୨୦୧୯ ନିଯୁକ୍ତି ମେଳା ପାଇଁ ପ୍ରସ୍ତୁତି ବୈଠକ
କୋଣାର୍କ----ପୁରୀ ଜିଲ୍ଲା ନିଯୁକ୍ତି ମେଳା ୨୦୧୯ ନିମନ୍ତେ ପ୍ରସ୍ତୁତ ବୈଠକ ଜିଲ୍ଲାପାଳ ଶ୍ରୀ ଜ୍ୟୋତି ପ୍ରକାଶ ଦାଶଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି। ଆସନ୍ତା ଜାନୁଆରୀ ୯ ତାରିଖରେ ପୁରୀ ତାଳବଣିଆ ସରକାରୀ ଶିଳ୍ପ ତାଲିମ ପ୍ରତିଷ୍ଠାନ ( ଆଇ ଟି ଆଇ) ପରିସରରେ ନିଯୁକ୍ତି ମେଳା ଅନୁଷ୍ଠିତ ହେବ । ନିଯୁକ୍ତି ମେଳା ପାଇଁ ଆବଶ୍ୟକ ବ୍ୟବସ୍ଥା କରିବା ଏବଂ ମେଳାର କିପରି ପ୍ରର୍ଥୀମାନେ ସୁବିଧା ରେ ଅଂଶଗ୍ରହଣ କରିବେ ସେଥିପାଇଁ ଜିଲ୍ଲାପାଳ ଗୁରୁତ୍ବ ଦେଇଥିଲେ । ଜିଲ୍ଲା ନିୟୋଜନ ଅଧିକାରୀ ଅର୍ପିତା ପ୍ରିୟଦର୍ଶିନୀ ନିଯୁକ୍ତି ମେଳା ବିଷୟରେ ସୂଚନା ଦେଇଥିଲେ। ନିଯୁକ୍ତି ମେଳା ନିମନ୍ତେ ପ୍ରାୟ ୧୦୦ଟି ନିଯୁକ୍ତିଦାତା ସଂସ୍ଥାଙ୍କ ସହ ଯୋଗାଯୋଗ କରାଯାଇଛି। ସେଥିମଧ୍ୟରୁ ୫୦ ଟି ନିଯୁକ୍ତିଦାତା ସଂସ୍ଥା ଙ୍କୁ ନିଯୁକ୍ତ ମେଳାରେ ଆସାୟୀ ପ୍ରାର୍ଥୀମାନେ ଯୋଗଦେଇ ଯେପରି ନାମ ପଞ୍ଜିକରଣ କରିପାରିବେ ସେଥିପାଇଁ ବ୍ୟବସ୍ଥା କରାଯାଇଛି। ପୁରୀ ଜିଲ୍ଲାର ସମସ୍ତ ବ୍ଲକ୍ ଏନ.ଏ.ସି.ଓ ପୈ।ରାଞ୍ଚଳର ବେକାର ଯୁବକ ଯୁବତୀ ଯେଉଁ ମାନଙ୍କର ଶିକ୍ଷାଗତ ଯୋଗ୍ୟତା ୫ମ ଶ୍ରେଣୀରୁ +୩ ପର୍ଯ୍ୟନ୍ତ ସେମାନେ ନିଯୁକ୍ତି ମେଳାରେ ଅଂଶ ଗ୍ରହଣ କରିପାରିବେ। ନିଯୁକ୍ତି ଦାତା ସଂସ୍ଥା ଗୁଡିକ ଯୋଗ୍ୟ ପ୍ରାର୍ଥୀ ମାନଙ୍କୁ ସିଧାସଳଖ ନିଯୁକ୍ତି ଦେବେ ଓ ନିଯୁକ୍ତି ସମ୍ବନ୍ଧୀୟ ତାଲିମି ଦେବେ। ଏହି ବୈଠକରେ ପୁରୀ ଜିଲ୍ଲାପାଳ ଜ୍ୟୋତି ପ୍ରକାଶ ଦାଶ, ଅତିରିକ୍ତ ଜିଲ୍ଲାପାଳ ବିନୟ କୁମାର ଦାଶ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ଡ଼ଃ ଉଦ୍ଧବ ଚନ୍ଦ୍ର ମାଝୀ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡଃ ଭାସ୍କର ଚନ୍ଦ୍ର ସାମନ୍ତରାୟ, ଜିଲ୍ଲା ଶିକ୍ଷା ଅଧିକାରୀ ହୃଷିକେଶ କାଣ୍ଡି, ଆଞ୍ଚଳିକ ପରିବହନ ଅଧିକାରୀ ସଞ୍ଜୟ କୁମାର ମହାନ୍ତି, ଜିଲ୍ଲା ନିୟୋଜନ ଅଧିକାରୀ ଅର୍ପିତା ପ୍ରିୟଦର୍ଶିନୀ, ଡିଆଇଓ,ଏନ ଆଇସି ବିଭିନ୍ନ ବ୍ଲକର ବିଡ଼ିଓ ଓ ବିଭିନ୍ନ ବିଭାଗର ଅଧିକାରୀ ପ୍ରମୁଖ ଯୋଗ ଦେଇଥିଲେ। ନିମାପଡାରୁ ଜୟନ୍ତ ସେଠୀ
2019 NIJUKTI MELA PAIN PRASTUTI BAITHAKA
NEWS BY - JAYANTA SETHI ( KONARK )
SAKHIGOPAL NEWS