Breaking News

କୁରୁଜଂଗ ପଞ୍ଚାୟତରେ ପିଠା କାର୍ଯ୍ଯକ୍ରମ ଅନୁଷ୍ଠିତ

ନିମାପଡା----- କୋଣାର୍କ ଥାନା ଅଧୀନସ୍ଥ କୁରୁଜଂଗ ଗ୍ରାମ ପଞ୍ଚାୟତ ରେ କାକଟପୁର ବ୍ଲକ   ପ୍ରଶାସନ ଓ ରାଜ୍ୟ ସରକାର ଙ୍କ ମିଳିତ ଆନୁକୂଲ୍ୟରେ ପିଠା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି  ।  ଏହି କାର୍ଯ୍ୟକ୍ରମରେ ଅତିଥି ଭାବରେ ପୁରୀ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଜ୍ୟୋତିର୍ମୟ ଦଳେଇ, କାକଟପୁର ବ୍ଲକ ବିଡିଓ ସୁଧିର କୁମାର ନାୟକ, କୁରୁଜଂଗ ସରପଞ୍ଚ  ନିଗମା ନନ୍ଦ ପରିଡା, କନିଷ୍ଠ ଯନ୍ତ୍ରୀ ସୁବ୍ରତ କୁମାର ଵାରିକ ଓ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଫ୍ରଫୁଲ୍ଲ କୁମାର ଦଳାଇ ପ୍ରମୁଖ ଯୋଗଦେଇଥିଲେ ।  ପିଠା ଯୋଜନା ମାଧ୍ୟମରେ ରାଜ୍ୟ ସରକାରଙ୍କ ବିଭିନ୍ନ ଜନ କଲ୍ଯାଣ ଯୋଜନା ର ସଫଳ କାର୍ଯ୍ୟକାରିତା ଓ ଏହାର ଲୋକାଭିମୁଖୀ କରିବା ସହ ଏଥିରୁ ବାଦ ପଡିଥିବା ଲୋକ ମାନଙ୍କୁ ରାଜ୍ୟ ସରକାରଙ୍କ ଵିଭିନ୍ନ ଯୋଜନା ରେ ସାମିଲ କରି ଏହାର ସଫଳ ଉପଯୋଗୀତା କରିବା ପାଇଁ ସାମଗ୍ରିକ ପ୍ରୟାସ ଜାରି ରଖିବା ପାଇଁ ବକ୍ତା ମାନେ ମତବ୍ୟକ୍ତ କରିଥିଲେ। ଏହି କାର୍ଯ୍ୟକ୍ରମରେ କୁରୁଜଂଗ ଗ୍ରାମ ପଞ୍ଚାୟତ ର ୯୪ଟି ମହିଳା ଗ୍ରୁପ ର ସଦସ୍ୟା ମାନଙ୍କ ଦ୍ଵାରା ପ୍ରସ୍ତୁତ ପିଠା ଷ୍ଟଲ ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ କୁରୁଜଂଗ ଗ୍ରାମ ପଞ୍ଚାୟତ ର ୧୦୦୦ରୁ ଉର୍ଦ୍ଧ ମହିଳା ସଦସ୍ଯା ସମେତ ବିଭିନ୍ନ ଓର୍ଡ ର କର୍ମକର୍ତ୍ତା ଓ ନିର୍ବାଚିତ ଲୋକପ୍ରତିନିଧିମାନେ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ କାକଟପୁର ବ୍ଲକ ର ବିଭିନ୍ନ ସରକାରୀ ବିଭାଗର ଅଧିକାରୀ ମାନେ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମ କୁ ନଟବର ସେନାପତି, କୃଷ୍ଣ ଶତପଥି, ଶିବରାମ ସ୍ଵାଇଁ ପ୍ରମୁଖ ପରିଚାଳନା କରିଥିଲେ। ଏହି ଅବସରରେ ଗାୟକ ଉପେନ୍ଦ୍ର ଵେହେରା, ସଂକୀର୍ତ୍ତନ ଗାୟକ ଚନ୍ଦ୍ର ମଣି ସ୍ଵାଇଁ, ସଦାଶିବ ସ୍ଵାଇଁ ଓ ଓକିଲ କାଂଡି ପ୍ରମୁଖ କଳାକାର ମାନଙ୍କୁ କଳାକାର ଭତ୍ତା ପ୍ରଦାନ କରାଯାଇଥିଲା। ଏହି ପରିପ୍ରେକ୍ଷୀରେ ଗାୟକ ଉପେନ୍ଦ୍ର ଵେହେରା ଓ ସାଥି କଳାକାର ମାନଙ୍କ ଦ୍ଵାରା ରାଜ୍ୟ ସରକାରଙ୍କ ବିଭିନ୍ନ ଜନ କଲ୍ଯାଣ ଯୋଜନା ଓ ବିଶେଷ କରି ପିଠା ଯୋଜନା ଉପରେ ପାଲା ପରିବେଷଣ କରିଥିଲେ।
ନିମାପଡାରୁ ଜୟନ୍ତ ସେଠୀ

Blog Archive

Popular Posts