Breaking News

ଓଡିଶା ସରକାରଙ୍କର ଜନ ସେବା ଅଧିକାର ଆଇନ ସମ୍ବନ୍ଧରେ ସଚେତନତା ଶିବିର


ଡେଲାଙ୍ଗ---- ଡେଲାଙ୍ଗ ବିଜୁ ପଟ୍ଟନାୟକ ସମ୍ମଳନୀ  ପ୍ରକୋଷ୍ଠ ପରିସରରେ ଓଡିଶା ସରକାରଙ୍କ ଜନ ସେବା ଅଧିକାର ଆଇନ ଓ ବିଭିନ୍ନ ବିଭାଗର ସରକାରୀ ଯୋଜନା ସମ୍ମନ୍ଧରେ ଏକ ପଞ୍ଚାୟତ ପ୍ରତିନିଧି ମାନଙ୍କୁ ନେଇ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ବ୍ଳକ ଅଧ୍ୟକ୍ଷ ପ୍ରସନ୍ନ ସାହୁ ଅଧ୍ୟକ୍ଷତା କରିଥିଲ । ବିଡିଓ କ୍ଷୀରୋଦ ପ୍ରଧାନ ଏହି ସଚେତନତା ସମ୍ପର୍କରେ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ । ଡେଲାଙ୍ଗ ତହସିଲଦାର ରାଜେନ୍ଦ୍ର ଆଚାର୍ଯ୍ୟ ସରକାର ଯେଉଁ ଜନହିତକର ଯୋଜନା କରିଛନ୍ତି ବା ସରକାରଙ୍କ ଅଧିନରେ ଥିବା ୨୪ ଟି ବିଭାଗର ବିଭିନ୍ନ କାର୍ଯ୍ୟ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ । ଯେଉଁପରିକି ଜଣେ ବ୍ୟକ୍ତି ଜାତିଗତ ପ୍ରମାଣ ପତ୍ର ପାଇବା ପାଇଁ ଦରଖାସ୍ତ କରିବାର ୩୦ ଦିନ ମଧ୍ୟରେ ତାକୁ ମିଳିବ ସେହିପରି ବିଭିନ୍ନ ବିଭାଗର କାର୍ଯ୍ୟ ସଠିକ ସମୟରେ କରିବା ପାଇଁ ନିୟମ ରହିଛି ବୋଲି ତହସିଲଦାର ଶ୍ରୀ ଆଚାର୍ଯ୍ୟ କହିଥିଲେ । ସରକାର ଯୋଜନା ପ୍ରଣୟନ କରି ଦେଇଛନ୍ତି ମାତ୍ର ତାର ସହଯୋଗ ବା ସହ ଭାଗିତା ରହିବା ଦରକାର ବୋଲି ଜିଲ୍ଲାରୁ ଆସିଥିବା ଏଚ,ଆର,. ଏମ.ଏସ ସଂଯୋଜିକା ଗିତାଞ୍ଜଳି ବସ୍ତିଆ କହିଥିଲେ । ପଞ୍ଚାୟତ ପ୍ରତିନିଧି ମାନେ ଏ ସମ୍ପର୍କରେ ଅବଗତ ହେବା ଦରକାର ଯେ କେଉଁ କେଉଁ ବିଭାଗ ଏହି ଆଇନ ପରିସରରେ ରହିଛନ୍ତି । ଅଧିକାରୀ ମାନେ ସଠିକ କାର୍ଯ୍ୟ କରୁଛନ୍ତି କି ନାହିଁ ତାହା ଏହି ସେବା ଆଇନ ମାଧ୍ୟମରେ ଜାଣି ପାରିବେ ବୋଲି କହିଥିଲେ । ଏହା ଦ୍ୱାରା ଜଣେ ସରକାରୀ କର୍ମଚାରୀ ଆଉ କାମ ନ କରି ବା ଆଳ ନ ଦେଖାଇ ଠକି ପାରିବେ ନାହିଁ ବୋଲି କହିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ବ୍ଳକ ଉପାଧ୍ୟକ୍ଷା ସ୍ୱପ୍ନା ବଳବନ୍ତରାୟ, ଅତିରିକ୍ତ ବିଡିଓ ପ୍ରଦୀପ୍ତ ନାୟକ, ଜିପିଓ ପୂର୍ଣ୍ଣଚନ୍ଦ୍ର ସେଠୀ, ଜିଲ୍ଲା ପରିଷଦ ସଭ୍ୟ ମଳୟ ମହାନ୍ତି, ପୁଷ୍ପାଞ୍ଜଳି ସାମଲ, ସରପଞ୍ଚ ପ୍ରସନ୍ନ କୁମାର ପରିଡ, କାଳନ୍ଦୀ ଚରଣ ଜେନା, ସନ୍ଧ୍ୟାରାଣୀ ପରିଡା, ବାଲୁଙ୍କେଶ୍ୱର ପ୍ରଧାନ, ପ୍ରସନ୍ନ କୁମାର ଜେନା, ଜ୍ୟୋତିମୟୀ ସ୍ୱାଇଁ, ସମିତିସଭ୍ୟ ଅଭିମନ୍୍ୟୁ ରାଉତ, ବାସୁଦେବ ଜେନା, ପ୍ରଭାତ କୁମାର ଜେନା ଓ ବିଭିନ୍ନ ପଞ୍ଚାୟତର ପ୍ରତିନିଧି ଓ ମିଶନ ଶକ୍ତି ମହିଳା ମହାସଂଘର ସମ୍ପାଦିକା ବାସନ୍ତି ସାହୁ ପ୍ରମୁଖ ଯୋଗଦେଇଥିଲେ । ଶିକ୍ଷା, ସ୍ୱାସ୍ଥ୍ୟ, ପାନୀୟ ଜଳ, ପଶୁ, ଅବକାରୀ ବିଭାଗ ଆଦି ବିଭାଗର କର୍ମାଚରୀ ମାନେ ଉପସ୍ଥିତ ରହିଥିଲେ । ମୁଖ୍ୟମନ୍ତ୍ରୀ ଆରମ୍ଭ କରିଥିବା ପିଠା କାର୍ଯ୍ୟକ୍ରମର ଏହା ହୋଉଛି ଏକ ଅବିଛେଦ ଅଙ୍ଗ ବୋଲି ବ୍ଳକ ଅଧ୍ୟକ୍ଷ ଶ୍ରୀ ସାହୁ କହନ୍ତି ।
 ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି
ODISHA SARAKARNKARA JANA SEBA ADHIKAR AAIN SAMBANDHARE SACHETANATA SIBIRA
NEWS BY - DHIRENDRA SENAPATI ( DELANGA )
SAKHIGOPAL NEWS

Blog Archive

Popular Posts