Breaking News

ସତ୍ଯବାଦୀରେ କଂଗ୍ରେସର କର୍ମୀ ବୈଠକରେ ଜନ ସମର୍ଥନ ବୃଦ୍ଧି ପାଉଛି

ସାକ୍ଷୀଗୋପାଳ ---- ବିଶ୍ଵନାଥପୁର ପଞ୍ଚାୟତରେ କଂଗ୍ରେସ କର୍ମୀ ବୈଠକ ପାଟଣା ସାହି ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ପୂର୍ବତନ ମନ୍ତ୍ରୀ ତଥା ପିସିସି ସଭାପତି ପ୍ରସାଦ ହରିଚନ୍ଦନ ଯୋଗଦେଇ ବିଜେଡ଼ି, ବିଜେପି ର ଚାଷୀ ମାରଣା ନୀତି, ବେକାରୀ ସମସ୍ୟା, ମନମୁଖୀ ଶାସନ, ଦୁର୍ନୀତି, ଭଷ୍ଟାଚାର ବିରୋଧରେ ଲୋକମାନଙ୍କୁ ଅବଗତ କରାଇଥିଲେ ।ଏବଂ ଆଗାମୀ ଦିନରେ କଂଗ୍ରେସ କୁ କିଭଳି ସତ୍ୟବାଦୀ ନିର୍ବାଚନ ମ୍ନଣ୍ଡଳୀରେ ତୃଣମୂଳ ସ୍ତରରୁ କର୍ମୀ ସଂଘଠିତ କରିଯିବ ତାହା ଆଲୋଚନା କରିଥିଲେ। ଏହି ସଭାରେ ସର୍ବ ସମତି କ୍ରମେ ବିଶ୍ଵନାଥପୁର ପଞ୍ଚାୟତର ସଭାପତି ରୂପେ ପୂର୍ବତନ ସରପଞ୍ଚ ଓ ସମିତି ସଭ୍ଯ ଶ୍ରୀ ପ୍ରମୋଦ କୁମାର ଗୁରୁଙ୍କୁ ପ ଞ୍ଚାୟତର ସଭାପତି କରାଯାଇଛି ।  ଉପସଭାପତି ରୂପେ ପୂର୍ବତନ ନୋମିନି ରବିନ୍ଦ୍ର ସ୍ୱାଇଁ, ଯୁବ କଂଗ୍ରେସ ପକ୍ଷରୁ ସଭାପତି। ଦୁର୍ଗା ପ୍ରସାଦ ମିଶ୍ର, ଦଳିତ ବିଭାଗ ରେ କୃଷ୍ଣଚନ୍ଦ୍ର ଭୋଇ, ଉଦୟନାଥ ଭୋଇ, ଦିବ୍ୟସିଂହ ନାୟକ କୁଁ ମୋନାନୀତ କରାଗଲା। ସତ୍ୟବାଦୀ ବ୍ଲକର ପୂର୍ବତନ ଅଧ୍ୟକ୍ଷ ଜୟନ୍ତ ହୋତା, ପୂର୍ବତନ ସରପଞ୍ଚ ଅଶୋକ ମିଶ୍ର, ପୂର୍ବତନ ସରପଞ୍ଚ ଶଙ୍କର ପ୍ରଧାନ, ସରପଞ୍ଚ ସୁଭାଷ ମହାପାତ୍ର, ଦେବାଶିଷ ମିଶ୍ର , କୃପାନିଧି ପ୍ରଧାନ ପ୍ରମୁଖ ଯୋଗଦେଇଥିଲେ। ଉପଦେଷ୍ଟା ମଣ୍ଡଳୀ ରେ ଶ୍ରୀ ନୃସିଂହ ମିଶ୍ର, ପ୍ରାଣକୃଷ୍ଣ ନନ୍ଦ, ପ୍ରସନ ଜେନା ରହିଛନ୍ତି । ପ୍ରସାଦ ହରିଚନ୍ଦନଙ୍କ ନେତୃତ୍ୱକୁ ଗ୍ରହଣ କରି ୫ଶହରୁ ଉର୍ଦ୍ଧ୍ବ ଲୋକ  ବୈଠକରେ ଯୋଗଦେଇଥିଲେ । ଏବେ କଂଗ୍ରେସ ବୈଠକରେ ଜନସମର୍ଥନ ବୃଦ୍ଧି ପାଉଥିବାର ଦେଖାଯାଇଛି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି
SATYABADIRE CONGRESS KARMI BAITHAKA JANA SAMARTHANA BRUDHI PAUCHI
NEWS BY - DHIRENDRA SENAPATI ( SAKHIGOPAL )
SAKHIGOPAL NEWS

Blog Archive

Popular Posts