Breaking News

ସାଉରିଆରେ ଗ୍ରାମ ପଞ୍ଚାୟତରେ ପିଠା କାର୍ଯ୍ଯକ୍ରମ ଅନୁଷ୍ଠିତ। : ଅତିଥି ମାନେ ପିଠା ଖାଇଲେ ଓ ପିଠା ଯୋଜନା ବାଣ୍ଟିଲେ


ଡେଲାଙ୍ଗ---- ସରକାରଙ୍କ ପିଠା କାର୍ଯ୍ୟକ୍ରମର ଆଜି ହେଉଛି ପଞ୍ଚମ ଦିବସ ।  ଡେଲାଙ୍ଗ ବ୍ଳକର ସାଉରିଆ ଗ୍ରାମ ପଞ୍ଚାୟତର ସୋମନାଥ ମନ୍ଦିର ପ୍ରାଙ୍ଗଣରେ ମୁଖ୍ୟମନ୍ତ୍ରୀଙ୍କ ପିଠା କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବ୍ଳକ ଅଧ୍ୟକ୍ଷ ପ୍ରସନ୍ନ ସାହୁ ଯୋଗଦେଇ କାର୍ଯ୍ୟକ୍ରମକୁ  ଉଦ୍ଘାଟନ କରିବା ସହ ମଧୁବାବୁ ଭର୍ତ୍ତା , ରାଶନ କାର୍ଡ, କଳାକାର ଭର୍ତ୍ତା, ଗୃହ ନିର୍ମାଣ ସଠିକ ସମୟ ସୀମା ମଧ୍ୟରେ ଶେଷ କରିଥିବାରୁ ହିତାଧିକାରୀ ମାନଙ୍କୁ ପ୍ରମାଣପତ୍ର ଉପସ୍ଥିତ ଥିବା ଅତିଥିମାନେ ପ୍ରଦାନ କରିଥିଲେ । ଆମ ଗାଁ ଆମ ବିକାଶ ଯୋଜନାର ପିଠା ହେଉଛି ଏକ ଅଙ୍ଗ । ରାଜ୍ୟ ସରକାରଙ୍କ ବିଭିନ୍ନ ଜନ ହିତକାର ଯୋଜନା ଏଣିକି ଘରେ ପହଞ୍ଚାଇବା ପାଇଁ ଉଦ୍ଦ୍ୟମ ଆରମ୍ଭ କରିଛନ୍ତି ବୋଲି ଅଧ୍ଯକ୍ଷ ଶ୍ରୀ ସାହୁ କହିଥିଲେ । ମୁଖ୍ୟମନ୍ତ୍ରୀଙ୍କୁ ସାଧୁବାଦ ଜଣାଇବା ସହ ଏହି କାର୍ଯ୍ୟକ୍ରମର ପୁରୁଖା ହୋଉଛନ୍ତି କୃଷି ଓ ପଞ୍ଚାୟତ ରାଜ ମନ୍ତ୍ରୀ ପ୍ରଦୀପ ମହାରଥୀ ବୋଲି କହିବା ସମୟରେ ହୁଳୁହଳି ସହିତ ଶଙ୍ଖଧ୍ୱନି ଦେଇ ଶତାଧିକ ପୁରୁଷ ମହିଳା ସ୍ୱାଗତ କରିଥିଲେ ।  ଯେଉଁ ମାନେ ସରକାରଙ୍କ ଯୋଜନାରେ ସାମିଲ ନ ହୋଇ ପାରିଛନ୍ତି ସେମାନଙ୍କୁ ଏହି ପିଠା କାର୍ଯ୍ୟକ୍ରମରେ ଦରଖାସ୍ତ ଗ୍ରହଣ କରାଯାଇ ତୁରନ୍ତ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି ପିଠା କାର୍ଯ୍ୟକ୍ରମରେ ଯୋଗଦେଇଥିବା ଅତିଥି ମାନେ କହିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ସରପଞ୍ଚ କୁନିମଣି ରାଉତରାୟ, ଯୁବନେତା ଆଦିକନ୍ଦ ରାଉତରାୟ, ବ୍ଳକ ଉପାଧ୍ୟକ୍ଷାଙ୍କ ପ୍ରତିନିଧି କବିନ୍ଦ୍ର ବଳବନ୍ତରାୟ, ମୁନିଦା ଗ୍ରାମପଞ୍ଚାୟତର ପୂର୍ବତନ ସରପଞ୍ଚ ନରେନ୍ଦ୍ର ପରିଡା, ବ୍ଳକର ସହକାରୀ ଯନ୍ତ୍ରୀ ରମେଶ ଚନ୍ଦ୍ର ସ୍ୱାଇଁ,  ବ୍ଳକ ପ୍ରୋଜେକ୍ଟ ସଂଯୋଜିକା  ପୁଷ୍ପାଞ୍ଜଳି ମୁଦୁଲି, ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଭରତ ବଳିୟାରସିଂ  , ଏନଆରଜିଏସ ସହାୟକ ବିଶ୍ୱଜିତି ନାୟକ, ବ୍ଳକ କନିଷ୍ଠ ଯନ୍ତ୍ରୀ ଦେବାଶିଷ ପଟ୍ଟନାୟକ ପ୍ରମୁଖ ଯୋଗଦେଇଥିଲେ  ।      ଡେଲାଙ୍ଗ ମିଶନ ଶକ୍ତି ମହିଳା ମହାସଂଘର ସଦସ୍ୟା , ଆଶା, ଅଙ୍ଗନୱାଡି କର୍ମୀ ମାନେ ଉପସ୍ଥିତ ରହିଥିଲେ । ଏହି ଅବସରରେ ମଧୁବାବୁ ଭର୍ତ୍ତା ୧୦୦ ଜଣ, କଳାକାର ଭର୍ତ୍ତା ୫ ଜଣ,  ଗୃହ ନିର୍ମାଣ ଆର୍ଥିକ ପ୍ରୋସାହନ ରାଶି ୪ ଜଣଙ୍କୁ ବଣ୍ଟନ କରାଯାଇଥିଲା ।  ସେହପରି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ରକ୍ତଚାପ ଓ ମଧୁମେହ ପରୀକ୍ଷା କରାଯାଇଛି । ବିଦ୍ୟୁତ ବିଭାଗ ପକ୍ଷରୁ ଏକ ଷ୍ଟଲ ଖୋଲା ଯାଇ ଯେଉଁ ପରିବାର ଗୁଡିକ ବିଦ୍ୟୁତ ସେବାର ବଞ୍ଚିତ ରହିଛନ୍ତି ସେମାନଙ୍କ ଠାରୁ ଦରଖାସ୍ତ ଗ୍ରହଣ କରାଯାଇଥିବାର ଦେଖାଯାଇଥିଲା । ଏହି ପିଠା କାର୍ଯ୍ୟକ୍ରମରେ ମହିଳା ସ୍ୱୟ ସହାୟକ ଗୋଷ୍ଠୀ ପକ୍ଷରୁ ବିଭିନ୍ନ କିସମର ପିଠା ତିଆରି କରାଯାଇ ପ୍ରଦର୍ଶିତ ହୋଇଥିଲା । ଶତାଧିକ ପୁରୁଷ ମହିଳା ଏହି ପିଠା କାର୍ଯ୍ୟକ୍ରମରେ ସାମିଲ ହୋଇଥିବାର ଦେଖାଯାଇଥିଲା । 

 ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି

Blog Archive

Popular Posts