ୍ଟ ହୋଇଥିବାର ପ୍ରାଥମିକ ଆକଳନରୁ ଜଣାପଡିଛି । ଏବେ ସେ ହାଡଭଙ୍ଗା ଶୀତରେ ଖୋଲା ଆକଶ ତଳେ ରହିଛନ୍ତି । ଡେଲାଙ୍ଗ ଅଗ୍ନିଶମ ବିଭାଗକୁ ଫୋନ ଗ୍ରାମରଯୁବକ ମାନେ କରିଥିଲେ ମଧ୍ୟ ଲ୍ୟାଣ୍ଡଫୋନ ଲାଗିନଥିଲା । ଫଳରେ ବିଳମ୍ବରେ ଖବର ପାଇ ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ଅଗ୍ନିବିପନ୍ନ ପରିବାରଙ୍କୁ ଭେଟି ପ୍ରାଥମିକ କ୍ଷୟକ୍ଷତିର ଆକଳନ କରି ଫେରିଥିବା ଜଣାପଡିଛି । ତୁରନ୍ତ ଅଗ୍ନିବିପନ୍ନ ପରିବାରଙ୍କୁ ବିଜୁ ପକ୍କା ଘର ଯୋଗାଇ ଦେବାକୁ ଗ୍ରାମବାସୀଙ୍କ ପକ୍ଷରୁ ଦାବୀ କରାଯାଇଛି । 

 ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି 

Blog Archive

Popular Posts