ନା ବାଳିକାକୁ ଅପହରଣ ଅଭିଯୋଗରେ ଯୂବକ ଗିରଫ
ଡେଲାଙ୍ଗ----ଡେଲାଙ୍ଗ ଥାନା ଅଞ୍ଚଳରେ ଜଣେ ନାବାଳିକାକୁ ଅପହରଣ ଅଭିଯୋଗରେ ଯୁବକ ଗିରଫ ହୋଇଥିବା ପୋଲିସ ସୁତ୍ରରୁ ପ୍ରକାଶ । ନାବାଳିକାଙ୍କୁ ମିଥ୍ୟା ବିବାହ ପ୍ରଲୋଭନ ଦେଖାଇ ଅପହରଣ କରି ନେବା ପରେ ତାଙ୍କ ସହିତ ଅସଦାଚରଣ କରାଯାଇଥିବା ନା ବାଳିକାଙ୍କ ବାପା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଡେଲାଙ୍ଗ ପୋଲିସ ଅଭିଯୋଗକୁ ଭିତ୍ତିକରି ୫୬/୧୮ରେ ଏକ କେସରୁଜ କରିଥିଲେ । ଆଜି ଡେଲାଙ୍ଗ ପୋଲିସ କୌଣସି ସୁତ୍ରରୁ ଖବର ପାଇ ଅଭିଯୁକ୍ତ ସୁଶାନ୍ତ ଦଳାଇଙ୍କୁ ଗିରଫ କରିବା ସହ ନାବାଳିକାକୁ ଉଦ୍ଧାର କରି ଉଭୟଙ୍କୁ ଡାକ୍ତରୀ ମାଇନା କରିଥିବା ଜଣାପଡିଛି । ଅଭିଯୁକ୍ତ ସୁଶାନ୍ତଙ୍କୁ କୋର୍ଟକୁ ପଠାଯାଇଥିଲା । ସେଠାରେ ତାଙ୍କର ଜାମିନ ନମିଳିବାରୁ ତାଙ୍କୁ ହାଜତକୁ ପଠାଯାଇଥିବା ପୋଲିସ ସୁତ୍ରରୁ ପ୍ରକାଶ ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତ
NA BALIKA KU APAHARANA ABHIJOGARE JUBAKA GIRAF
NEWS BY - DHIRENDRA SENAPATI ( DELANGA )
SAKHIGOPAL NEWS