ପଞ୍ଚାୟତ ସ୍ତରୀୟ ପ୍ରିମିୟର କ୍ରିକେଟ ମ୍ୟାଚ
ଡେଲାଙ୍ଗ--- ଡେଲାଙ୍ଗ ବ୍ଳକର କଲ୍ୟାଣପୁର ୟଙ୍ଗ ଷ୍ଟାର ପକ୍ଷରୁ ଚତୁର୍ଥ ବାର୍ଷିକ ପଞ୍ଚାୟତ ସ୍ତରୀୟ ପ୍ରିମିୟର ଲିଗ୍ ମ୍ୟାଚ କଲ୍ୟାଣପୁର ହାଇସ୍କୁଲ ଖେଳ ପଡିଆରେ ଅନୁଷ୍ଠିତ ହୋଇଯାଇଛି । ଆଜି ହେଉଛି ଚତୁର୍ଥ ଦିବସର ପ୍ରଥମ ମ୍ୟାଚରେ ରୟାଲ ଟାଇଗର ଓ ଡବଲ ଲାଇନ୍ସ କ୍ରିକେଟ ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଡବଲ ଲାଇନ୍ସ ୧୨ ଓଭରରେ ୬ ଉଇକେଟ ହରାଇ ୧୫୪ ରନ କରିଥିଲେ । ଜବାବରେ ରୟାଲ ଟାଇଗର କ୍ରିକେଟ ଦଳ ୧୨ ଓଭର ୮ଉଇକେଟ ହରାଇ ୧୨୬ ରନ କରିଥିଲେ । ବେଷ୍ଟ କ୍ୟାଚ ଜିତେନ୍ଦ୍ର ଛୋଟରାୟ ଓ ମ୍ୟାନ ଅଫ ଦି ମ୍ୟାଚ ଭାବରେ ସନ୍ଦୀପ ମହାପାତ୍ର ବିବେଚିତ ହୋଇଛନ୍ତି । ଗଣେଶ ସ୍ୱାଇଁ ଓ କବିନ୍ଦ୍ର ପ୍ରଧାନ ମ୍ୟାଚ ପରିଚାଳନା କରିଥିଲେ । ସେହିପରି ଅନ୍ୟ ଏକ ମ୍ୟାଚରେ ପ୍ଳାଇଙ୍ଗି ଡଲଫିନ ଓ କିଙ୍ଗ କ୍ରୋର୍ବା କ୍ରିକେଟ ଦଳ ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହୋଇଥିଲା । ଟଚ ଜିତି ପ୍ରଥମେ କିଙ୍ଗ କ୍ରୋର୍ବା କିକ୍ରେଟ ଦଳ ବ୍ୟାଟିଂ କରି ୧୨ ଓଭରରେ ୯ ଉଇକେଟ ହରାଇ ୮୧ ରନ କରିଥିଲେ । ଜବାବରେ ପ୍ଳାଇଙ୍ଗି ଡଲଫିନ କ୍ରିକେଟ ଦଳ ୯.୪ ବଲରେ ୫ଉଇକେଟ ହରାଇ ୮୫ ରନ କରିଥିଲେ । ବେଷ୍ଟ କ୍ୟାଚ ଭାବରେ ମଙ୍ଗୁଳି ବେହେରା ମ୍ୟାନଅଫ ଦି ମ୍ୟାଚ ଭାବରେ ନିରଞ୍ଜନ ବିଶ୍ୱାଳଙ୍କ ନାମ ଘୋଷଣା କରାଯାଇଥିଲା । ଗଣେଶ ସ୍ୱାଇଁ ଓ ମଧୁସୂଦନ ମହପାତ୍ର ମ୍ୟାଚ ପରିଚାଳନା କରିଥିଲେ ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି
PANCHAYATA STARIYA PREMIER CRICKET MATCH
NEWS BY - DHIRENDRA SENAPATI ( DELANGA )
SAKHIGOPAL NEWS